
ରବୀନ୍ଦ୍ର ମଣ୍ଡପ ଠାରେ ପୁରସ୍କୃତ ହେଲେ ଚମ୍ପୁଆ ମାଟିର ଗର୍ବ ଓ ଗୌରବ ଆଣିଲେ ମଞ୍ଚ କଳାକାର ପବିତ୍ର ନାୟକ।
ରବୀନ୍ଦ୍ର ମଣ୍ଡପ ଠାରେ ପୁରସ୍କୃତ ହେଲେ ଚମ୍ପୁଆ ମାଟିର ଗର୍ବ ଓ ଗୌରବ ଆଣିଲେ ମଞ୍ଚ କଳାକାର ପବିତ୍ର ନାୟକ।
ଚମ୍ପୁଆ: ୧୬।୧, ଚମ୍ପୁଆ ମାଟିର ଗର୍ବ ଆଉ ଗୌରବ ଆଣିଲେ ମଞ୍ଚ କଳାକାର ପବିତ୍ର କୁମାର ନାୟକ l ୨୪ତମ ବାର୍ଷିକ ସଂସ୍କୃତିକ ଅନୁଷ୍ଠାନ ଅରଣ୍ୟ ଭବନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ପକ୍ଷରୁ ରବିନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ନାଟକ "ତଥାପି ତମସା" ମଞ୍ଚସ୍ଥ ହୋଇଯାଇଛି। ଏହି ନାଟକ ର ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ପ୍ରଭାତ ମହାନ୍ତି। ଯାହାକି ପରିବେଶକୁ ଦୃଷ୍ଟି ରେ ରଖି ,ସ୍ନେହ, ଆଦର, ପ୍ରେମ ଓ ତ୍ୟାଗର କାହାଣୀ କୁ ନେଇ ମଞ୍ଚସ୍ଥ ହୋଇଥିଲା ଏହି ନଟକ। ଅନ୍ଧାର ଭିତରେ ସତକୁ ଲୁଚାଇ ରଖିବା ଅସମ୍ଭବ । ଅନ୍ୟାୟ ଅତ୍ୟାଚାର ଓ ଅପରାଧୀକୁ ଯେତେ ଲୁଚାଇଲେ ବି ଦିନେ ନା ଦିନେ ସତ ପଦାକୁ ଆସିବ, ଏହା ହିଁ ଆଜିର ସମାଜରେ ଶେଷ ଓ ବାସ୍ତବ ସତ୍ୟ ନାଟକ "ତଥାପି ତମସା"ରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ ଡି ଙ୍କ ନିର୍ଦ୍ଦେଶ କ୍ରମେ ମଞ୍ଚ କଳାକାର ଭାବେ ପରିଚିତ ପବିତ୍ର କୁମାର ନାୟକ (ପପୁ) ରବିନ୍ଦ୍ର ମଣ୍ଡପ ଠାରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଏକାମ୍ର ବିଧାୟକ ବାବୁ ସିଂ, କାଦମ୍ବିନୀ ର ସମ୍ପାଦିକା ଡ଼ଃ ଇତି ସାମନ୍ତ , ଅନୁଷ୍ଠାନର ସଭାପତି ତଥା ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ଥ, ପ୍ରଭାତ ମହାନ୍ତି, ଉପସଭାପତି ଭୁବନ ବିହାରୀ ମହାପାତ୍ର, ସମ୍ପାଦକ ମହେଶ୍ୱର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ମଞ୍ଚସ୍ଥ ନାଟକରେ ପବିତ୍ରଙ୍କ ନିଖୁଣ ଅଭିନୟରେ ରବିନ୍ଦ୍ର ମଣ୍ଡପ ଠାରେ ତାଙ୍କୁ ଟ୍ରଫି ଓ ମାନ ପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା l ଏହି ଅବସରରେ ଚମ୍ପୁଆ ଓଡ଼ିଆ, ଭାଷା ସାହିତ୍ୟ ଓ ସଂସ୍କୃତିର ସଭାପତି ତଥା ଚମ୍ପୁଆ ଉପଜିଲ୍ଲାପାଳ ଶ୍ରୀ ଉମାକାନ୍ତ ପରିଡ଼ା ,ସମ୍ପାଦକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଭକ୍ତବନ୍ଧୁ ପ୍ରଧାନ, ନାଟ୍ୟ ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର କୁଣ୍ଡୁ, ଶିଶୁ ବିଦ୍ୟା ମନ୍ଦିରର ଅବସର ପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ, କେନ୍ଦୁଝର ନାଟ୍ୟ ନିର୍ଦେଶକ ରାଜେନ୍ଦ୍ର ଦେଓ, ଭଣ୍ଡା ଅଞ୍ଚଳର ନାଟ୍ୟ ନିର୍ଦେଶକ ଶ୍ରକାନ୍ତ ମହାରଣା ଶୁଭେଛା ଜଣାଇଥିଲେ। ସେହିପରି କେନ୍ଦୁଝର ବନବିଭାଗର ସମସ୍ତ କାର୍ଯ୍ୟକର୍ତ୍ତା ତଥା ଚମ୍ପୁଆ ଅଞ୍ଚଳବାସୀଙ୍କ ଭିତରେ ଖୁସିର ବାତାବରଣ ଦେଖିବାକୁ ମିଳିଥିଲା।
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।