logo

ଧାନ ଗଦା ପୋଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ମନ୍ତ୍ରୀ, ସରକାରୀ ସହାୟତା ପାଇଁ ପ୍ରତିଶୃତି।

ଧାନ ଗଦା ପୋଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ମନ୍ତ୍ରୀ, ସରକାରୀ ସହାୟତା ପାଇଁ ପ୍ରତିଶୃତି।

ପୋଲସରା ୧୨/୦୧/୨୬ ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୧୦ ଜଣ ଲୋକଙ୍କ ୨୦ ଏକରର ଧାନ ପୋଡ଼ି ପାଉଁଶ ହୋଇଯାଇଥିବା ଘଟଣା ଗତ ୧୦/୦୧/୨୬ ତାରିଖ ଶନିବାର ଅପରାହ୍ନ ସମୟରେ ବାଲିଛାଇ ଗ୍ରାମରେ ଘଟିଯାଇଥିବା ବେଳେ ଆଜି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ତଥା ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକ ଗ୍ରାମରେ ପହଞ୍ଚି ସମାଜସେବୀ ତଥା ଯୁବ ନେତା ଜଗନ୍ନାଥ ବାଢେଇ ସହିତ ଉକ୍ତ ଧାନ ପୋଡ଼ି ଘଟଣାରେ ଆଲୋଚନା କରିଥିଲେ। ଆଲୋଚନା ପରେ ସେଠାରୁ କ୍ଷତିଗ୍ରସ୍ତ ଚାଷୀଙ୍କ ଧାନ ଜମିକୁ ଯାଇ ସେଠାରେ କ୍ଷତି ହୋଇଥିବ ବିଷୟରେ ଲୋକଙ୍କ ସହିତ ଆଲୋଚନା କରିଥିଲେ। ସରକାରୀ ସହାୟତା ଯୋଗାଇଦେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ପାଲ ଓ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସରକାରୀ ସହାୟତା ଯୋଗାଇଦେବା ପାଇଁ କ୍ଷତିଗ୍ରସ୍ତଙ୍କୁ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ। କେଉଁ କାରଣରୁ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି। ଚାଷୀମାନେ ଧାରକରଜ କରି ଆଣି ଚାଷ କରିଥିବା ବେଳେ ଚାଷୀଙ୍କ ବର୍ଷକର ଖାଦ୍ୟ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଧାନ ମଣ୍ଡିକୁ ଅପେକ୍ଷା କରି ବାଲିଛାଇ ସେବା ସମବାୟ ସମିତି ଧାନ ଉଠାଇବା ବିଳମ୍ବ ଯୋଗୁଁ ଅଗ୍ନିକାଣ୍ଡ ଘଟି ଲୋକଙ୍କ କ୍ଷତି ହୋଇଥିବ ନେଇ ଅଭିଯୋଗ ଆଣିଥିଲେ ଗ୍ରାମର ଚାଷୀ ମାନେ। ମନ୍ତ୍ରୀଙ୍କ ପ୍ରତିଶୃତି କୁ ନେଇ ଚାଷୀମାନଙ୍କ ମଧ୍ୟରେ ଆଶା ଉପୁଜିଥିବା ଜଣାପଡିଛି। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ବାଲିଛାଇ ଗ୍ରାମର କିଛି ଚାଷୀଙ୍କ ଅମଳ ହୋଇ ରହିଥିବା ଧାନ ଗଦାରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୧୦ ଏକର ଚାଷ ଜମିର ଧାନ ପୋଡ଼ି ପାଉଁଶ ହୋଇଯିବା ଖବର ଅତ୍ୟନ୍ତ ଦୁଃଖଦାୟକ । ଏହି ଖବର ପାଇ ଆଜି ମୁଁ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପ୍ରଭାବିତ ଚାଷୀ ଭାଇମାନଙ୍କୁ ଭେଟି ସେମାନଙ୍କୁ ସମବେଦନା ଜଣାଇଲି । ବର୍ଷକର କଷ୍ଟଅର୍ଜିତ ଫସଲ ନଷ୍ଟ ହେବା ଚାଷୀ ପାଇଁ ଏକ ଅପୂରଣୀୟ କ୍ଷତି । ଏହି କଠିନ ସମୟରେ ଚାଷୀଙ୍କୁ ସାମାନ୍ୟ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ମୋ ପକ୍ଷରୁ କିଛି ଆର୍ଥିକ ସହାୟତା ପ୍ରଦାନ କଲି । ଏଥିସହ ଘଟଣାର ତଦନ୍ତ କରି କ୍ଷୟକ୍ଷତିର ଆକଳନ ପୂର୍ବକ ସରକାରୀ ନିୟମ ଅନୁଯାୟୀ ଯଥାଶୀଘ୍ର କ୍ଷତିପୂରଣ ଯୋଗାଇ ଦେବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି । ଚାଷୀଙ୍କ ହସ ହିଁ ଆମ ପାଇଁ ପ୍ରକୃତ ସନ୍ତୋଷ ।

ଗଣେଶ ପାଣିଗ୍ରାହୀ ରିପୋର୍ଟ, ମୋବାଇଲ: 7894715457

6
372 views