logo

୨୦୦୦ ମାଟ୍ରିକ ବ୍ୟାଚର ରୋପ୍ୟ ଜୟନ୍ତୀ ଓ ବନ୍ଧୁ ମିଳନ !

ଆଠମଲ୍ଲିକ:-୧୮/୦୧(ଧନଞ୍ଜୟ ନାୟକ) ଆଠମଲ୍ଲିକ ବ୍ଳକ ଅନ୍ତର୍ଗତ ନୀଳକଣ୍ଠପଡ଼ା ଉଚ୍ଚ ବିଦ୍ୟାଳୟର ଓଡ଼ିଟୋରିୟମ ହଲରେ ୨୦୦୦ ମସିହା ମାଟ୍ରିକ ବ୍ୟାଚର ରୋପ୍ୟ ଜୟନ୍ତୀ ଉପଲକ୍ଷେ ଗୁରୁପୂଜନ ଓ ବନ୍ଧୁ ମିଳନ ଉତ୍ସବ ଆନନ୍ଦ ଉଲ୍ଲାସ ପରିବେଶରେ ପାଳିତ ହୋଇଯାଇଛି ! ଉଦଘାଟନୀ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ! ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପ୍ରତିଷ୍ଠାତା ହୃଦାନନ୍ଦ ଚାଉଳିଆ ଓ ମୁଖ୍ୟ ବକ୍ତା ଭାବରେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ସାହୁ ଯୋଗଦେଇ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ! ସମ୍ମାନିତ ଅତିଥି ଭାବରେ ବାବୁଲାଲ ଭୁକ୍ତା, ଶିଶିର କୁମାର ମହାନ୍ତି, ରଞ୍ଜିତ କୁମାର ପ୍ରଧାନ, ପ୍ରଦୀପ କୁମାର ସେଠୀ, ସନ୍ତୋଷ କୁମାର ରଥ, ପଦ୍ମନ କୁମାର ଅମାତ, ପୁରୁଷୋତ୍ତମ ଗଡ଼ନାୟକ, ଶୁଭ୍ରାଂଶୁ କୁମାର ପ୍ରଧାନ, ଆଦିତ୍ୟ କୁମାର ପଣ୍ଡା, ରତ୍ନାକର ଜେନା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସଫଳତାରେ ଶିକ୍ଷକ ଓ ଅଭିଭାବକଙ୍କ ଭୂମିକା ବିଷୟରେ ମତ ପ୍ରକାଶ କରିଥିଲେ ! ପୁରାତନ ଛାତ୍ର ତଥା କୁଦଗାଁ ସରପଞ୍ଚ ସିଦ୍ଧାର୍ଥ କ୍ଷେତି ମାତୃଭାଷାକୁ ଗୁରୁତ୍ୱ ଦେବା ଉପରେ ଜୋର ଦେଇଥିଲେ ! ସଞ୍ଜୟ କୁମାର ବେହେରା ସ୍ୱାଗତ ଭାଷଣ ଓ ମଙ୍ଗୁଳୁ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ ! ପୁରାତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ !
ଶେଷରେ ସଞ୍ଜୀବ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ! ୨୦୦୦ ମାଟ୍ରିକ ବ୍ୟାଚର ସିଦ୍ଧାର୍ଥ ଶଙ୍କର କ୍ଷେତି, ବଢ଼ିନ୍ଦ୍ର ଡାଙ୍ଗ, ବଶିଷ୍ଠ ପ୍ରଧାନ, ବିନୋଦ ରଣା, ସୁଶୀଲ କୁମାର ସାହୁ, ପରମା ନାଏକ, ସୁଚିସ୍ମିତା ପ୍ରଧାନ ସହ ବହୁ ପୁରାତନ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ସଫଳ କରିଥିଲେ !

75
1949 views