logo

କେନ୍ଦୁଝର ରେ ଓୟୁଜେ ର କାର୍ଯ୍ୟକାରିଣୀ ବୈଠକ, ସାମ୍ବାଦିକଙ୍କୁ ପେନଶନ ଓ ପ୍ରଟେକ୍ସନ ଦାବୀ।

କେନ୍ଦୁଝର ରେ ଓୟୁଜେ ର କାର୍ଯ୍ୟକାରିଣୀ ବୈଠକ, ସାମ୍ବାଦିକଙ୍କୁ ପେନଶନ ଓ ପ୍ରଟେକ୍ସନ ଦାବୀ।

କେନ୍ଦୁଝର, ୧୨/୧-କେନ୍ଦୁଝର କାନୂପୁର ଜଳସେଚନ ଡାକ ବଙ୍ଗଳା ଠାରେ ଓୟୁଜେ କେନ୍ଦୁଝର ଜିଲ୍ଲା ଶାଖାର କାର୍ଯ୍ୟ କାରେଣି କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସାମ୍ବାଦିକ ମାନଙ୍କର କଲ୍ୟାଣ , ସାମ୍ବାଦିକ ସୁରକ୍ଷା,ସାମ୍ବାଦିକଙ୍କୁ ପେନଶନ,ସାମ୍ବାଦିକ ମାନଙ୍କର ଚାରିଚକିଆ ଯାନ ଗୁଡିକୁ ଟୋଲ ଗେଟରେ ରିହାତି, ସ୍ୱସ୍ଥ୍ୟ ବୀମା ରାଶି ୧୦ ଲକ୍ଷକୁ ବୃଦ୍ଧି ସମେତ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ଓୟୁଜେ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦୁଝର ଜିଲ୍ଲା ଶାଖାର ଏକ ଟିମ ଭେଟି ଉପରୋକ୍ତ ଦାବିଗୁଡିକ ସମ୍ବଳିତ ଦାବିପତ୍ର ଦେବାକୁ ଆଲୋଚନା ହୋଇଥିଲା। ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରୁ ଆସିଥିବା ଗ୍ରାମାଞ୍ଚଳ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଓୟୁଜେ ଜିଲ୍ଲା ଶାଖା ଜିଲ୍ଲା ସଭାପତି କ୍ଷେତ୍ରବାସୀ ମହାକୁଡ଼ ସଭାପତିତ୍ୱ କରିଥିବାବେଳେ ରାଜ୍ୟ କାର୍ଯ୍ୟକାରେଣି ସଦସ୍ୟ ଶରତ ଚନ୍ଦ୍ର ଦାସ ସଭା ପରିଚାଳନା କରିଥିଲେ। କାର୍ଯ୍ୟକାରୀ ସମ୍ପାଦକ ବିଜୟ ରତ୍ନ ପତି ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସତ୍ୟ ରଞ୍ଜନ ଦାସ, ରଞ୍ଜନ କୁମାର ବାରିକ, ଅନୁକୂଳ ବିଶ୍ୱାଳ, ଅରେନ୍ଦ୍ର କୁମାର ଗିରି, ଲକ୍ଷ୍ମୀକାନ୍ତ, ଲୋକନାଥ ନାୟକ, ବିଜୟ କୁମାର କାରୁଆ, ରଞ୍ଜିତ କୁମାର ବେହେରା, ଯୁଧିଷ୍ଠିର ପାତ୍ର, ଆନନ୍ଦ ପ୍ରକାଶ ଖଣ୍ଡେଇ, କଳ୍ପତରୁ କର, ସୁଦାମ କୁମାର ପତି, କୈଳାଶ ଚନ୍ଦ୍ର ପ୍ରଧାନ, ହରେକୃଷ୍ଣ ପଳେଇ ପ୍ରମୁଖ ଉପସ୍ଥିତ ଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

17
1068 views