logo

ସାହିତ୍ୟ ମୁଖପତ୍ର " ସଂଯୋଗୀ ଫୁଲ "ର ଅଳୀକ କବିର ବ୍ୟର୍ଥ ଉପାଧି ବିଶେଷାଙ୍କ ଲୋକାର୍ପିତ।

ସାହିତ୍ୟ ମୁଖପତ୍ର " ସଂଯୋଗୀ ଫୁଲ "ର ଅଳୀକ କବିର ବ୍ୟର୍ଥ ଉପାଧି ବିଶେଷାଙ୍କ ଲୋକାର୍ପିତ।

ଘଟଗାଁ ୧୩/୧: ଓଡ଼ିଆ ଭାଷା ସାହିତ୍ୟ, ଐତିହ୍ୟ, ସଂସ୍କୃତି,ପରମ୍ପରା ତଥା ମାଟି ମାଆର କଥା କୁ ପ୍ରଚାର ଓ ପ୍ରସାର ସହ ଆଞ୍ଚଳିକ ଭାଷା ବୈଷମ୍ୟ ଦୂରୀକରଣ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିଆସୁଥିବା ରାଜ୍ୟର ଅଗ୍ରଣୀ ସାହିତ୍ଯାନୁଷ୍ଠାନ ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠା, କେନ୍ଦୁଝରର ଦ୍ବିମାସିକ ସାହିତ୍ୟ ମୁଖପତ୍ର ସଂଯୋଗୀ ସଜଫୁଲର " ଅଳୀକ କବିର ବ୍ୟର୍ଥ ଉପାଧି " ବିଶେଷାଙ୍କ ସଂଯୋଗୀ ପାଠାଗାର ପରିସରରେ ଲୋକାର୍ପଣ ହୋଇଯାଇଛି।
ଅନୁଷ୍ଠାନର ସ୍ଥାୟୀ ସଭାପତି ଉପେନ୍ଦ୍ର ଦାଶଙ୍କ ପୌରହିତ୍ୟରେ ମୁଖ୍ୟ ସଂପାଦକ ସନ୍ତୋଷ କୁମାର ପତି, ସଂପାଦକ ବାବୁଲାଲ ପଲେଇ, ପ୍ରଚାର ଓ ପ୍ରସାର ପରିଚାଳନା ସଂପାଦକ ସରୋଜ କୁମାର ସେନାପତି, ପୃଷ୍ଠପୋଷକ ମିନା ବେହେରା, କାର୍ଯ୍ୟକାରିଣୀ ସଦସ୍ୟା ଜ୍ୟୋତ୍ସ୍ନା ରାଣୀ ଦାଶ, କମଳାକାନ୍ତ ମିଶ୍ର ଓ ନଳବିଲ୍ଲା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଶ୍ରୀ ସୁନନ୍ଦା ଲେଙ୍କା ଯୋଗଦେଇ ସଂସଦର ଦ୍ବିମାସିକ ସାହିତ୍ୟ ମୁଖପତ୍ର ସଂଯୋଗୀ ସଜଫୁଲର " ଅଳୀକ କବିର ବ୍ୟର୍ଥ ଉପାଧି " ବିଶେଷାଙ୍କ ଉନ୍ମୋଚନ କରିବା ସହିତ ଦୂରଦର୍ଶନର ନ୍ଯୁଜ୍ ସେଭେନ୍ ଚ୍ୟାନେଲ ର ବ୍ରେକ ଫାଷ୍ଟ ଓଡିଶାରେ ଆମ ଅନୁଷ୍ଠାନର ସଂପାଦକ ବାବୁଲାଲ ପଲେଇ ସଂସଦର ଆଭିମୁଖ୍ୟକୁ ନିର୍ଭିକ ଭାବରେ ଉଲ୍ଲେଖ କରି ଉଚ୍ଚ ପ୍ରଶଂସିତ ହୋଇଥିବାରୁ ସମସ୍ତ ସଦସ୍ୟ ସଦସ୍ୟା ଆନନ୍ଦ ପ୍ରକାଶ କରିବା ସହିତ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏହି ସଂଖ୍ୟାରେ ପ୍ରବନ୍ଧ, ଗଳ୍ପ, କବିତା ସହିତ ସାହିତ୍ୟକୁ ନେଇ ବିବାଦ ଦେଖାଯାଉଥିବା ଉପାଧି, ସମ୍ମାନ ଉପରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପଚାଶରୁ ଉର୍ଦ୍ଧ ସାରସ୍ବତ ସ୍ରଷ୍ଟା ମାନଙ୍କ ସୃଷ୍ଟି ସ୍ଥାନ ପାଇଛି। ଏହି ଅବସରରେ ଆମର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଭାଇଚାରାର ପବିତ୍ର ସଂପର୍କ ଯୋଡୁଥିବା ଏବଂ ଆମ ଗର୍ଵ ଓ ଗୌରବର ପ୍ରତୀକ ମକର ସଂକ୍ରାନ୍ତି ଉପଲକ୍ଷେ ଓଡ଼ିଶାର ସାରସ୍ବତ ସ୍ରଷ୍ଟା, ଶୁଭେଚ୍ଛୁ, ପାଠକ ପାଠିକା ତଥା ସାହିତ୍ୟ ପ୍ରେମୀ ମାନଙ୍କୁ ସଂଯୋଗୀ ସଜଫୁଲ ପରିବାର ତରଫରୁ ପ୍ରୀତିଭରା ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି।ପରିଶେଷରେ କୋଷାଧ୍ୟକ୍ଷ ସନ୍ତୋଷ କୁମାର ପତି ଧନ୍ୟବାଦ ଦେଇଥିଲେ।

ବାବୁଲାଲ ପଲେଇ ଙ୍କ ରିପୋର୍ଟ।

75
9565 views