logo

ରାଜ୍ୟ ସ୍ତରୀୟ ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ରକ୍ତଦାନ ଶିବିର

ରାଜ୍ୟ ସ୍ତରୀୟ ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ରକ୍ତଦାନ ଶିବିର
ବରଗଡ଼ ଜିଲ୍ଲା ବିଜେପୁର ରେ ଓଡ଼ିଶାର
ଗରିମାମୟ ସ୍ବାଧୀନତା ସଂଗ୍ରାମୀ, ସାହସ, ତ୍ୟାଗ ଓ ସେବାର ପ୍ରତୀକ ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ କ୍ଷେ ବରଗଡ଼ ଜିଲ୍ଲା ବିଜେପୁର ସ୍ଥିତ ଏସ୍.ଏଚ୍.ଜି ଭବନ ଠାରେ ଏକ ଏକ ରକ୍ତଦାନ ଶିବିର ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି ଇଯାଇଛି। ବରଗଡ଼ ଜିଲ୍ଲା ପ୍ରଶାସନଙ୍କ ଆନୁକୂଲ୍ୟରେ ଏବଂ ଏବଂ ପଞ୍ଚାୟତ ସମିତି ବିଜେପୁର ପକ୍ଷରୁ ଏହି ଶିବିରର ଆୟୋଜନ କରାଯାଇଥିଲା।
ଓଡ଼ିଶା ରକ୍ତ କେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବରଗଡ଼ର ବରଗ ରକ୍ତି ଭଣ୍ଡାରରେ କାର୍ଯ୍ୟରତ କର୍ମଚାରୀ ମାନେ ଆସି ରକ୍ତ ସଂଗ୍ରହ କରିଥିଲେ।ଏହି ମହତ୍ତ୍ବପୂର୍ଣ୍ଣ ସାମାଜିକ କାର୍ଯ୍ୟକ୍ରମକୁ ମୁଖ୍ୟ
ଅତିଥ୍‌ ଭାବେ ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ସନତ କୁମାର ଗଡତୀୟା ଉଦଘାଟନ କରିଥିଲେ। ଦୀପ ପ୍ରଜ୍ଜ୍ଵଳନ କରି ଶିବିରର ଶୁଭାରମ୍ଭକରାଯାଇଥିବାବେଳେ ସେ ରକ୍ତଦାତା ମାନଙ୍କୁ ସମ୍ବୋଧୂତ କରି କହିଥିଲେ ଯେ, ରକ୍ତଦାନ ହେଉଛି ସର୍ବୋତ୍ତମ ମାନବ ସେବା। ଗୋଟିଏ ବ୍ୟକ୍ତିଙ୍କ ଦ୍ବାରା ଦିଆଯାଇଥ‌ିବା ରକ୍ତ ଅନେକ ଅମୂଲ୍ୟ ଜୀବନକୁ ରକ୍ଷା କରିପାରେ। “ବହ୍ନି କନ୍ୟା" ପାର୍ବତୀ ଗିରିଙ୍କ ଜୀବନ ମଧ୍ୟ ତ୍ୟାଗ ଓ ସେବାର ଏକ ଅଦ୍ଭୁତ ଦୃଷ୍ଟାନ୍ତ ବୋଲି ସେ ମତ ପ୍ରକାଶ କରିଥିଲେ। ବିଧାୟକ ଶ୍ରୀ ଗଡତୀୟା ଆହୁରି କହିଥିଲେ ଯେ, ପାର୍ବତୀ ଗିରି କେବଳ ଜଣେ ସ୍ବାଧୀନତା ସଂଗ୍ରାମୀ ନୁହନ୍ତି, ସେ ଜୀବନ ସାରା ଦଳିତ, ଗରିବ ଓ ପଛୁଆ ବର୍ଗର ସେବାରେ ନିଜକୁ ନିୟୋଜିତ କରିଥିଲେ। ତାଙ୍କ ଆଦର୍ଶକୁ ଅନୁସରଣ କରି ସମାଜ ଗଢ଼ିବା ଆମ ସମସ୍ତଙ୍କର - କର୍ତ୍ତବ୍ୟ। ଏପରି ରକ୍ତଦାନ ଶିବିର ଯୁବପିଢ଼ୀଙ୍କ ମଧ୍ୟରେ ସେବା ଓ ସହାନୁଭୂତିର ଭାବନାକୁ ଜାଗ୍ରତ କରେ ବୋଲି ସେ କହିଥିଲେ। ଏହି ଶିବିରରେ ବିଜେପୁର ବ୍ଲକ ଅଞ୍ଚଳ ସହିତ ପାଖ ଆଖର ବିଭିନ୍ନ ପଞ୍ଚାୟତରୁ ଯୁବକ, ସାମାଜିକ କର୍ମୀ, ଏବଂ ସାଧାରଣ ଜନତା ଉତ୍ସାହର ସହିତ ରକ୍ତଦାନ କରିଥିଲେ। ରକ୍ତଦାତାମାନଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ଚିକିତ୍ସାଗତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ରକ୍ତସଂଗ୍ରହ କାର୍ଯ୍ୟରେ ଜିଲ୍ଲା ରକ୍ତକୋଷର ଡାକ୍ତର ଓ କର୍ମଚାରୀମାନେ ଗୁରୁତ୍ଵପୂର୍ଣ୍ଣ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟାନ୍ୟ ଅତିଥ୍‌ ଓ ବକ୍ତାମାନେ ମଧ୍ଯ ପାର୍ବତୀ ଗିରିଙ୍କ ଜୀବନୀ ଓ ସଂଗ୍ରାମ ଉପରେ ଆଲୋକପାତ କରିଥିଲେ। ସେମାନେ କହିଥିଲେ ଯେ, ତାଙ୍କ ଜୀବନ ଆଜିର ସମାଜ ପାଇଁ ଏକ ପ୍ରେରଣା। ଶତବାର୍ଷିକୀ ଅବସରରେ ଏପରି ସାମାଜିକ ଓ ମାନବିକ କାର୍ଯ୍ୟକ୍ରମ ଆୟୋଜନ ହେବା ତାଙ୍କ ଆଦର୍ଶ ପ୍ରତି ସତ୍ୟ ସମ୍ମାନ। ସମୁଦାୟ ୨୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ପାରିଥିଲା ଶିବିର ଶେଷରେ ସମସ୍ତ ରକ୍ତଦାତାଙ୍କୁ ପ୍ରଶଂସା ପତ୍ର ଓ ଉପହାର ପ୍ରଦାନ କରାଯାଇଥିଲା। ସଫଳ ଆୟୋଜନ ପାଇଁ ପଞ୍ଚାୟତ ସମିତି ବିଜେପୁର, ଜିଲ୍ଲା ପ୍ରଶାସନ, ସ୍ୱେଚ୍ଛାସେବୀ ସଂଗଠନ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗକୁ ସମସ୍ତେ ସ୍ବାଗତ କରିଥିଲେ।

11
1075 views