କଇଁଛ ବିକ୍ରି କରିବା କୁ ନେବା ସମୟରେ ଚଡଉ ୮୩ କଇଁଛ ଉଦ୍ଧାର , ୨ଗିରଫ।
କଇଁଛ ବିକ୍ରି କରିବା କୁ ନେବା ସମୟରେ ଚଡଉ ୮୩ କଇଁଛ ଉଦ୍ଧାର , ୨ଗିରଫ। ନବରଙ୍ଗପୁର:(12/1/2026)(ଗଣେଶ ପାଣିଗ୍ରାହୀ)- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନ ବିଭାଗ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ବେହେରା ଙ୍କ ନିର୍ଦ୍ଦେଶକ୍ରମେ ଚଢାଉ କରି ବିକ୍ରି କରିବାକୁ ନେଉଥିବା ସମୟରେ ୮୩ଟି କଇଁଛ ଜବତ କରିବା ସହ ୨ଜଣଙ୍କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ବନାଞ୍ଚଳ ଅଧୀନ ମଇଦଲପୁର ସେକ୍ସନ ଅଧୀନ ଡାବୁଗାଁ - ମଇଦଲପୁର ମୁଖ୍ୟ ରାସ୍ତାରେ ଏକ ନଦୀ ପାଖରେ ଡାବୁଗାଁ ଅଭିମୁଖେ ଆସୁଥିବା ଏକ ମୋଟର ସାଇକେଲ କୁ ଅଟକାଇ ଯାଞ୍ଚ କରିଥିଲେ | ଯାଞ୍ଚ କରିବା ପରେ ଜଣା ପଡିଥିଲା ଯେ ୨ ଯୁବକଙ୍କ ନିକଟରେ କଇଁଛ ରହିଛି | ସେମାନଙ୍କୁ ପଚରାଉଚାରା କରିବାରୁ ସେମାନେ କଳାହାଣ୍ଡି ଜିଲ୍ଲା ରୁ କଇଁଛ ଆଣି ଉମରକୋଟ କୁ ବିକ୍ରି ପାଇଁ ନେଉଥିଲେ | ତାହା ପରେ ବନପାଳ,ବନରକ୍ଷୀ ଓ କର୍ମଚାରୀ ମାନେ ଜବତ କଇଁଛ ସହ ୨ ଯୁବକ ଙ୍କୁ ଡାବୁଗାଁ ବନାଞ୍ଚଳ କାର୍ଯ୍ୟ|ଳୟ କୁ ଆଣିଥିଲେ | ସେମାନଙ୍କ ପାଖରୁ ୮୩ଟି କଇଁଛ ଜବତ କରିବା ସହ ଏକ ମୋଟସାଇକଲ ନଂ ଓଡ଼ି ୨୪ଜି ୪୫୪୮ କୁ ମଧ୍ୟ ଜବତ କରାଯାଇଛି | ଗିରଫ ଯୁବକ ମାନେ ହେଲେ ଡାବୁଗାଁ ଥାନା ଅଧୀନ ଚାଟିଗୁଡା ଗ୍ରାମର ପବିତ୍ର ସରକାର (୩୦) ଓ ରାମ ପ୍ରାସାଦ ସରକାର (୩୪) | ଶୁକ୍ରବାର ୨ ଅଭିଯୁକ୍ତ ଙ୍କୁ ନବରଙ୍ଗପୁର କୋର୍ଟ ଚାଲାଣ କରାଯାଇଛି । ଉଦ୍ଧାର କଇଁଛ କୁ ଇନ୍ଦ୍ରାବତୀ ଡ୍ୟାମ ରେ ଛଡାଯିବ ବୋଲି ଡାବୁଗାଁ ବନାଞ୍ଚଳ ଅଧିକାରୀ ରାମ ଚନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି । ଉକ୍ତ ଚଢାଉ ସମୟରେ ମଇଦଲପୁର ବନପାଳ ମଧୁସୂଦନ ପାତ୍ର , ବନରକ୍ଷୀ ଉମାଶଙ୍କର ମିଶ୍ର , ବସନ୍ତ କୁମାର ନାୟକ ଓ ବନ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏନେଇ ବନାଞ୍ଚଳ କାର୍ଯ୍ୟ|ଳୟ କେସ ନଂ ୨୨୭/୨୦୨୫-୨୬ ରେ ଏକ ମାମଲା ରୁଜୁ କରାଯାଇଛି | ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ, ମୋବାଇଲ: 78947 15457