ଘଟଗାଁ ତାରିଣୀ ମନ୍ଦିର ଅଞ୍ଚଳରେ ରାତିରେ ATM ସେବା ନାହିଁ, ପର୍ଯ୍ୟଟକ ଓ ଆପତ୍କାଳୀନ ରୋଗୀ ଭୋଗୁଛନ୍ତି ସମସ୍ୟା
ଘଟଗାଁ, କେନ୍ଦୁଝର :
ଘଟଗାଁରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ATM ରାତିରେ ବନ୍ଦ ରହୁଛି ଏବଂ ସକାଳେ ମାତ୍ର ଖୋଲୁଛି । 24×7 ATM ସେବା ଥିବା ସତ୍ତ୍ୱେ ଏହା କାର୍ଯ୍ୟକର ନୁହେଁ । ଏହାର ଫଳରେ ବସ୍ ଯାତ୍ରୀ, ପର୍ଯ୍ୟଟକ, ଓ ଆପତ୍କାଳୀନ ଚିକିତ୍ସା ମାମଲାରେ ରୋଗୀ ଓ ତାଙ୍କ ପରିବାର ଗୁରୁତର ସମସ୍ୟାରେ ପଡ଼ୁଛନ୍ତି ।
ଏହି ସମସ୍ୟା ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ସତ୍ତ୍ୱେ SBI ଶାଖା ପ୍ରବନ୍ଧକଙ୍କୁ ଦିଆଯାଇଥିବା ଲିଖିତ ଅଭିଯୋଗରେ କୌଣସି କାନୁନିକ ପଦକ୍ଷେପ ଗ୍ରହଣ କରାଯାଇନାହିଁ।
ସ୍ଥାନୀୟ ଲୋକମାନେ କହିଛନ୍ତି ଯେ 24×7 ATM କୁ ରାତିରେ ବନ୍ଦ କରିବା RBI ନିୟମର ବିରୋଧୀ ଏବଂ ଅବୈଧ। ପୋଲିସ ଥାନା ସମ୍ମୁଖ ଭଳି ସୁରକ୍ଷିତ ଅଞ୍ଚଳରେ ATM ବନ୍ଦ ରହିବା ଆଶ୍ଚର୍ଯ୍ୟଜନକ। ଏହାର ପରିଣାମ ସ୍ୱରୂପ ଜନସାଧାରଣ ରାତିରେ ଟଙ୍କା ଉଠାଇବା ପାଇଁ ଦୂର ଦୂରାନ୍ତକୁ ଯିବାକୁ ବାଧ୍ୟ ହେଉଛନ୍ତି।
ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ଉଚ୍ଚ ଅଧିକାରୀଙ୍କ ତତ୍କାଳ ହସ୍ତକ୍ଷେପ ଓ ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।