logo

ଚିରିକିପଡା ଶାସନ ପ୍ରିମିୟର ଲିଗ ଉଦଘାଟନ।

ଚିରିକିପଡା ଶାସନ ପ୍ରିମିୟର ଲିଗ ଉଦଘାଟନ।

ପୋଲସରା ୧୧/୦୧/୨୬ ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ବାଲୁଙ୍କେଶ୍ବର ମନ୍ଦିର ପଡ଼ିଆରେ ଚିରିକିପଡା ଶାସନ ପ୍ରିମିୟର ଲିଗ୍ ଅନୁଷ୍ଠିତ ହୋଇଯାଇଛି। ଆୟୋଜକ ଦୀପକ କୁମାର ଜେନାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରକୁ ଗ୍ରାମର ସମାଜସେବୀ ରଞ୍ଜନ କୁମାର ସାହୁ ଯୋଗଦାନ ପୂର୍ବକ ଉଦଘାଟନ କରିଥିଲେ। ଆଜିର ଉଦଘାଟନ ମ୍ୟାଚରେ 4:30 କ୍ଳବ ସହିତ ଜୟ ମାଁ ସିଂହାସନୀ କ୍ରିକେଟ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମେ ଟସ୍ ଜିତି ଜୟ ମାଁ ସିଂହାସନୀ ବୋଲିଙ୍ଗ୍ କରି ପ୍ରତିଦ୍ବନ୍ଦିକୁ ୯୬ ରନରେ ସିମିତ କରିଥିଲେ।ଜୟ ମାଁ ସିଂହାସନୀ ୯୬ ରନର ଲକ୍ଷ୍ୟ ନେଇ ୮୯ ରନ୍ ରେ ଅଲ୍ ଆଉଟ୍ ହୋଇ ୭ ରନ୍ ରେ ହାରିଥିଲେ। ଅମ୍ପାୟର ରୁଦ୍ର ସାହୁ ଓ ଆଲୋକ ଗୌଡ଼ ଖେଳ ପରିଚାଳନା କରିଥିଲାବେଳେ ସୂର୍ଯ୍ୟ ନାରାୟଣ ପୋଲାଇ, ଆଲୋକ ମହାପାତ୍ର, କାହ୍ନୁଚରଣ ନାହାକ,ତୁତୁନୁ ପ୍ରଧାନ, ନାରାୟଣ ସାହୁ,ଶିବରାମ ଗୌଡ଼,ସନ୍ୟାସୀ ସାହୁ,ସୁନୀଲ ନାୟକ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ, ମୋବାଇଲ: 78947 15457

20
1715 views