logo

ଚେନାଇ ରେ ଦାଦନ ଶ୍ରମିକ ଙ୍କ ମୃତ୍ୟୁ, ତିନିଦିନ ପରେବି ଗ୍ରାମକୁ ଫେରିପାରୁନି ମୃତଦେହ।

ଚେନାଇ ରେ ଦାଦନ ଶ୍ରମିକ ଙ୍କ ମୃତ୍ୟୁ, ତିନିଦିନ ପରେବି ଗ୍ରାମକୁ ଫେରିପାରୁନି ମୃତଦେହ।

ବୁଗୁଡ଼ା 12/1/26 ଗଞ୍ଜାମ ଜିଲ୍ଲାର ପିଛା ଛାଡ଼ୁନି ଦାଦନ ଦୁଃଖ l ଚେନାଇ ରେ ଶ୍ରମିକ ଭାବେ କାମ କରୁଥିବା ଜଣେ ଓଡିଆ ଶ୍ରମିକ ଙ୍କ ମୃତ୍ୟୁ ଘଟିଛି l ମୃତ ଶ୍ରମିକ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଗୋଲିଆ ପଞ୍ଚାୟତ କୁଶପାଲି ଗ୍ରାମର ଅମୀୟ ବିଷୋୟୀ ହୋଇଥିବା ଜଣାପଡିଛି l ଅମୀୟ ଦୁଇ ମାସ ତଳେ ପରିବାର ପ୍ରତିପୋଷଣ ଲାଗି ଚେନାଇ ଯାଇଥିଲେ l ସେଠାରେ ଏକ କଷ୍ଟ୍ରକ୍ସନ କମ୍ପାନୀ ରେ କାମ କରୁଥିବା ବେଳେ ଗତ ରବିବାର ଦିନ ଅମୀୟ ତିନି ମହଲା ଛାତ ଉପରେ ପାଣି ପକାଉଥିବା ବେଳେ ଛାତରୁ ପଡି ଅମୀୟ ଙ୍କ ମୃତ୍ୟୁ ଘଟିଛି l ମୃତ ଦେହ ସେଠାକାର ଏକ ମେଡିକାଲ ରେ ପଡିରହିଥିବା ବେଳେ ଠିକା ସଂସ୍ଥା କୌଣସି ସହଯୋଗ କରୁନଥିବା ଅଭିଯୋଗ ହୋଇଛି l ଅର୍ଥ ଅଭାବରୁ ଅମୀୟ ଙ୍କ ମୃତଦେହ ଗ୍ରାମକୁ ଫେରିପାରୁନଥିବା ବେଳେ ପରିବାର ଲୋକେ ଧରାକରଜକରି ଚେନାଇ ଅଭିମୁଖେ ଯାଇଛନନ୍ତି l ତେବେ ଅମୀୟ ଙ୍କ ଦୁଇ ବର୍ଷର ସନ୍ତାନ ସହ ପତ୍ନୀ ଓ ଭିନ୍ନକ୍ଷମ ମା ରହିଥିବା ବେଳେ ଅମୀୟ ଙ୍କ ମୃତ୍ୟୁ ପରେ ପରିବାର ଚଳିବା ଏବେ କଷ୍ଟ ସାଧ୍ୟ ହୋଇପଡିଛି l ସରକାର ଅମୀୟ ଙ୍କ ମରଶରୀର କୁ ଗ୍ରାମକୁ ଫେରାଇ ଆଣିବା ସହ ପରିବାର କୁ କ୍ଷତି ପୁରଣ ଯୋଗାଇବାକୁ ଗ୍ରାମବାସୀ ଦାବୀ କରିଛନ୍ତି l

ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ, ମୋବାଇଲ: 78947 15457

5
624 views