logo

ସେମିଳିଗୁଡା ମହାବିଦ୍ୟାଳୟରେ ଯୁବ ମହୋତ୍ସବ 'ଅରା-୨୦୨୬' ର ଶୁଭାରମ୍ଭ, ସେମିଳିଗୁଡା,କୋରାପୁଟ, ଓଡିଶା,

ସେମିଳିଗୁଡା ମହାବିଦ୍ୟାଳୟର ଯୁବ ମହୋତ୍ସବ “ଅରା-୨୦୨୬” ର ଶୁଭାରମ୍ଭ
ସେମିଳିଗୁଡା ମହାବିଦ୍ୟାଳୟ, ସେମିଳିଗୁଡା ର ଯୁବ ସପ୍ତାହ ପାଳନ ଅବସରରେ ଯୁବ ମହୋତ୍ସବ "ଅରା-୨୦୨୬" ର ଜାନୁୟାରୀ ୧୭ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ମହୋତ୍ସବରେ ଜାତୀୟ ଯୁବ ରେଡକ୍ରସ ଆନୁକୂଲ୍ୟରେ ରେଡକ୍ରସର ମୌଳିକ ନୀତି, ମାନବିକତା, ସମଦର୍ଶିତା, ନିରପେକ୍ଷତା, ସ୍ୱାଧୀନତା, ସ୍ୱେଚ୍ଛାକୃତ ସେବା, ଏକତା ଏବଂ ବିଶ୍ଵଜନୀନତା ଉପରେ ଆଧାରିତ । ଅଧ୍ୟକ୍ଷା ଡ. ଝାନ୍ସୀ ସିଂହ ସୂଚନା ଦେଇଛନ୍ତି ଯେ ଅବିଭକ୍ତ କୋରାପୁଟ ସ୍ୱତନ୍ତ୍ର ଜୋନର ଚାଳିଶରୁ ଉର୍ଦ୍ଧ ମହାବିଦ୍ୟାଳୟର ରେଡକ୍ରସ ସ୍ୱେଚ୍ଛାସେବୀ ଏବଂ ରେଡକ୍ରସର କାଉନ୍ସିଲରଙ୍କୁ ଏହି ଉତ୍ସବରେ ଯୋଗ ଦେବାପାଇଁ ମହାବିଦ୍ୟାଳୟମାନଙ୍କର ଅଧକ୍ଷମଙ୍କୁ ଅନୁରୋଧ କରାଯାଇଛି । ତିନିଦିନ ବ୍ୟାପି ଏହି କାର୍ଯ୍ୟକ୍ରମରେ ତିନିଶହରୁ ଉର୍ଦ୍ଧ ସ୍ଵେଚ୍ଛାସେବୀଙ୍କୁ ନେତୃତ୍ୱ ନେବାର କଳା, ବ୍ୟକ୍ତିତ୍ଵର ବିକାଶ, ଯୁବ ପାର୍ଲାମେଣ୍ଟ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ, ପରିବେଶ, ସାମାଜିକ କୁସଂସ୍କାର, ପର୍ଯ୍ୟଟନ ସ୍ଥଳୀର ସ୍ୱଚ୍ଛତା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ । ସେମିଳିଗୁଡା ମହାବିଦ୍ୟାଳୟର ରେଡକ୍ରସ କାଉନ୍ସିଲର ଶିବାଷିସ ପଟ୍ଟନାୟକ ଏହି ଶିବିରର ସଂଯୋଜକ ଭାବରେ କାର୍ଯ୍ୟ ନିର୍ବାହ କରିବେ । ଏହି ତିନିଦିନିଆ ଯୁବ ମହୋତ୍ସବକୁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ସ୍କାଉଟ ଗାଇଡର ରେଞ୍ଜର ରୋଭର, ଏନ୍.ସି.ସି ର ସ୍ଵେଚ୍ଛାସେବୀଙ୍କ ମିଳିତ ସହଯୋଗରେ ସଫଳ କରାଯିବ ।
ଉକ୍ତ ମହୋତ୍ସବକୁ ଉଦ୍ଘାଟନ କରିବାପାଇଁ ମାନ୍ୟବର ଲୋକସଭା ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲ୍ଲାକା ସମ୍ମତି ପ୍ରଦାନ କରିଛନ୍ତି ଏବଂ ଏହାର ଉଦ୍ଘାଟନୀ ଉତ୍ସବରେ ଯୋଗଦେବା ପାଇଁ ମାନ୍ୟବର ଖଣିଜ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି । ଏତଦ୍ ବ୍ୟତୀତ ମାନ୍ୟବର ବିଧାୟକ ରାମଚନ୍ଦ୍ର କାଡାମ, ପଟାଙ୍ଗି, ମାନ୍ୟବର ବିଧାୟକ ରଘୁରାମ ମାଛ, କୋରାପୁଟ, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର କୁଳପତି, କୁଳସଚିବ ଡ . ଦେବୀ ପ୍ରସାଦ ମିଶ୍ର, ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଡ. ଗୋପାଳ ହାଲଦାର ଏବଂ ଜାତୀୟ ଯୁବ ପ୍ରକଳ୍ପର ରାଜ୍ୟ ସଭାପତି ଶ୍ରୀଯୁକ୍ତ ମଧୁ ସୂଦନ ଦାସ ଯୋଗ ଦେବାକୁ ପ୍ରତିଶୃତି ଦେଇଛନ୍ତି ।

39
1945 views