logo

ବରପାଲି ବ୍ଲକ୍ ତୁଲଣ୍ଡ, ଶ୍ରୀ ରାମଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦଯାପିତ

ବରପାଲି ,ତା.୧୧ ତୁଲଣ୍ଡି ଗ୍ରାମର ଶ୍ରୀଶ୍ରୀ ରାମଜୀ ମନ୍ଦିର ଶ୍ରୀ ହନୁମାନ ମନ୍ଦିର ଓ ଗ୍ରାମ ଦେବତୀ ମନ୍ଦିର ପ୍ରତିଷ୍ଠା ଉତ୍ସବର ଚତୁର୍ଥ ଦିନରେ ହନୁମାନଙ୍କ ପ୍ରାଣ ପ୍ରତିଷ୍ଠା ଓ ଶିବ ସହସ୍ରନାମ ପଠନ ହୋଇଥିଲା ।ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଓଗାଁ ର ମହିଳା ରାମ ଲୀଳା ପ୍ରଦର୍ଶନ ହୋଇ କରିଥିଲେ । ।ସନ୍ଧ୍ୟାରେ ରାବଣ ଦରବାରରେ ସମ୍ମାନନୀୟ ଅତିଥି ପୂର୍ବତନ ବିଧାୟକ ଶ୍ରୀ ଯୁକ୍ତ ଅଶୋକ ପାଣିଗ୍ରାହୀ ,ଜିଲ୍ଲା ବନାଧିକାରୀ ସରୋଜ କୁମାର ପଣ୍ଡା ,ବାଗବାଡ଼ି ସରପଞ୍ଚ ସୁଷମା ଭୋଇ, ମନୋଜ ପଟ୍ଟନାୟକ, ବରପାଲି ଓକିଲ ସଂଘ ସଭାପତି ,ଶ୍ରୀମତୀ ରୀନା ଥଇତ ବ୍ଲକ ଚେୟାରମେନ,ଓ ଜିଲ୍ଲା କଂଗ୍ରେସ ସଭାପତି ହର ଦୀପ ସିଂ ଯୋଗ ଦେଇ ଅତିଥି ବୃନ୍ଦ ଯାତ୍ରା କମିଟି ଓ ମହାରାଜ ରାବଣଙ୍କ ଦ୍ଵାରା ସମ୍ମାନିତ ହୋଇ ଥିଲେ ।ରାମାୟଣ ଆଧାରିତ କୌତୁକ ବେଶ ର ଶିଶୁ କଳାକାର ମାନଙ୍କୁ ରାବ ଣ ଦରବାରରେ ପୁରସ୍କୃତ କରାଯାଇଥିଲା । ଲେବିଡି ର ଚଟନୀ ମାଷ୍ଟର ଗୌର ସାହୁ ଙ୍କ ଦଳ ନୃତ୍ୟ ଗୀତ ପ୍ରଦର୍ଶନ କରିଥିଲେ ।ଗ୍ରାମ ଯାତ୍ରା କମିଟି ସଭାପତି ଲୋକନାଥ ତ୍ରିପାଠୀ, ସଭ୍ୟ ଲକ୍ଷ୍ମୀ ଥପା, ସମ୍ପାଦକ କମଲେଶ ଭୋଇ , ସମିତି ସଭ୍ୟ ଗଙ୍ଗାବାଗ ସରପଞ୍ଚ ମାନସ ବଢେଇ,ଗଣେଶ ପଟେଲ, ବାବୁଲୁ ବେହେରା ,ଆନନ୍ଦ , ପ୍ର ଦୀପ ଶତପଥୀ ,ଅନିଲ ମହାପାତ୍ର ,ଅବିନାଶ ,ଆଲୋକ, ସୁଦାମ ବନବସ,ପ୍ରବୀଣ ପ୍ରଭୃତିଆନ୍ୟ ସଦସ୍ୟ ମାନେ ସମସ୍ତ କାର୍ଯ୍ୟ ରେ ସକ୍ରିୟ ରହିଥିଲେ । ମଞ୍ଚପରିଚାଳନା , ସଂଯୋଜନା କାର୍ଯ୍ୟ ତୁଲାଇ ଧନ୍ୟବାଦ୍ ଦେଇ ଥିଲେ ରମାକାନ୍ତ ତ୍ରିପାଠୀ ।ପ୍ରଭୂ ଶ୍ରୀ ରାମଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦଯାପିତ

8
136 views