logo

ସ୍ୱାମୀ ବିବେକାନନ୍ଦଙ୍କ ପୁଣ୍ୟ ଜୟନ୍ତୀ ସହ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ।

ସ୍ୱାମୀ ବିବେକାନନ୍ଦଙ୍କ ପୁଣ୍ୟ ଜୟନ୍ତୀ ସହ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ।

କେନ୍ଦୁଝର,ତା୧୩/୧- ସ୍ଥାନୀୟ ରୋଟାରି ଭବନ ଠାରେ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ, କେନ୍ଦୁଝର ଶାଖା ପକ୍ଷରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ସହ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲଳିତ ରଞ୍ଜନ ସାହୁ ଏବଂ ମୁଖ୍ୟ ବକ୍ତା ଭାବେ ହିନ୍ଦୁ ଜାଗରଣ ମଞ୍ଚ, ଓଡ଼ିଶାର ପ୍ରାନ୍ତ ସଂଗଠନ ସମ୍ପାଦକ ଶ୍ରୀମାନ ତନ୍ମୟ କୁମାର ଦାଶ ଯୋଗ ଦେଇଥିଲେ। ସଭାରେ ବିବେକାନନ୍ଦ କେନ୍ଦ୍ର କେନ୍ଦୁଝର ଶାଖା ସଂଚାଳକ ଶ୍ରୀଯୁକ୍ତ ସନ୍ତୋଷ କୁମାର ନନ୍ଦ ସଭାପତି ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାରତୀୟ ସମାଜ ପ୍ରତି ସ୍ୱାମୀଜୀଙ୍କ ଅବଦାନ ସମ୍ପର୍କରେ ଆଲୋଚନା ହୋଇଥିଲା। ସ୍ୱାମୀଜୀ ଭାରତକୁ ବସ୍ତୁ ଭାବେ ନଦେଖି ଜୀବନ୍ତ ମାଆ ଭାବେ ଦେଖୁଥିଲେ ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ଛୋଟ ଛୋଟ ଛୁଆମାନେ ସ୍ୱାମୀଜୀ ବେଶରେ ଦର୍ଶନ ଦେଇ ସଂଗୀତ ଗାନ କରିଥିଲେ ବକ୍ତୃତା ପ୍ରତିଯୋଗିତା ହୋଇଥିଲା। ସଭାରେ ସ୍ୱାଗତ ଅଭିଭାଷଣ ଓ ଦିନର ମହତ୍ତ୍ୱ ସମ୍ପର୍କରେ ବିବେକାନନ୍ଦ କେନ୍ଦ୍ର ଓଡ଼ିଶା ପ୍ରାନ୍ତର ଯୁବା ପ୍ରମୁଖ ଶ୍ରୀ ପ୍ରକାଶ କୁମାର ଆଚାର୍ଯ୍ୟ, ଅତିଥି ପରିଚୟ ଶ୍ରୀ ବିଜୟ କୁମାର ପରିଡ଼ା, କେନ୍ଦ୍ର ପରିଚୟ ସହ ନଗର ପ୍ରମୁଖ ପଣ୍ଡିତ ମଧୁସୂଦନ ମିଶ୍ର ମହୋଦୟ ରଖିଥିଲେ। କାର୍ଯ୍ୟକ୍ରମରେ ଅନେକ ବିବେକାନନ୍ଦ ପ୍ରେମୀଙ୍କ ସହ ସମସ୍ତ ସଭ୍ୟ ଯୋଗ ଦେଇଥିଲେ। କାର୍ଯ୍ୟକର୍ତ୍ତା ଜିତେନ୍ଦ୍ର ରାଠୋର, ସତ୍ୟନାରାୟଣ ସାହୁ, ସଂଗ୍ରାମ କେଶରୀ ବେହେରା, ପୁରୁଷୋତ୍ତମ ସାହୁ, ଟିକେଶ୍ୱର ବାରିକ, ରଞ୍ଜନ କୁମାର ଦାସ, କ୍ଷୀରୋଦ ଘଡେଇ, ବିଭୁତି ଭୂଷଣ ଦାଶ, ନୃସିଂହ ଧଳ, ଚନ୍ଦ୍ରକାନ୍ତ ସାମନ୍ତ, ଜ୍ୟୋତିରାଣୀ ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଧନ୍ୟବାଦ ଶ୍ରୀ କ୍ରିଷ୍ଣେନ୍ଦୁ ପଟ୍ଟନାୟକ ଅର୍ପଣ କରିଥିଲେ।

ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

6
682 views