logo

ପି.ଏମ.ଶ୍ରୀ ରାଧାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟର ଭବ୍ୟ ସମାରୋହ ଉତ୍ସବ !

ଆଠମଲ୍ଲିକ:-୧୩/୦୧(ଧନଞ୍ଜୟ ନାୟକ ) ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ପାଇକସାହି ଗ୍ରାମର ପି.ଏମ.ଶ୍ରୀ ରାଧାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ସମାରୋହ ଉତ୍ସବ ୨୦୨୬ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁଜିତ ଖଡ଼ିଆଙ୍କ ତତ୍ୱାବଧାନରେ ଭବ୍ୟ ଓ ସାରଗରଭିତ ଭାବେ ଅନୁଷ୍ଠିତ ହୋଇଯାଇଛି ! ଉତ୍ସବ ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇ ତାଙ୍କ ମଧ୍ୟରେ ଥିବା ଅନ୍ତନିହିତ ପ୍ରତିଭା ଓ କଳାଦକ୍ଷତା ପ୍ରକାଶ ପାଇଥିଲା ! କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇ ସେମାନଙ୍କ ମନୋବଳ ସୁଦୃଢ଼ କରିବା ସହ ଆଧୁନିକ ସମାଜରେ ଛାତ୍ରଜୀବନର ଗୁରୁତ୍ୱ ବିଷୟରେ ଅତିଥିମାନେ ତାଙ୍କ ବକ୍ତବ୍ୟରେ ଆଲୋକପାତ କରିଥିଲେ ! ବକ୍ତାମାନେ ବିଦ୍ୟାଳୟର ଐତିହ୍ୟକୁ ସ୍ମରଣ କରି ବ୍ରିଟିଶ ଶାସନାମଳରୁ ଆରମ୍ଭ କରି ସାଧାରଣ ଲୋକଙ୍କ ତ୍ୟାଗ, ପରିଶ୍ରମ ଓ ଜମିଦାନ ଫଳରେ ଏହି ପ୍ରତିଷ୍ଠାନ ଆଜି ଏକ ସଫଳ ଓ ଆଦର୍ଶ ବିଦ୍ୟାଳୟର ରୂପ ନେଇଥିବା କଥା ଉଲ୍ଲେଖ କରିଥିଲେ ! ଉପାନ୍ତ ଅଞ୍ଚଳରେ ଅବସ୍ଥିତ ହୋଇ ମଧ୍ୟ ବିଦ୍ୟାଳୟର ସୁସଂଗଠିତ ପରିଚାଳନା ଓ ସୁଚ୍ଛ ପରିବେଶ ଅତିଥିମାନଙ୍କୁ ବିଶେଷ ଭାବେ ଆକର୍ଷିତ କରିଥିଲା ! ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ, ବିଶିଷ୍ଟ ଅତିଥି ଭାବେ ଡା. ରାଜେଶ କୁମାର ଜେନା (ପାଇକସାହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର), ସଭାପତି ଭାବେ ସୁନୀଲ କୁମାର ପ୍ରଧାନ (ଗୋଷ୍ଠୀ ଶିକ୍ଷା ଅଧିକାରୀ, ଆଠମଲ୍ଲିକ), ମୁଖ୍ୟ ବକ୍ତା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶୁକଦେବ ସାହୁ ଉପସ୍ଥିତ ଥିଲେ ! ସେହିପରି ଜୟକୃଷ୍ଣ ପ୍ରଧାନ, କୈବଲ୍ୟ କଅଁର, ନିରୋଜକାନ୍ତ ସାହୁ (ସରପଞ୍ଚ,ପାଇକସାହି) ଓ ଜିଲ୍ଲା ପରିଷଦ ସଦସ୍ୟ ଯୁଧିଷ୍ଠିର ସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ! ସମାରୋହ ସଫଳ କରିବାରେ ଶିକ୍ଷକ ଶଶିଭୂଷଣ ସାହୁ, ରୁଦ୍ରପ୍ରସାଦ ମହାରଣା, ସଲିମ ମେହେର,ଗଦାଧର ବେହେରା, ବିଷ୍ଣୁପ୍ରସାଦ ହେନ୍ତାଲିଆ, ସୌମ୍ୟରଞ୍ଜନ କଅଁର, ନରେନ୍ଦ୍ର ସାହୁ, ପ୍ରଶନ୍ନ କୁମାର ପ୍ରଧାନ, ବିଜୟ କୁମାର ସିଂହ, ଅରୁଣ କୁମାର ନାୟକ, ବିନ୍ଦୁସାଗର ମହାନ୍ତି, ପପୁରଞ୍ଜନ ସାହୁ, ସୌରଭ ସରକାର, ଗଲେଖାବିହାରୀ ସାହୁ, କ୍ଷିତୀଶ କୁମାର ନାୟକ, ଅନିଲ କୁମାର ନାୟକ ସହ ଶିକ୍ଷୟତ୍ରୀ ମୋନାଲିସା ସାହୁ ଓ ରେଣୁକା ମାଝୀ ଏବଂ ସମସ୍ତ ଛାତ୍ରଛାତ୍ରୀ ସକ୍ରିୟ ସହଯୋଗ କରିଥିଲେ।

17
964 views