ଡିଜିଟାଲ ଶାସନ, ୱେବ ପୋର୍ଟାଲ ଓ ମୋବାଇଲ ଆପ୍ ଉପରେ ଏକଦିନିଆ ପ୍ରଶିକ୍ଷଣ !
ଆଠମଲ୍ଲିକ:-୧୮/୦୧(ଧନଞ୍ଜୟ ନାୟକ ) ଆଠମଲ୍ଲିକ ବ୍ଲକ ସମ୍ବିଳନି ହଲରେ ଆଜି ଡିଜିଟାଲ ଶାସନ, ୱେବ ପୋର୍ଟାଲ ଓ ମୋବାଇଲ ଆପ୍ଲିକେଶନ ସମ୍ପର୍କିତ ଏକଦିନିଆ ପ୍ରଶିକ୍ଷଣ କାର୍ୟକ୍ରମ ଅନୁଷ୍ଠିତ ହୋଇଛି ! ଏହି ପ୍ରଶିକ୍ଷଣ କାର୍ୟକ୍ରମରେ PEO, ADEO, PRI ସଦସ୍ୟମାନେ, ଶିକ୍ଷକ/ଶିକ୍ଷୟିତ୍ରୀ, CRCC, ANM ଓ ଫରେଷ୍ଟରମାନେ ଅଂଶଗ୍ରହଣ କରିଥିଲେ ! କାର୍ୟକ୍ରମରେ ଡିଜିଟାଲ ମାଧ୍ୟମ ଦ୍ୱାରା ସରକାରୀ ସେବାକୁ ଅଧିକ ସରଳ, ପାରଦର୍ଶୀ ଓ ଜନସାଧାରଣଙ୍କ ପାଖକୁ ସହଜରେ ପହଞ୍ଚାଇବା ସମ୍ପର୍କରେ ଆଲୋଚନା କରାଯାଇଥିଲା ! ୱେବ ପୋର୍ଟାଲ ଓ ବିଭିନ୍ନ ମୋବାଇଲ ଆପ୍ଲିକେଶନର ବ୍ୟବହାର, ତଥ୍ୟ ଅପଲୋଡ୍, ରିପୋର୍ଟ ପ୍ରସ୍ତୁତି ଓ ଅନଲାଇନ୍ ସେବା ପ୍ରଦାନ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା ! ଅଂଶଗ୍ରାହୀମାନେ ଏହି ପ୍ରଶିକ୍ଷଣକୁ ଉପକାରୀ ବୋଲି ମତ ପ୍ରକାଶ କରିଥିବା ବେଳେ, ଭବିଷ୍ୟତରେ କାର୍ୟକ୍ଷେତ୍ରରେ ଡିଜିଟାଲ ପ୍ରଣାଳୀକୁ ଅଧିକ କାର୍ୟକର ଭାବେ ରୂପାୟଣ କରିବାରେ ଏହା ସହାୟକ ହେବ ବୋଲି କୁହାଯାଇଛି !