logo

ଯୁବ ସମାଜ ର ଆଦର୍ଶ : ସ୍ୱାମୀ ବିବେକାନନ୍ଦ।

ଯୁବ ସମାଜ ର ଆଦର୍ଶ : ସ୍ୱାମୀ ବିବେକାନନ୍ଦ
**********************
ବସନ୍ତ କୁମାର ପ୍ରଧାନ

ଗୋଟିଏ ଦେଶର ପ୍ରଗତି ସେହି ଦେଶର ପ୍ରୈlଢ଼ଙ୍କ ପ୍ରଜ୍ଞା ଓ ଯୁବ ସମାଜର ଶକ୍ତି ଉପରେ ନିର୍ଭର କରିଥାଏ l ରାଷ୍ଟ୍ର ନିର୍ମାଣ ରେ ଯୁବଶକ୍ତିର ପ୍ରମୁଖ ଭୂମିକା ରହିଛି l ତାଙ୍କର କର୍ତ୍ତବ୍ୟ ନିଷ୍ଠା, କଠୋର ସାଧନା ଓ ଉଚ୍ଚ ଆଦର୍ଶ ଦେଶ ପାଇଁ ଗୌରବ ଆଣି ଦେଇଥାଏ l ଯୁବଶକ୍ତି ମାଧ୍ୟମରେ ହିଁ ଦେଶର ପରିବର୍ତ୍ତନ ସମ୍ଭବ ହୋଇଥାଏ l ନୂତନତା ଓ ପରିବର୍ତ୍ତନ ର ଅନ୍ୟନାମ ହିଁ ଯୁବାବସ୍ଥା l ସେଥିପାଇଁ ସ୍ୱାମୀବିବେକାନନ୍ଦ ଯୁବ ସମାଜକୁ ନେଇ ଅନେକ ସ୍ବପ୍ନ ଦେଖୁ ଥିଲେ l ସେ ଯୁବ ଶକ୍ତିକୁ ସଶକ୍ତିକରଣ କରିବା ପାଇଁ ପ୍ରେରଣା ମୂଳକ ଉଦବୋଧନ ଦେଇ କହୁଥିଲେ, "ଉଠ, ଜାଗ୍ରତ ହୁଅ ଏବଂ ସେ ପର୍ଯ୍ୟନ୍ତ ବିଶ୍ରାମ ନିଅନି, ଯେଉଁ ପର୍ଯ୍ୟନ୍ତ ଲକ୍ଷ୍ୟ ପ୍ରାପ୍ତି ନ ହୋଇଛି "l ଯେତେ କଷ୍ଟ ଓ ଯନ୍ତ୍ରଣା ଆସୁ ପଛେ ସତ ମାର୍ଗରୁ ବିଚ୍ୟୁତ ନହେବା ପାଇଁ ଯୁବ ସମାଜକୁ ତାଙ୍କର ଆହ୍ୱାନ l
ବିବେକାନନ୍ଦ ନିଜର ନିଷ୍ଠା, କଠୋର ସାଧନା ଓ ଉଚ୍ଚ ଆଦର୍ଶ ପାଇଁ ଯୁବ ସମାଜର ଆଦର୍ଶ l ନିଜର ପ୍ରଚଣ୍ଡ ଧୀଶକ୍ତି, ପ୍ରଗାଢ଼ ବାଗ୍ମୀତା ଓ ଅଦ୍ଵିତୀୟ ତେଜସ୍ୱୀ ଭାବରେ ସେ ବିଶ୍ବ ବନ୍ଦିତ l ଏକା ଧାରାରେ ଧର୍ମ, ଦର୍ଶନ, ଇତିହାସ, କଳା, ସାହିତ୍ୟ ଆଦି ଅନେକ ବିଷୟରେ ସେ ପାଣ୍ଡିତ୍ୟ ଅର୍ଜନ କରିଥିଲେ l ତାଙ୍କରି ଆଦର୍ଶ ରେ ଅନୁପ୍ରାଣିତ ହୋଇ ନିଜ କର୍ତ୍ତବ୍ୟ ବୋଧ ପ୍ରତି ସଚେତନ ହୋଇ ଦେଶ ଓ ଜାତିର ଗୌରବ ବୃଦ୍ଧି କରିବା ପାଇଁ ପ୍ରତି ଯୁବ ପିଢ଼ି ପାଇଁ ସେ ପଥ ପ୍ରଦର୍ଶକ ଓ ଆଲୋକବର୍ତ୍ତିକା l ସେଥିପାଇଁ ତାଙ୍କ ଜନ୍ମ ଦିବସକୁ'ଜାତୀୟ ଯୁବ ଦିବସ'ରୂପେ ପାଳନ କରାଯାଏ l
**********************
ହରିହରପୁର, ଛେଣ୍ଡିପଦା, ଅନୁଗୋଳ
ମୋ-7735611484

18
1025 views