logo

କଂଗ୍ରେସ ବରିଷ୍ଠ ନେତା ଇନ୍ଦ୍ରମଣି ପ୍ରଧାନଙ୍କ ପରଲୋକ, *ଆଠମଲ୍ଲିକ କଂଗ୍ରେସରେ ଶୋକର ଛାୟା*

ଆଠମଲ୍ଲିକ:-୧୮/୦୧(ଧନଞ୍ଜୟ ନାୟକ) ଆଠମଲ୍ଲିକ ଆଗଧାଡ଼ିର ବରିଷ୍ଟ କଂଗ୍ରେସ ନେତା ଶ୍ରୀଯୁକ୍ତ ଇନ୍ଦ୍ରମଣି ପ୍ରଧାନଙ୍କର ଅକାଳ ବିୟୋଗ ଆଠମଲ୍ଲିକ କଂଗ୍ରେସ ମହଳକୁ ଗଭୀର ଶୋକାକୁଳ କରିଛି ! ଆଜି ତାଙ୍କ ଜନ୍ମସ୍ଥାନ ମଇମୁରା ଗ୍ରାମରେ ସେ ପରଲୋକଗମନ କରିଛନ୍ତି ! ମୃତ୍ୟୁ ବେଳେ ତାଙ୍କ ବୟସ ୮୨ ବର୍ଷ ଥିଲା ! ତାଙ୍କ ବିୟୋଗ ସମ୍ବାଦ ପାଇବା ପରେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଗୌରାଙ୍ଗ ଖୁଣ୍ଟିଆ, ଅନାମ ଚରଣ ସ୍ୱାଇଁ, ଶତ୍ରୁଘନ ସାହୁ, ଭଗବାନ ସାହୁ, ହେମନ୍ତ ଖୁଣ୍ଟିଆ, ବିନୋଦ ଖୁଣ୍ଟିଆ, ସୁମନ ରାଉତ, ଅମରସାହୁ, ମହେନ୍ଦ୍ର ସାହୁ,ରତ୍ନାକର ନାୟକ, ଜୟଶେନା ବେହେରା, ନାରାୟଣ ବିଶ୍ୱାଳ ଓ ସଞ୍ଜୟ ବିଶ୍ୱାଳ ସହ ବହୁ କଂଗ୍ରେସ ନେତା ତାଙ୍କ ବାସଭବନକୁ ପହଞ୍ଚି ଶେଷ ଦର୍ଶନ କରି ଗଭୀର ଶୋକ ପ୍ରକାଶ କରିଥିଲେ ! ପରେ ତାଙ୍କର ଶେଷ କୃତ୍ୟ ଗାଁ ମଶାଣିରେ ସମ୍ପନ୍ନ ହୋଇଥିଲା ! ଏହି ଅବସରରେ ପରିବାରବର୍ଗ, ଗାଁ ପରିଜନ ଓ ବହୁ ସ୍ଥାନୀୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ !

40
1378 views