logo

ସାହାଯ୍ୟର ଅପେକ୍ଷାରେ ସ୍ୱାମୀ ସ୍ତ୍ରୀ।

ସାହାଯ୍ୟର ଅପେକ୍ଷାରେ ସ୍ୱାମୀ ସ୍ତ୍ରୀ।

ଦିନ ଥିଲା ସ୍ଵାମୀ ସ୍ତ୍ରୀ ଉଭୟ ରୋଜଗାର କରି ଭଲରେ ଦିନ କାଟିବା ସହିତ ଅନ୍ୟର ଦୁଃଖ ରେ ଠିଆ ହେଉଥିଲେ| ମାତ୍ର ବଦଳିଗଲା ସମୟର ଚକ୍ର, ଦୁଇଜଣ ରୋଜଗାର କରିପାରୁ ନାହାନ୍ତି| ଶ୍ରୀଧର ପକ୍ଷାଘାତ ରୋଗରେ ପଡିଥିବା ବେଳେ ଆଶାଲତା ଦୂର୍ଘଟଣାର ଶିକାର ହୋଇ ଘରେ ଶଯ୍ୟା ଶ୍ୟାୟୀ| ସ୍ଵାମୀ,ସ୍ତ୍ରୀ ଦୁଇ ଜଣ ଏବେ ଖୋଜୁଛନ୍ତି ଅନ୍ୟର ସାହାରା|

ପାରାଦୀପ ବୃନ୍ଦାବନ କଲୋନୀ ର ଓାର୍ଡ ନଂ9 ରେ ରହୁଥିବା ଶ୍ରୀଧର ରାଉତ ଓ ଆଶାଲତା ଓଳିଏ ଖାଇଲେ ଦୁଇ ଓଳି ଉପବାସ, ଦେହ ପାଇଁ ଓୌଷଧ କଥା କିଏ ପଚାରୁଛି| ଦିନ ଥିଲା ଶ୍ରୀଧର ମାଛଧରା ବନ୍ଦର ରେ ବୋଟ୍‌‍ ସୁପରଭାଇଜର ଭାବେ କାଯର୍୍ୟ କରି ପରିବାର ଚଳାଇବା ସହିତ ଅନ୍ୟର ସୁଖ,ଦୁଃଖ ରେ ଛିଡା ହେଉଥିଲେ| ପୂର୍ବରୁ ଶ୍ରୀଧର ରାଉତ ମାଛଧରା ବେସ ରେ କାମ କରି ବେଶ ଦୁଇ ପଇସା ରୋଜଗାର କରୁଥିଲେ| ତାଙ୍କ କାନ୍ଧରେ କାନ୍ଧ ମିଶାଇ ତାଙ୍କ ସ୍ତ୍ରୀ ଆଶାଲତା ରାଉତ ପାରାଦୀପ ମୁନିସିପାଲିଟି ରେ ନିୟୋଜିତ ସଫେଇ ଗାଡିରେ କାମ କରି ମଧ୍ୟ ଭଲ ଦୁଇ ପାଇସା ରୋଜଗାର କରୁଥିଲେ| କିଏ ଯଦି ଅସୁବିଧାରେ ପଡୁଥିଲେ ସଙ୍ଗେ ସଙ୍ଗେ ସେମାନଙ୍କ ନିକଟରେ ଛିଡା ହେଉଥିଲେ ଆଶାଲତା ରାଉତ| ମାତ୍ର ଦୂର୍ଭାଗ୍ୟ ଯେତେବେଳେ ଆସେ ପରିବାରକୁ ସାଙ୍ଗରେ ନେଇ ହିଁ ଆସିଥାଏ| ହଠାତ୍‌‍ ଶ୍ରୀଧର ଙ୍କ ବ୍ରେନ୍‌‍ ଷ୍ଟେ୍ର୍ରାକ ହେଲା ଏବଂ ସେ ପକ୍ଷାଘାତ ରୋଗରେ ପୀଡିତ ହୋଇଥିବା ବେଳେ ଏହାର କିଛିଦିନ ଭିତରେ ପତ୍ନୀ ଆଶାଲତା ଙ୍କର ଦୂର୍ଘଟଣାରେ ଗୋଡ ଭାଙ୍ଗିଗଲା| ଉଭୟ ଏବେ ଘରେ ପଡିଥିବା ବେଳେ କିଛି କାମ ନଥିବାରୁ ଚୁଲି ଜଳିବା ଅସମ୍ଭବ ହୋଇ ପଡିଛି| ଓଳିଏ ଖାଇଲେ ଦୁଇ ବେଳା ଉପବାସ ରହିବାକୁ ପଡୁଛି|

