
ଟୋକେନ ନାହିଁ କି ଟାର୍ଗେଟ ନାହିଁ,ଧାନ ବିକିବେ କାହାକୁ- ବାହାରପୁର ପଞ୍ଚାୟତ ଚାଷୀଙ୍କ ଦୁଃଖ!
#ବାହାର_ପୁର_ପଞ୍ଚାୟତ_ଚାଷୀଙ୍କ_ଦୁଃଖ_ଅସର
ଟୋକେନ ନାହିଁ କି ଟାର୍ଗେଟ ନାହିଁ,ଧାନ ବିକିବେ କାହାକୁ
ନିଜ ମୁଣ୍ଡର ଝାଳ କୁ ତୁଣ୍ଡରେ ମାରି ଉତ୍ପାଦିତ କରିଥିବା ଧାନ ଫସଲ ମଣ୍ଡି ରେ ଦେଇପାରୁ ନାହାନ୍ତି ଚାଷୀ । ବାରମ୍ବାର ପାକ୍ସ କୁ ଦୌଡୁଥିଲେ ମଧ୍ୟ ଟୋକେନ ମିଳୁନି । ସମବାୟ ସମିତି ସମ୍ପାଦକ ଅସହାୟ ଭାବରେ ସଂକ୍ଷିପ୍ତ ଉତ୍ତର ଦେଉଛନ୍ତି ଟାର୍ଗେଟ ନାହିଁ । ଚାଷୀ ମହଲରେ ଭାଳେଣି ପଡ଼ିଲାଣି ସେମାନଙ୍କ ଧାନ କିଣିବ କିଏ ଓ କେବେ । ସାହୁକାର ଠାରୁ ଧାର କରଜ କରି ବିହନ,ସାର,ମଜୁରୀ ଦେଇ ଧାନ ଫସଲ କରିଥିବା ଚାଷୀ ନିଜ କ୍ଷେତକୁ ଦେଖି ବେଶ ଖୁସି ସଂଚାର କରିଥିଲା ମନରେ । ଧାର କରଜ ଶୁଝିବା ପରେ ବଳକା ହେବାର ମନରେ ଯେଉଁ ଆଶା ରହିଥିଲା ତାହା ଧୀରେ ଧୀରେ ମଉଳିବାକୁ ବସିଲାଣି । କାରଣ ଧରାକୋଟ ବ୍ଲକର ସମସ୍ତ ପାକ୍ସ ରେ ଚାଷୀଙ୍କୁ ମେସେଜ ଆସି ଟୋକେନ ମଧ୍ୟ ମିଳିଲାଣି । କେବଳ ବାହାର ପୁର ପାକ୍ସ ପଛରେ ରହିଛି । କାହିଁକି ଟୋକେନ ଚାଷୀଙ୍କୁ ଦିଆଯାଉନି ଓ ଏହି ସମିତି ପାଇଁ ଟାର୍ଗେଟ ଆସୁନି ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ଉତ୍ତର ସଂପୃକ୍ତ ବଡ଼ ଅଧିକାରୀ ମାନଙ୍କ ପାଖରେ ନାହିଁ । ଏହା ମଧ୍ୟରେ ବାହାର ପୁର ପଞ୍ଚାୟତ ରେ ଦଳଗୋବିନ୍ଦ ସ୍ଵୟଂ ସହାୟକ ଗୋଷ୍ଠୀ କୁ ଧାନ କିଣିବା ପାଇଁ ସରକାର ଅନୁମତି ପ୍ରଦାନ କରିଛନ୍ତି । ବାହର ପୁର ସମବାୟ ସମିତି ରେ 587 ଜଣ ଚାଷୀ ଧାନ ବିକ୍ରି ପାଇଁ ନିଜର ନାମ ପଞ୍ଜିକରଣ କରିଛନ୍ତି । ଦୀର୍ଘ ତିରିଶି ଦିନ ଆଗରୁ ଧାନ ଫସଲ ଅମଳ କରି ଘରେ,ଜମିରେ ଓ ଖଳାରେ ରଖିଛନ୍ତି । ସରକାରି ଘୋଷଣା ଅନୁଯାୟୀ ଗତ ଡ଼ିସେମ୍ବର ମାସ 23 ତାରିଖ ଦିନ ଧାନ ମଣ୍ଡି ଖୋଲିଛି । ବିଳମ୍ବରେ ହେଲେ ମଧ୍ୟ ବାହାର ପୁର ପାକ୍ସ କୁ ବାଦ ଦେଇ ଅନ୍ୟ ପାକ୍ସ ରେ ଧାନ କିଣା ଆରମ୍ଭ ହେଲାଣି । ବ୍ଲକର 15 ପାକ୍ସ ଓ 9 ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପାଇଁ ଅନୁମତି ପାଇଛନ୍ତି । ହେଲେ ବାହାର ପୁର ପଞ୍ଚାୟତ ର ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇନଥିବାରୁ ଚାଷୀ ମାନେ ଶାଗ ମାଛ ମୂଲ ରେ 1800/2000 ଟଙ୍କାରେ ଦଲାଲ ଓ ଆନ୍ଧ୍ର ବେପାରୀଙ୍କୁ ଧାନ ବିକ୍ରି କରୁଛନ୍ତି । ଆଜି ଏହି ପଞ୍ଚାୟତ ର ଶହେରୁ ଅଧିକ ଚାଷୀ ଧରାକୋଟ ତହସିଲ କାର୍ଯ୍ୟାଳୟ କୁ ଅଭିଯୋଗ କରିବା ପାଇଁ ଆସିଥିଲେ ମଧ୍ୟ ତହସିଲଦାର ଅନୁପସ୍ଥିତ ଥିବାରୁ ନିରାଶାରେ ଏବଂ କ୍ଷୋଭରେ ଫେରିଥିଲେ । ତୁରନ୍ତ ଟୋକେନ ପ୍ରଦାନ ପାଇଁ ସରକାର ବିଧି ବ୍ୟବସ୍ଥା ନକଲେ ଆନ୍ଦୋଳନ ର ଚେତାବନୀ ମଧ୍ୟ ଦେଇଥିଲେ । ଘଟଣା ସମ୍ପର୍କରେ ବ୍ଲକ ଯୋଗାଣ ନୀରିକ୍ଷକ ଙ୍କ ସହ ଯୋଗାଯୋଗ ବେଳେ ବାହାର ପୁର ପଞ୍ଚାୟତ ର ଚାଷୀଙ୍କ ସମସ୍ୟା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ସେ ଜଣାଇଛନ୍ତି, ଖୁବ ଶୀଘ୍ର ସମସ୍ୟା ର ସମାଧାନ ହେବ ବୋଲି ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ନିର୍ଭର ଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗଞ୍ଜାମ ଜିଲ୍ଲାର 41 ଗୋଟି ପାକ୍ସ ର ଚାଷୀଙ୍କୁ ଟୋକେନ ପ୍ରଦାନ କରାଯାଇନାହିଁ କି ଟାର୍ଗେଟ ମଧ୍ୟ ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ବାହାର ପୁର ପଞ୍ଚାୟତ ର ଚାଷୀ କଣ ସରକାରଙ୍କ ସାବତ ପୁଅ କି ? କେବେ ଆସିବ ଟାର୍ଗେଟ କେବେ ମିଳିବ ଟୋକେନ ଚିନ୍ତାରେ ପଡ଼ିଛନ୍ତି ଚାଷୀ । #ଚାଷୀ_ହସିଲେ_ଦୁନିଆଁ_ହସିବା
ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ, ମୋବାଇଲ: 7894715457