logo

ଗ୍ରାମାଞ୍ଚଳର ସେବାପରାୟଣ ଉଗ୍ରସେନ ସାହୁଙ୍କ ପରଲୋକ !

ଆଠମଲ୍ଲିକ:୧୭/୦୧(ଧନଞ୍ଜୟ ନାୟକ ) ଆଠମଲ୍ଲିକ ବ୍ଲକ ଟାପଢୋଲ ଗାଁର ଜଣେ ପରିଚିତ ଓ ସମାଜସେବୀ ବ୍ୟକ୍ତିତ୍ୱ ଉଗ୍ରସେନ ସାହୁ (ଡାକନାମ–ଉଗ୍ରୀ) ଙ୍କ ଆଜି ୬୬ ବର୍ଷ ବୟସରେ ପରଲୋକ ଘଟିଛି ! କିଛି ଦିନ ଧରି ସେ ଡାଇବେଟିସ୍‌ ରୋଗରେ ପୀଡ଼ିତ ଥିଲେ ! ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଅନୁଗୁଳ ମେଡିକାଲରେ ତାଙ୍କର ଦେହାନ୍ତ ଘଟିଛି ! ଉଗ୍ରସେନ ସାହୁ ଗାଁର ସୁଖ-ଦୁଃଖରେ ସଦା ସାମିଲ ଥାଆନ୍ତି ! ଗ୍ରାମାଞ୍ଚଳର ଗରିବ ଓ ଅସହାୟ ରୋଗୀମାନଙ୍କୁ ମାଗଣାରେ ଚିକିତ୍ସା ସହାୟତା କରିବାରେ ସେ ପରିଚିତ ଥିଲେ ! ତାଙ୍କର ମୃତ୍ୟୁ ଖବର ପାଇ ବରଢିପ, ଅନ୍ତୁଳିଆ, କୁସୁମଧରା ଦାଦରା, ପାଇକସାହି, ସାପଘରା, ହାତୀଗେଞ୍ଜ, ଗଞ୍ଜଡା, ଖଇରମୁଣ୍ଡା ସହ ବିଭିନ୍ନ ଅଞ୍ଚଳର ଲୋକେ ତାଙ୍କ ଶେଷ ଦର୍ଶନ ପାଇଁ ଟାପଢୋଲ ଗାଁକୁ ଭିଡ଼ ଜମାଇଥିଲେ ! ଗାଁ ମଶାଣିରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା ! ତାଙ୍କ ପରଲୋକରେ ସ୍ଥାନୀୟ ସରପଞ୍ଚ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଯୁଧିଷ୍ଠିର ସିଂହ ଓ ପାଇକସାହି ସରପଞ୍ଚ ନିରୋଜକାନ୍ତ ସାହୁ ଗଭୀର ଶୋକ ପ୍ରକାଶ କରିଛନ୍ତି ! ମୃତକଙ୍କ ପରିବାରରେ ତାଙ୍କ ଏକମାତ୍ର ପୁତ୍ର ଦିଲୀପ କୁମାର ସାହୁ ଓ ଦୁଇ ଝିଅ ରହିଛନ୍ତି !

83
6626 views