logo

*ବିଦ୍ୟା ମନ୍ଦିରରେ ଜାତୀୟ ଯୁବଦିବସ ପାଳିତ*



ଦାମନଯୋଡ଼ି : ନାଲକୋ ଶିଳ୍ପାଞ୍ଚଳ ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ପ୍ରେକ୍ଷ୍।ଳୟରେ ଆଜି ରେଡ୍ ରିବନ୍ କ୍ଲବ ଓ ଯୁବ ରେଡ୍ କ୍ରସ୍ ତରଫରୁ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ସ୍ବାମୀ ବିବେକାନନ୍ଦ ଙ୍କ ୧୬୩ ତମ ଜୟନ୍ତୀ ଅବସରରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ମଧୁ ସୁଦନ ପଣ୍ଡା ଯୋଗଦେଇ ସ୍ବାମୀ ବିବେକାନନ୍ଦ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷକ ଅମୂଲ୍ୟ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ସ୍ବାମୀ ବିବେକାନନ୍ଦ କେବଳ ଏକ ସନ୍ନ୍ୟାସୀ ନୁହନ୍ତି ,ସେ ଥିଲେ ଏକ ଜାଗ୍ରତ ଚେତନା, ଏକ ଯୁବ ଆତ୍ମବିଶ୍ୱାସର ପ୍ରତୀକ। ଅନ୍ୟତମ ବକ୍ତା ଶିକ୍ଷୟିତ୍ରୀ ଡ. ସ୍ଵାତୀ ଚାଟାର୍ଜୀ ତାଙ୍କର ଅଭିଭାଷଣ ରେ ଆଜି ଯୁବ ଦିବସରେ ଆମ ସମସ୍ତଙ୍କ ଦାୟିତ୍ୱ । ନିଜକୁ ଶକ୍ତିଶାଳୀ କରିବା ସହିତ ସମାଜକୁ ଆଲୋକିତ କରିବା, ସ୍ବାମୀ ବିବେକାନନ୍ଦଙ୍କ ସ୍ୱପ୍ନ ଥିଲା । ଏକ ଏମିତି ଭାରତ, ଯେଉଁଠାରେ ଯୁବକ ମାନେ ନିର୍ଭୟ, ନୀତିଶୀଳ ଓ ସ୍ୱାଭିମାନୀ ହେବେ। ଅନ୍ୟମାନଙ୍କ ମଧ୍ୟରେ ଡ଼ଃ ନିରୋଦ କୁମାର ପ୍ରଧାନ ଓ ଉଦ୍ଧବ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯୁବ ରେଡ୍ କ୍ରସ ପରାମର୍ଶ ଦାତା ଡକ୍ଟର ନରେଶ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିବାସହ ସଂଯୋଜନା ଓ ପରିଚାଳନା କରିଥିଲେ। ଶେଷରେ ଉଦ୍ଧବ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

33
1298 views