logo

ଶ୍ରୀଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ସମ୍ବର୍ଦ୍ଧନା

ଦାମନଯୋଡ଼ି,୧୬/୦୧:ଶ୍ବେତ ସୁବର୍ଣ୍ଣ କ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ନାଲକୋ ଅପରେସନ ବିଭାଗର ସୁପରିଣ୍ଟେଡେଣ୍ଟ ଆମୋଦ କୁମାର ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଗୁରୁବାର ସନ୍ଧ୍ୟାରେ ମନ୍ଦିର କମିଟିର ଏକ ବୈଠକରେ ଚଳିତ ମାସ ଅବସର ନେବାକୁ ଥିବା ଏହି ଆଧ୍ୟାତ୍ମିକବାଦୀ ସରଳ ମଣିଷ ଶ୍ରୀ ପାଣିଗ୍ରାହୀଙ୍କୁ ମନ୍ଦିର କମିଟି ତରଫରୁ ମନ୍ଦିରର କ୍ୟାଲେଣ୍ଡର ଓ ମୁଖପତ୍ର 'ମହାପ୍ରସାଦ' ପ୍ରଦାନ କରାଯାଇ ଭବ୍ଯ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଉପସ୍ଥିତ ସମସ୍ତ ସଦସ୍ଯ ମାନେ କମିଟିର ଏହି ଆଜୀବନ ସଦସ୍ୟଙ୍କ ସ୍ମୃତି ଚାରଣ ପୂର୍ବକ ଅବସରକାଳୀନ ଜୀବନ ସରସ,ସୁନ୍ଦର,ନୀରୋଗ,ନିରାମୟ ରହିବା ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଉଲ୍ଲେଖନୀୟ ଶ୍ରୀ ଆମୋଦ ପାଣଗ୍ରାହୀ ୧୯୮୭ମସିହାରୁ ଦାମନଯୋଡ଼ିରେ ରହି ଆସୁଛନ୍ତି।ତାଙ୍କର ଧର୍ମପତ୍ନୀ ମିନତୀ ସାହୁ ସୁଗୃହିଣୀ ହୋଇଥିବା ବେଳେ ଓ ପୁତ୍ର ଅଭିଷେକ ସରକାରୀ ଚାକିରୀ କରୁଛନ୍ତି।ନିଜ ପ୍ରତିକ୍ରିୟାରେ ଶ୍ରୀ ପାଣିଗ୍ରାହୀ କହିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ତାଙ୍କର ଏଠାରେ ୩୮ବର୍ଷର ରହଣି ସୁଗମ ହୋଇଥିଲା। ସମ୍ବର୍ଦ୍ଧନା ସମୟରେ କମିଟି ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ,ସମ୍ପାଦକ କୈଳାସ ସେନାପତି ଓ ଯୁଗ୍ମ ସଂପାଦକ ତ୍ରିଲୋଚନ ଚୌଧୁରୀଙ୍କ ସହିତ ସଦସ୍ୟ ରଞ୍ଜନ କୁମାର ବେହେରା,ବିମଳ ନାୟକ,ନକୁଳ ଚରଣ ପତି,ପି କେ ମୁନି,କୈଳାସ ଚନ୍ଦ୍ର ମହାରଣା,ଖଦାଳ ନାୟକ,ଆର.ଏନ.ମୁଦୁଲି ଓ ବିଜୟ କୁମାର ଆଚାର୍ଯ୍ଯ ପ୍ରମୁଖ ଉପସ୍ଥିତ ଥିଲେ। ଡ଼ଃ ଅଶୋକ କୁମାର ମହାନ୍ତି ମଞ୍ଚ ସଂଯୋଜନା କରିଥିଲେ।

36
2140 views