
କେନ୍ଦୁଝର ଜିଲ୍ଲା ଲେଖିକା ସଂସଦର ବାର୍ଷିକୋତ୍ସବ ଅନୁଷ୍ଠିତ।
କେନ୍ଦୁଝର ଜିଲ୍ଲା ଲେଖିକା ସଂସଦର ବାର୍ଷିକୋତ୍ସବ ଅନୁଷ୍ଠିତ।
କେନ୍ଦୁଝର, ୧୮/୧: ସ୍ଥାନୀୟ ରୋଟାରୀ ଭବନ, ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପଛପାଖ କେନ୍ଦୁଝର ପରିସରରେ କେନ୍ଦୁଝର ଜିଲ୍ଲା ଲେଖିକା ସଂସଦର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି।
ଲେଖିକା ସଂସଦର ଅଧ୍ୟକ୍ଷା ମମତାରାଣୀ ଦାସଙ୍କ ପୌରହିତ୍ୟରେ ଉଦ୍ଘାଟିକା ରୂପେ ସଂସଦର ଉପାଧ୍ଯକ୍ଷା ବିଜୟଲକ୍ଷ୍ମୀ ମହାନ୍ତି, ମୁଖ୍ୟ ଅତିଥି ଭାବରେ ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀ ଡ଼.ମମତାରାଣୀ ନାୟକ, ସମ୍ମାନିତ ଅତିଥି ରୂପେ ଓସ୍କା କେନ୍ଦୁଝରର ସମ୍ପାଦିକା ଧରିତ୍ରୀ ରାଉତ, ମୁଖ୍ୟବକ୍ତା ରୂପେ ସାଗରୀକା ଓ ଦୈନିକ ଖବରକାଗଜ ଧ୍ବନି ପ୍ରତିଧ୍ୱନି ର ସଂପାଦିକା ସୈରିନ୍ଧ୍ରୀ ସାହୁ ଯୋଗଦେଇ ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ମହିଳା ମାନଙ୍କ ଭୂମିକା ଅତି ଗୁରୁତ୍ଵପୂର୍ଣ୍ଣ ବୋଲି ମତପ୍ରକାଶ କରିଥିଲେ। ଏହି ଅବସରରେ ଲେଖିକା ସଂସଦର ସର୍ବୋଚ୍ଚ ସମ୍ମାନ ସାଗରିକା ଓ ଦୈନିକ ଖବରକାଗଜ ଧ୍ବନି ପ୍ରତିଧ୍ୱନିର ସଂପାଦିକା ସୈରିନ୍ଧ୍ରୀ ସାହୁ, ଝାନସୀ ରାଣୀ ସମ୍ମାନ ଅଲମ୍ପିଆଡ୍ ସନ୍ତରଣକାରୀ ଭାନୁମତୀ ବେହେରା, ଦୁଃଖିଦେବୀ ସ୍ମୃତି ସମ୍ମାନ କେନ୍ଦୁଝର ପୌରପାଳିକାର ପରିମଳ ଯାନବାହାକ ବାସନ୍ତୀ ନାଏକ ଓ ବିଦ୍ବ୍ଯତ୍ ଲତା ବଳ ଶିକ୍ଷା ସମ୍ମାନ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଅପରାଜିତା ମିଶ୍ରଙ୍କୁ ମାନପତ୍ର, ଉପଢୌକନ ସହ ପୁଷ୍ପଗୁଚ୍ଛ ପ୍ରଦାନ କରି ଅତିଥି ବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ।ସଂସଦର ସହ ସମ୍ପାଦିକା ଶୋଭନା ଜେନା ଅତିଥି ମାନଙ୍କ ପରିଚୟ ଦେଇଥିବା ବେଳେ କୋଷାଧ୍ୟକ୍ଷା ସନ୍ତୋଷିନୀ ଦାଶ ଗିରି ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ସଂସଦର ଉପଦେଷ୍ଟା ବୀଣାପାଣି ଜେନାଙ୍କ ସଭାପତିତ୍ବରେ କବିତା ସଂଯୋଜନା କରିଥିଲେ ଗୀତାଞ୍ଜଳି ପାତ୍ର ଓ ମନ୍ଦାକିନୀ କର। ଏହି କବିତା ପାଠୋତ୍ସବରେ ସଂଯୋଗୀ ସଜଫୁଲର ପରିଚାଳନା ସଂପାଦକ ସରୋଜ କୁମାର ସେନାପତି, ନାରୀ କବି ସୁଭଦ୍ରା ମହାନ୍ତ, ରୀତାଞ୍ଜଳି ସାହୁ, ଶୋଭନା ଜେନା, ନିରୂପମା ବେହେରା, ମମତା ରାଣୀ ଦାସ, ରଶ୍ମି ରେଖା ମିଶ୍ର, କୁନ୍ତଳା ଦାଶ, ମିଳନୀ ସାହିତ୍ୟ ସଂସଦର ସଭାପତି ଦେବାଶିଷ ଚକ୍ରବର୍ତ୍ତୀ, ବରିଷ୍ଠ କବି ଚିନ୍ତାମଣି ମହାଳିକ, ଡକ୍ଟର ବିମ୍ବାଧର ବେହେରା, ବିରଞ୍ଚି ନାରାୟଣ ସାମନ୍ତରାୟ, କୈଳାସ ଚନ୍ଦ୍ର ସାହାଣୀ, ଶରତ କୁମାର ରାଉତ, ଦେବଦର୍ଶନ ଦାଶ, ଅକ୍ଷୟ କୁମାର ବାରିକ, ନିତ୍ୟାନନ୍ଦ ବେହେରା, ଉମାକାନ୍ତ ବେହେରା, ଯୁବ କବି ସୁଜିତ୍ କୁମାର ମିଶ୍ର ଆଦି ଅର୍ଦ୍ଧ ଶତାଧିକ କବି କବୟିତ୍ରୀ ସେମାନଙ୍କ ସ୍ବରଚିତ କବିତା ଆବୃତ୍ତି ପରିବେଶକୁ ମନୋମୁଗ୍ଧକର ଓ ଆକର୍ଷଣୀୟ କରି ପାରିଥିଲା। ସଂସଦର ସାଂସ୍କୃତିକ ସଂପାଦିକା ଲିପିକା ଦାସ ପଟ୍ଟନାୟକ ଅତିଥି ପରିଚୟ ଦେଇଥିବା ବେଳେ ସଦସ୍ୟ ଜ୍ୟୋତ୍ସ୍ନା ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ବାର୍ଷିକ ଉତ୍ସବକୁ ଆକାଶବାଣୀ କେନ୍ଦୁଝରର ଅବସରପ୍ରାପ୍ତ ଉଦ୍ଘୋଷିକା ତଥା ସଂସଦର ସଂପାଦିକା ଇନ୍ଦୁମତୀ ପାତ୍ର ପରିଚାଳନା କରିଥିଲେ।
ବାବୁଲାଲ ପଲେଇ ଙ୍କ ରିପୋର୍ଟ।