logo

ଜଣେ ମାଉସୀ ଙ୍କ ନୁଆ ଜୀବନର ଆରମ୍ଭ ଅଭିଜିତ ଫାଉଣ୍ଡେସନ ରେ



ଆଜି ୧୬/୧୦ ତାରିଖର ଦିନଟି ଆମ ସମସ୍ତଙ୍କ ପାଇଁ ଗଭୀର ଅନୁଭୂତି, କରୁଣା ଓ ମାନବିକତାର ଏକ ଉଜ୍ଜ୍ୱଳ ଉଦାହରଣ ଭାବେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। କାରଣ ଆଜି ସଖି ସେଣ୍ଟର ବରଗଡ ର ସମର୍ପିତ କର୍ମଚାରୀ ମାନଙ୍କ ସହଯୋଗ ରେ, ସାମାଜିକ କର୍ମୀ ସୁଦାମ ସାହୁଙ୍କ ମୁଖ୍ୟ ଭୂମିକାରେ ସାମାଜିକ ସ୍ତରରେ ଅସହାୟ, ନିଷ୍ପେସିତା ଓ ନିରାଶ୍ରୟା ଥିବା ଜଣେ ମାଉସୀଙ୍କୁ (ବେଲପଡା ଥାନା , ଜିଲ୍ଲା–ବଲାଙ୍ଗୀର) ଉଦ୍ଧାର କରାଯାଇ ଆଶ୍ରା ବୃଦ୍ଧାଶ୍ରମ ରେ ଭର୍ତ୍ତି କରା ଯାଇଥିଲା । ଉଦ୍ଧାର ପରେ ପଦ୍ମା ମାଉସୀ (ଛଦ୍ମନାମ)ଙ୍କୁ ଅସହାୟ ଓ ନିରାଶ୍ରୟ ମହିଳାମାନଙ୍କ ପାଇଁ କାର୍ଯ୍ୟରତ ଅଭିଜିତ ଫାଉଣ୍ଡେସନ ପରିଚାଳିତ ‘ଆଶ୍ରା ବୃଦ୍ଧାଶ୍ରମ’ ରେ ସୁରକ୍ଷିତ ଭାବେ ଥଇଥାନ କରାଯାଇଛି। ଏହା ମାଧ୍ୟମରେ ତାଙ୍କୁ କେବଳ ଏକ ଆଶ୍ରୟ ନୁହେଁ, ବରଂ ସୁରକ୍ଷା, ସମ୍ମାନ ଓ ମାନବିକ ସ୍ନେହ ଦେବାର ଏକ ପବିତ୍ର ଉଦ୍ୟମ ସଫଳ ହୋଇଛି।
ଦୀର୍ଘ ସମୟ ଧରି ଅବହେଳା, ଅନିଶ୍ଚିତତା ଓ ଅସୁରକ୍ଷା ମଧ୍ୟରେ ଜୀବନ କାଟୁଥିବା ସେଇ ମାଉସୀଙ୍କ ଚେହେରା ରେ ଆଜି ଅଳ୍ପ ଆଶାର ଆଲୋକ ଦେଖା ଦେଇଛି । ସମାଜ ଯେତେବେଳେ କାହାକୁ ଭୁଲିଯାଏ, ସେତେବେଳେ ଏଭଳି କିଛି ସଂବେଦନଶୀଳ ମନ ମାନବିକତାକୁ ପୁଣି ଜୀବନ୍ତ କରିଥାଏ। ଆମ ଅଭିଜିତ ଫାଉଣ୍ଡେସନ ପରିଚାଳିତ ‘ଆଶ୍ରା ବୃଦ୍ଧାଶ୍ରମ’ ପକ୍ଷରୁ ସେଇ ମାଉସୀଙ୍କୁ ସ୍ନେହ, ସମ୍ମାନ ଓ ଆଦର ସହ ପାଛୋଟି ନେଇ, ନିଜ ପରିବାରର ଏକ ସଦସ୍ୟ ଭାବେ କେବଳ ଗ୍ରହଣ କରିନେଲା ସେ କଥା ନୁହେଁ ବରଂ ଆତ୍ମୀୟତା, ସୁରକ୍ଷା ଓ ମାନସିକ ସାନ୍ତ୍ୱନା ଦେବାର ଅଙ୍ଗୀକାର କୁ ମଧ୍ୟ ନିଶ୍ଚିତ କରାଇଲା ।
ଏହି ମାନବିକ କାର୍ଯ୍ୟରେ ସହଯୋଗ କରିଥିବା ସଖି ସେଣ୍ଟରର କର୍ମଚାରୀ, ଓ ସୁଦାମ ସାହୁଙ୍କୁ ହୃଦୟର ଗଭୀରତା ରୁ ଧନ୍ୟବାଦ। ଆସନ୍ତୁ, ଆମେ ସମସ୍ତେ ମିଶି ଏଭଳି ଅନେକ ଜୀବନକୁ ଆଶାର ଆଲୋକ ଦେଖାଇବା ପାଇଁ ଆଗେଇ ଆସିବା।ମାନବିକତା କୁ ଜିତ୍ ରେ ପରିଣତ କରିବା ପାଇଁ ଆମର ସବୁ ବଳ କୁ ନିୟୋଜିତ କରିବା ଆଉ ପ୍ରମାଣ କରିଦେବା ମାନବିକତା ହିଁ ସର୍ବଶ୍ରେଷ୍ଠ ଧର୍ମ ବୋଲି ।

14
759 views