
ସହିଦ୍ ଉମାକାନ୍ତ ପଟ୍ଟନାୟକ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣମେଣ୍ଟ ଉଦ୍ଯାପିତ ନୂଆଁଗଡ ଫ୍ରେଣ୍ଡସ କ୍ରିକେଟ୍ କ୍ଳବ ଚାମ୍ପିୟନ।
ସହିଦ୍ ଉମାକାନ୍ତ ପଟ୍ଟନାୟକ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣମେଣ୍ଟ ଉଦ୍ଯାପିତ ନୂଆଁଗଡ ଫ୍ରେଣ୍ଡସ କ୍ରିକେଟ୍ କ୍ଳବ ଚାମ୍ପିୟନ।
ଆସିକା:(୧୨/୦୧/୨୬) (ଗଣେଶ ପାଣିଗ୍ରାହୀ ରିପୋର୍ଟ) ଆସିକା ଏନ୍ଏସି ଅଧୁନସ୍ଥ ଲାଲାଶାସନ ସ୍ଥିତ ଅମରନାଥ କ୍ରିକେଟ୍ କ୍ଳବ ଆନୁକୂଲ୍ୟରେ ସବଜେଲ୍ ସମ୍ମୁଖସ୍ଥ ପଡିଆରେ ଗତ ଡିସେମ୍ବର ମାସ ତାରିଖଠାରୁ ଚାଲିଆସିଥିବା ସହିଦ୍ ଉମାକାନ୍ତ ପଟ୍ଟନାୟକ ମେମୋରିଆଲ୍ ୨୦-୨୦ କ୍ରିକେଟ୍ ଟୁର୍ଣ୍ଣାମେ ରବିବାର ଉଦ୍ଯାପିତ ହୋଇଯାଇଛି । ଅମରନାଥ କ୍ରିକେଟ କ୍ଲବର ସକ୍ରିୟ ସଭ୍ୟ ସୀତାରାମ ହୋତା (ବୁବୁନା) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଦ୍ଯାପନୀ ଦିବସରେ ଆସିକା ବିଧାୟକ ସରୋଜ କୁମାର ପାଢୀ, ଆସିକା ଥାନା ଅଧିକାରୀ କୁଳମଣି ସେଠୀ, ଆସିକା ସବଜେଲ ଅଧୀକ୍ଷକ ଖଗେଶ୍ଵର ସିଂ, ଲାଲାଶାସନ ଗ୍ରାମ୍ୟ କମିଟି ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ, ୧୭ ନମ୍ବର ୱାର୍ଡର କାଉନସିଲର ସଂଯୁକ୍ତ ଶତପଥୀ, ପୂର୍ବ ତନ କାଉନସିଲର ପ୍ରମୋଦ କୁମାର ତ୍ରିପାଠୀ, ଆସିକା ଏନଏସି କାଉନସିଲର ସରୋଜ କୁମାର ରଂଜ, ଅବସରପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଦୀପ କୁମାର ହୋତା, ସମାଜସେବୀ ଅନନ୍ତ ପ୍ରସାଦ ଶତପଥୀ, ଯୁବ ସଂଗଠକ ଶିବପ୍ରସାଦ ଶତପଥୀ ପ୍ରମୁଖ ଯୋଗଦେଇ ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୬ଟି ଦଳ ଅଂଶଗ୍ରହଣ କରିଥିଲା ବେଳେ ଉଦ୍ଯାପନୀ ମ୍ୟାଚ୍ରେ ନୁଆଁଗଡ ଫ୍ରେଣ୍ଡସ କ୍ରିକେଟ୍ କ୍ଳବ ସହ ସୋରଡା ଋଷିକୁଲ୍ୟା କ୍ରିକେଟ୍ କ୍ଳବ ମଧ୍ୟରେ କଡ୍ଡା ମୁକାବିଲା ହୋଇଥିଲା । ସୋରଡା ଋଷିକୂଲ୍ୟା କ୍ରିକେଟ୍ କ୍ଲବକୁ ହରାଇ ନୁଆଁଗଡ ଫ୍ରେଣ୍ଡସ କ୍ରିକେଟ୍ କ୍ଳବ ଚାମ୍ପିୟନ ହୋଇଥିଲା ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ହୋଇଥୁବା ନୁଆଁଗଡ ଫ୍ରେଣ୍ଡସ କ୍ରିକେଟ୍ କ୍ଲବକୁ ଟ୍ରଫି ସହ ୨୦ହଜାର ୧ ଟଙ୍କାର ବ୍ୟାଙ୍କ ଚେକ୍ ଓ ରନର୍ସଅପ୍ ହୋଇଥିବା ସୋରଡା ଋଷିକୁଲ୍ୟା କ୍ରିକେଟ କ୍ଲବକୁ ଟ୍ରଫି ସହ୍ ୧୫ ହଜାର ୧ ଟଙ୍କାର ବ୍ୟାଙ୍କ ଚେକ୍ ପ୍ରଦାନ କରାଯାଇଥିଲା । ଅମରନାଥ କ୍ରିକେଟ କ୍ଲବର ସକ୍ରିୟ ସଭ୍ୟ ସୀତାରାମ ହୋତା (ବୁବୁନା), ରବିନାରାୟଣ ସ୍ଵାଇଁ, ଉମା ମାହେଶ୍ଵର ଦାଶ, ବାବୁ ବେହେରା, କାଳିଆ ବିଶ୍ଵାଳ, ମନୋ ପ୍ରଶାନ୍ତ ପାଢୀ, ପ୍ରେମାନନ୍ଦ ରେଡି, ପ୍ରଶ୍ନ ଦାଶ, ଶିବପ୍ରସାଦ ଶତପଥୀ, ବାଲ୍ମିକୀ ପରିଡା, ଆଶୁତୋଷ ସାହୁ, ତ୍ରିଲୋଚ ପାତ୍ର, ସୁନିଲ କୁମାର ଗୌଡ ବାଳକୃଷ୍ଣ ଦାଶ, ମନୋଜ କୁମ କୁମାର ଗୌଡ, ପଞ୍ଚାନନ ବିଷୋୟୀ, ବିଶ୍ବ ପୋଲାଇଙ୍କ ସମତେ ସଭ୍ୟମାନେ ଏହି କ୍ରିକେଟ୍ ପ୍ରତିଯୋଗିତାକୁ ପରିଚାଳନା କରିବା ଦିଗରେ ସହଯୋଗ କରିଥିବା ବେଳେ ଏହି କ୍ରିକେଟ ପ୍ରତିଯୋଗିତାକୁ ଦେଖିବା ଲାଗି କ୍ରୀଡାପ୍ରେମୀଙ୍କ ସମାଗମ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ଫାଇନାଲ ମ୍ୟାଚରେ ଏମ୍ପାୟାର ରୂପେ ସୀତାରାମ ଜେନା ଓ ମିଥୁନ ବିଷୋୟୀ ଏବଂ ସ୍କୋରର ରୂପେ ଆଶୁତୋଷ ସାହୁ ଓ ଅମର ନାୟକ ଦାୟିତ୍ଵ ନିର୍ବାହ କରିଥିଲା ବେଳେ ପି.ତ୍ରିଲୋଚନ ପାତ୍ର ଓ ରାଜେନ୍ଦ୍ର ଡାକୁଆ ଧାରାବିବରଣୀ କରିଥିବା ଦେଖୁବାକୁ ମିଳିଥିଲା l
ଗଣେଶ ପାଣିଗ୍ରାହୀ ରିପୋର୍ଟ, ମୋବାଇଲ: 78947 15457