logo

ସିନ୍ଦୁରଗୌରୀ ତୀର୍ଥ ରେ ମକର ମହୋତ୍ସବ ରେ ଟୁସୁ ମେଳା।

ସିନ୍ଦୁରଗୌରୀ ତୀର୍ଥ ରେ ମକର ମହୋତ୍ସବ ରେ ଟୁସୁ ମେଳା।

ପାଟଣା-ପାଟଣା ବ୍ଲକ ଅନ୍ତର୍ଗତ ମିରିଗିଖୋଜି ପଞ୍ଚାୟତ ଅସନବାହାଳି ସିନ୍ଦୁରଗୌରୀ ଯୁବକ ସଂଘ ଦ୍ୱାରା 8 ମ ବାର୍ଷିକ ମକର ମହୋତ୍ସବ ସିନ୍ଦୁରଗୌରୀ ତୀର୍ଥ ଠାରେ ଟୁସୁ ମେଳା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି।ଏହି ଟୁସୁ ମେଳାରେ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରୁ 15 ଟି ଟୁସୁ ମେଢ଼ ଯୋଗ ଦେଇଥିଲେ।ଆୟୋଜିତ ଟୁସୁ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଗୌଡ଼ଗାଁ କୁସପଦା, ଦ୍ଵିତୀୟ ସ୍ଥାନ ଗୋଜାପଥର, ତୃତୀୟ ସ୍ଥାନ ପୁରୁଣାପାଣି,ଚତୁର୍ଥ ସ୍ଥାନ ରେ ତାଳପଦା ଙ୍କୁ ପୁରସ୍କୃତ ହୋଇ ଯଥାକ୍ରମେ ପ୍ରଥମ ପୁରସ୍କାର 9 ହଜାର,ଦ୍ଵିତୀୟ ପୁରସ୍କାର 7 ହଜାର , ତୃତୀୟ ପୁରସ୍କାର 5 ହଜାର ଚତୁର୍ଥ ସ୍ଥାନ 3 ହଜାର ଟଙ୍କା ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ନିରଞ୍ଜନ ମହାନ୍ତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କିଶୋର ଚନ୍ଦ୍ର ମହାନ୍ତ ଓ ଲୋକନାଥ ମହାନ୍ତ ମଞ୍ଚ ପରିଚାଳନା ଓ ସଂଯୋଜନା କରିଥିଲେ।ପୁରସ୍କାର ବିତରାଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ମୁଖ୍ୟ ବକ୍ତା ଭାବେ କୁଡୁମିସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, ସମ୍ମାନୀତ ଅତିଥି ଭାବେ କେନ୍ଦୁଝର ସାଂସଦ ପାଟଣା ବ୍ଲକ ପ୍ରତିନିଧି ପ୍ରହ୍ଲାଦ ପଲେଇ, ବିଧାୟକ ପ୍ରତିନିଧି କମଳା କାନ୍ତ ଦାଶ, ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ,ଆଦିବାସୀ କୁଡୁମି ସମାଜ ଉପ ସଭାପତି ରମେଶ ଚନ୍ଦ୍ର ମହାନ୍ତ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ ମିରିଗିଖୋଜି ସରପଞ୍ଚ ମନମୋହନ ବେହେରା,ସମିତି ସଭ୍ୟା ଦ୍ରୌପଦୀ ମହାନ୍ତ, ସାମାଜିକ କର୍ମୀ ବ୍ରଜବନ୍ଧୁ ସେଠୀ ପ୍ରମୁଖ ଯୋଗ ଦେଇ ମକର ମହୋତ୍ସବ ଓ ଟୁସୁ ପର୍ବ ର ମହତ୍ୱ ଉପରେ ଉଦବୋଧନ ଦେଇଥିଲେ।ଏହି ଟୁସୁ ମେଳାରେ କୁଡୁମୀ ସମ୍ପ୍ରଦାୟର ଯୁବକ ଯୁବତୀ ମାନେ ସୁନ୍ଦର ଝୁମୋର ନୃତ୍ୟ ପରିବେଷଣ କରି ଥିଲେ।ସଂଘର ସଦସ୍ୟ ଭୁତ ମହାନ୍ତ,ଉମେଶ ମହାନ୍ତ, ରାଜନ ମହାନ୍ତ, ବାବୁଲା ମହାନ୍ତ,ମୋହନ ମହାରଣା, ଲୋକନାଥ ମହାନ୍ତ, ସୁଶାନ୍ତ ମହାନ୍ତ, ବିଜୁ ମୁଣ୍ଡା,ଶୁକ୍ରା ମହାନ୍ତ,ସନ୍ତୋଷ ମହାନ୍ତ, କୁନା ମହାନ୍ତ, ରବୀନ୍ଦ୍ର ମହାନ୍ତ ଗଗନ ମହାନ୍ତ,ପ୍ରଦୀପ ମହାନ୍ତ ଙ୍କ ସହିତ ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବାର ସହଯୋଗ କରିଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

17
903 views