ବିଦ୍ୟୁତ ଖୁଣ୍ଟ କୁ ପିଟି ପାଚେରୀ ଭାଙ୍ଗିଲା ବୋଲେରୋ।
ବିଦ୍ୟୁତ ଖୁଣ୍ଟ କୁ ପିଟି ପାଚେରୀ ଭାଙ୍ଗିଲା ବୋଲେରୋ।
ପାଟଣା:୧୨/୦୧ -ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଏକ ବୋଲେରୋ ପାଟଣା ବଜାର ଅଞ୍ଚଳ ସାଧୁପଡା ଛକ ନିକଟରେ ଏକ ବିଦ୍ୟୁତ ଖୁଣ୍ଟ କୁ ଧକ୍କା ଦେବା ସହ ଅରବିନ୍ଦ ଦାଶ ଙ୍କ ପାଚେରୀ ଭାଙ୍ଗି ଦେଇଛି।ଦୁର୍ଘଟଣା ଘଟାଇ ଥିବା ଚାଳକ ନିଶାଶକ୍ତ ଥିବା କୁହା ଯାଉଥିବା ବେଳେ ପାଟଣା ପୁଲିସ ବୋଲେରୋ ଟିକୁ ଜବଦ କରି ଥାନା ପରିସରକୁ ନେଇଛି।ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ପାଟଣା ପୁଲିସ ଏହି ଘଟଣା ର ତଦନ୍ତ କରୁଛି।
ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।