logo

ଭୀମକୁଣ୍ଡ ରେ ବଣ ଭୋଜିର ମଜା ଉଠାଇଲେ ପର୍ଯ୍ୟଟକ।

ଭୀମକୁଣ୍ଡ ରେ ବଣ ଭୋଜିର ମଜା ଉଠାଇଲେ ପର୍ଯ୍ୟଟକ।

ପାଟଣା- ଭୀମକୁଣ୍ଡ ରେ ବଣ ଭୋଜିର ମଜା ଉଠାଇଲେ ପର୍ଯ୍ୟଟକ। ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ପାଟଣା ବ୍ଲକ ଅନ୍ତର୍ଗତ ଭୀମକୁଣ୍ଡ ରେ ଆଜି ହଜାର ହଜାର ପର୍ଯ୍ୟଟକଙ୍କ ଗହଳି ଲାଗିଥିଲା। ରବିବାର ଛୁଟିଦିନ ଥିବାରୁ ଭୀମକୁଣ୍ଡରେ ଆଜି ଏକ ମେଳାର ଭ୍ରମ ସୃଷ୍ଟି କରି ଥିବା ବେଳେ ସ୍ଥାନ ଟି ଉତ୍ସଵ ମୁଖର ହୋଇ ଉଠିଥିଲା। ବିଭିନ୍ନ ସଙ୍ଗଠନ, ବିଦ୍ୟାଳୟ, ମହାବିଦ୍ୟାଳୟ, ଛାତ୍ରାବାସ, କର୍ମଚାରୀ ସଂଘ ଆଦି ର ପର୍ଯ୍ୟଟକ ମାନେ ଵସ କାର ଆଦି ଯାନରେ ଏଠାକୁ ଆସିଥିଲେ। ଭୀମକୁଣ୍ଡ ୱାଚ ଟାୱାର ରୁ ନିରୀକ୍ଷଣ କରିବା ସହ ନଦୀ ପ୍ରସ୍ତର ଶଯ୍ୟାରେ ବୁଲାବୁଲି କରି ଏଠାରେ ବଣ ଭୋଜିର ମଜା ନେବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ ର ମଜା ଉଠାଇ ଥିଲେ। ପର୍ଯ୍ୟଟକ ମାନେ ଘଟଗାଁ ତାରିଣୀ ଦର୍ଶନ ଓ ପାଟଣା ର ପ୍ରଭୁ ପରମେଶ୍ବର ଓ ଆନନ୍ଦେଶ୍ୱର ମନ୍ଦିର ଦର୍ଶନ ପରେ ଭୀମକୁଣ୍ଡ ରେ ପହଁଚି ପ୍ରାକୃତିକ ସୌନ୍ଦର୍ଯ୍ୟ ଶୋଭାକୁ ଉପଭୋଗ କରି ଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

9
784 views