logo

ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ସାମୁହିକ ବନ୍ଦେ ମାତାରମ ଗାନ।

ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ସାମୁହିକ ବନ୍ଦେ ମାତାରମ ଗାନ।

ପାଟଣା-୧୨/୦୧, ଆଜି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଟଣା ଠାରେ ବନ୍ଦେମଆତରମ୍ ର ୧୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ରାଷ୍ଟ୍ରୀୟ ସଙ୍ଗୀତ କୁ ଛାତ୍ର ଛାତ୍ରୀ ମାନଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ମିଶି ସାମୁହିକ ଗାନ କରା ଯାଇଥିଲା । ଏହି ଅବସରରେ ସ୍ବାମୀ ବିବେକା ନନ୍ଦଙ୍କ ଜୟନ୍ତୀ କୁ ଯୁବ ଦିବସ ରୂପେ ପାଳନ କରାଯାଇ ସ୍ୱଦେଶୀ ଉତ୍ପାଦନ ବ୍ୟବହାର କରିବାକୁ ସଙ୍କଳ୍ପ ନେଇଥିଲେ। ଏଥିରେ ପ୍ରଧାନ ଶିକ୍ଷକ କମଳା କାନ୍ତ ପତି ଏବଂ ପ୍ରକାଶ ମିଶ୍ର, ସସ୍ମିତା ନାୟକ,ଯୁଗଜ୍ୟୋତ୍ତି ମହାନ୍ତ, ସୁଶାନ୍ତ କୁମାର ମହାନ୍ତ , ମାଧବାନନ୍ଦ ମହାନ୍ତ ଜ୍ୟୋତିର୍ମୟୀ ବାରିକ, ନିରଞ୍ଜନ ନାୟକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କଳ୍ପତରୁ କର ଇତ୍ୟାଦି ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟ ରେ ଦେଶାତ୍ମବୋଧକ ଗୀତ ଏଵଂ ବକ୍ତୃତା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

6
684 views