logo

ସଞ୍ଜୀବ ମିଶ୍ରଙ୍କ ବିୟୋଗରେ ଆଠମଲ୍ଲିକରେ ଶୋକର ଛାୟା !

ଆଠମଲ୍ଲିକ:-୧୭/୦୧(ଧନଞ୍ଜୟ ନାୟକ ) ଆଠମଲ୍ଲିକ ଏନ୍‌ଏସି ଅନ୍ତର୍ଗତ ୧୦ ନମ୍ବର ୱାର୍ଡ ବଡ଼ଦାଣ୍ଡ ସାହିର ନିବାସୀ, ବରିଷ୍ଠ ନାଗରିକ, ବରିଷ୍ଠ ସାମ୍ବାଦିକ ତଥା ରାଜନେତା ସଞ୍ଜୀବ ନାରାୟଣ ମିଶ୍ର (୭୨)ଙ୍କ ଆକସ୍ମିକ ପରଲୋକରେ ସହରରେ ଶୋକର ଛାୟା ଖେଳିଯାଇଛି ! ସୂଚନା ଅନୁସାରେ, ଆଜି ସକାଳୁ ସେ ଅସୁସ୍ଥତା ଅନୁଭବ କରିଥିବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ଆଠମଲ୍ଲିକ ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା ! ସେଠାରେ କର୍ତ୍ତବ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ! ସ୍ୱର୍ଗତ ମିଶ୍ର ପୂର୍ବରୁ ହାଉସ୍‌ ବିଲ୍ଡିଂ ସଭାପତି ଭାବେ କାର୍ଯ୍ୟ କରିଥିବା ସହ ‘କ୍ଷମତା’ ସମ୍ବାଦପତ୍ରର ସମ୍ପାଦକ ଭାବେ ମଧ୍ୟ ଦୀର୍ଘ ସମୟ ଧରି ଦାୟିତ୍ୱ ନିର୍ବାହ କରିଥିଲେ ! ଏହା ସହ ବିଭିନ୍ନ ସମ୍ବାଦପତ୍ରରେ ସେ କାର୍ଯ୍ୟ କରି ନିଜର ଦକ୍ଷତାର ପରିଚୟ ଦେଇଥିଲେ ! ଦୀର୍ଘ ବର୍ଷ ଧରି ରାଜନୀତି ସହ ଜଡିତ ରହି ବିଭିନ୍ନ ଦାୟିତ୍ୱ ମଧ୍ୟ ସଫଳତାର ସହ ନିର୍ବାହ କରିଥିଲେ ! ତାଙ୍କ ମୃତ୍ୟୁ ସମ୍ବାଦ ପ୍ରଚାରିତ ହେବା ପରେ ବଡ଼ଦାଣ୍ଡ ସାହିସ୍ଥିତ ତାଙ୍କ ବାସଭବନକୁ ପୂର୍ବତନ ମନ୍ତ୍ରୀ ସଞ୍ଜୀବ କୁମାର ସାହୁ, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ସନ୍ତୋଷ କୁମାର ହୋତା, ସୁରେନ୍ଦ୍ର କୁମାର ପ୍ରଧାନ, କଂଗ୍ରେସ ନେତା ହିମାଂଶୁ ଶେଖର ଚାଉଳିଆ, ନଗର କଂଗ୍ରେସ ସଭାପତି ଇଂ. କମଳାକାନ୍ତ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ରାମାନନ୍ଦ ପାଣିଗ୍ରାହୀ, ଯୁବ ନେତା ପିନା ପାଣିଗ୍ରାହୀ, ବରିଷ୍ଠ ଆଇନଜୀବୀ ଜିତେନ କୁମାର ମିଶ୍ର, ବରିଷ୍ଠ ସାମ୍ବାଦିକ ହରପ୍ରସାଦ ମିଶ୍ରଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ପହଁଚି ଶେଷ ଦର୍ଶନ କରିଥିଲେ ! ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ସହଧର୍ମିଣୀ ଗାୟତ୍ରୀ ମିଶ୍ର, ପୁଅ ସମ୍ବିତ ବିଶ୍ୱରାଜ ମିଶ୍ର ସହ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ! ସଞ୍ଜୀବ ମିଶ୍ରଙ୍କ ବିୟୋଗରେ ଆଠମଲ୍ଲିକ ସହରରେ ଗଭୀର ଶୋକ ପ୍ରକାଶ ପାଇଛି !

172
6737 views