
ଶାସ୍ତ୍ରିଜୀ ହାଇସ୍କୁଲ ୨୦୦୬,ବ୍ୟାଚର ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ବନ୍ଧୁ ମିଳନ l
ଅନୁଗୋଳ (କରୁଣାକର ନାୟକ)17/1
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କୃତିବାସପୁର ଗ୍ରାମରେ ଥିବା ଶାସ୍ତ୍ରିଜୀ ହାଇସ୍କୁଲ (କୃତିବାସପୁର) ୨୦୦୬ବ୍ୟାଚ, ୧୦ ମ ଶ୍ରେଣୀ ର ୨୦ବର୍ଷ ପୂର୍ତ୍ତି ଉପଲକ୍ଷେ ବନ୍ଧୁ ମିଳନ, ମା ପାତ୍ର ପଡ଼ା ବାୟାଣୀ ପିକନିକ ସ୍ପଟ ଠାରେ ଅନୁଷ୍ଠିତ ହୋଇଯାଇଛି,। ଏଥିରେ ମନୋରଞ୍ଜନ ସାହୁ,ପୂର୍ଥୀ ରାଜ ସାହୁ। ହିମାଂଶୁ ସାହୁ,ଝସକେତନ୍ ପରିଡ଼ା,ପଦ୍ମଲୋଚନ ସାହୁ,ପ୍ରମୋନ୍ଦିନୀ ସାହୁ,ଦେବଦର୍ସନି ପ୍ରଧାନ,ମହେଶ୍ୱତା ପରିଡ଼ା,ତନୁଜା ବେହେରା,ଏହା ଏକ ନିଆରା ପରମ୍ପରା ୨୦ ବର୍ଷ ର ସମ୍ପର୍କ କିପରି ଅତୁଟ ରହିବ ତା ଉପରେ ସମସ୍ତେ ବନ୍ଧୁ ମାନଙ୍କ ତରଫରୁ ମା ବାଟବାୟାଣି ପାତ୍ରପଡା ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରା ଯାଇଥିଲା l ନିଜ ନିଜ ଭିତରେ କିପରି ସଂପର୍କ ଅତୁଟ ରହିବ ତାଉପରେ ଆଲୋଚନା କରିଥିବା ଜଣାଯାଇଛି। ଏଥିରେ ସବୁ ବନ୍ଧୁ ମାନଙ୍କ ତରଫରୁ ସମ୍ମାନିତ ଅତିଥି ଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ ଅର୍ଜୁନ କୁମାର ପ୍ରଧାନ, ବୁଦ୍ଧଦେବ ଗଡନାୟକ୍ ,ଧନେଶ୍ଵର ସାହୁ,ଜମ୍ବେଶ୍ଵର ଶତପଥୀ,ପ୍ରଦୀପ କୁମାର ପ୍ରଧାନ,ବିଶେଶ୍ୱର ପ୍ରଧାନ ,ଜିତେନ୍ଦ୍ର ସାହୁ,ମହେଶ୍ୱର ପ୍ରଧାନ,ସମସ୍ତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ସହିତ କିଛି ଉପହାର ଦେଇ ସମସ୍ତ ଛାତ୍ରଛାତ୍ରୀ ସ୍ୱାଗତ ସମ୍ୱର୍ଦ୍ଧନା ଦେଇ ଶିକ୍ଷାଗୁରୁ ମାନଙ୍କ ଠାରୁ ଆଶ୍ରିବାଦ ଲାଭକରିଥିବା ଦେଖିବାକୁ ମିଳିଛି। 2006 ବ୍ୟାଚ ର ବନ୍ଧୁ ମାନଙ୍କ ମଧ୍ୟରେ ବହୁତ୍ ମଜା ଖେଳ କୁଦ ଓ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ସମସ୍ତ ସାଙ୍ଗ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି ପରି 2006 ବ୍ୟାଚ ର 10 ଶ୍ରେଣୀ ର ଛାତ୍ରଛାତ୍ରୀ ମାନଙ୍କ ଯୁଗ ଯୁଗ ର ପବିତ୍ର ସମ୍ପର୍କ ଟିକୁ ବଜାୟ ରଖିବା ପାଇଁ ପ୍ରତିଜ୍ଞା ଉପସ୍ଥିତ ଛାତ୍ରଛାତ୍ରୀ ମାନେ ସଂକଳ୍ପ ନେଇଥିଲେ l