ଏଭଳି ପରିସ୍ଥିତିରେ ମୁନିସିପାଲିଟି ର ଯେଉଁ ଠିକାଦାର ଅଧିନରେ ଆଶାଲତା କାମ କରୁଥିଲେ, ସିଏ ମଧ୍ୟ ତାଙ୍କର ଦୁଃଖ ରେ ସହଯୋଗ ର ହାତ ବଢାଇଲେ ନାହିଁ| ଦିନେ ଯିଏ ଅନ୍ୟର ଦୁଃଖ ରେ ନିଜର ସ୍ଵଳ୍ପ ରୋଜଗାର କୁ ଖର୍ଚ୍ଚ କରିଦେଉଥିଲା, ଆଜି ସିଏ ନିଜେ ଗଣ୍ଡାଏ ଖାଇବା ଓ ଓୌଷଧ ଟିକିଏ କିଣିବା ପାଇଁ ସଂଘର୍ଷ କରୁଛି| ଆଜିର ସ୍ଵାର୍ଥପର ଦୁନିଆରେ ଅନ୍ୟ ପାଇଁ ଚିନ୍ତା କରୁଥିବା ଶ୍ରୀଧର ଓ ଆଶାଲତା ସମୟ ଚକ୍ରରେ ନିଜେ ଅସହାୟ ହୋଇପଡିଛନ୍ତି| କିଛି ସରକାରୀ ସ୍ତରରେ କିମ୍ୱା କେହି ସହୃଦୟ ବ୍ୟକ୍ତି ଯଦି ଉଭୟଙ୍କୁ ସହଯୋଗ ର ହାତ ବଢାନ୍ତେ, ତେବେ ଉଭୟ ଦୁଇ ଓଳି ଦୁଇମୁଠା ଖାଇବା ସହିତ ଓୌଷଧ ଖାଇ ସୁସ୍ଥ ହୋଇ ପାରନ୍ତେ ବୋଲି ଅନୁରୋଧ କରିଛନ୍ତି ଆଶାଲତାଙ୍କ ପଡୋଶି| ଏଭଳି ପରିସ୍ଥିତିରେ ଖବର ପାଇ ଶ୍ରୀଧର ଙ୍କ ଘରେ ପହଁଚିବା ସହିତ ସାହାଯ୍ୟ ର ହାତ ବଢାଇଛନ୍ତି ସମାଜସେବୀ ସ୍ନେହମୟୀ ଆଚାଯର୍୍ୟ| କିପରି ଶ୍ରୀଧର ରାଉତ ସୁସ୍ଥ ହେବେ ଏବଂ ତାଙ୍କର ପରିବାର ମୁହଁରେ ପୁଣି ଥରେ କିପରି ହସ ଫେରିଆସିବ ଏନେଇ ପ୍ରୟାସ ଆରମ୍ଭ କରିଛନ୍ତି ସମାଜସେବୀ ସ୍ନେହମୟୀ ଆଚାଯର୍୍ୟ| ନିଜେ ସାହାଯ୍ୟ ର ହାତ ବଢାଇବା ସହିତ ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଓ ବ୍ୟକ୍ତି ବିଶେଷ ଙ୍କୁ ଦୁଃସମୟ ରେ ପଡିଥିବା ଏହି ପରିବାର କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି ସ୍ନେହମୟୀ|

ଯଦି କୌଣସି ସହୃଦୟ ବ୍ୟକ୍ତି ହୁଅନ୍ତୁ କିମ୍ୱା ସଂଗଠନ ଆଶାଲତାଙ୍କ ଏହି
ବ୍ୟାଙ୍କ ଆକାଉଂଟ ନମ୍ୱର 32183167780
IFSC CODE-SBIN0007979
STATE BANK OF INDIA
BRANCH-PARADEEP ରେ ହେଉ
କିମ୍ୱା ତାଙ୍କ ଫୋନ ପେ ନମ୍ୱର 9078115103 ରେ ସହେଯାଗ କରନ୍ତି ତେବେ ଅସହାୟ ଅବସ୍ଥାରେ ଥିବା ଶ୍ରୀଧର ଓ ଆଶାଲତା ଦୁଇ ମୁଠା ଖାଇବା ସହିତ ଓୌଷଧ କିଣିବା ପାଇଁ ସମର୍ଥ ହୋଇପାରିବେ ବୋଲି ସାଧାରଣରେ ନିବେଦନ କରାଯାଇଛି।

ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ, ମୋବାଇଲ: 78947 15457

1
251 views