logo

ପ୍ରଥମ ଥର ବାର୍ଷିକ କ୍ରୀଡା ଉତ୍ସବ-୨୦୨୫-୨୬ ର ଶୁଭାରମ୍ଭ।

ପ୍ରଥମ ଥର ବାର୍ଷିକ କ୍ରୀଡା ଉତ୍ସବ-୨୦୨୫-୨୬ ର ଶୁଭାରମ୍ଭ।

ନବରଂଗପୁର:(12,1|2026)(ଗଣେଶ ପାଣିଗ୍ରାହୀ)ନବରଂଗପୁର ଜିଲ୍ଲା ଝରିଗାଁ ବ୍ଳକ ଧୋଡ୍ରା ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନ ଭୀମା ଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ (ଅନୂସୁଚିତ ଜନଜାତି ଓ ଅନୂସୁଚିତ ଜାତି ଉନ୍ନୟନ ବିଭାଗ, ଓଡିଶା ସରକାର ଙ୍କ ଦ୍ଵାରା ପରିଚାଳିତ)ରେ ପ୍ରଥମଥର ଦୁଇ ଦିନିଆ ବାର୍ଷିକ କ୍ରୀଡାଉତ୍ସବ-୨୦୨୫ -୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସମ୍ପୃକ୍ତ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ବେହେରା ଯୋଗ ଦାନ କଲା ପରେ ବିଦ୍ୟାଳୟର ବାର୍ଷିକ ଉତ୍ସବ କରିବାର ପ୍ରୟାସ ଜାରି ରଖି ଆଜି ଜାନୁୟାରୀ ତା ୧୨ ଓ ୧୩ ତାରିଖ ଦୁଇଦିନ ଧରି ବାର୍ଷିକ କ୍ରିଡା ଉତ୍ସବ ୨୦୨୫-୨୬ କରାଇ ପାରିଛନ୍ତି l ଏହି ଅବସରରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବେହେରା ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଧୋଡ୍ରା ସରପଞ୍ଚ ମହେନ୍ଦ୍ର ଭତ୍ରl, ସମ୍ମାନୀତ ଅତିଥି ନାଏବ ସରପଞ୍ଚ ଙ୍କ ପ୍ରତିନିଧି ଅରୁଣ ପନକl, ଅନ୍ୟତମ ସମ୍ମାନୀତ ଅତିଥି ବି ଏସ୍ ପଦର ସରକାରୀ(ଏସ୍. ଏସ୍. ଡି)ବିଦ୍ୟାଳୟର ପ୍ରଧାନଶିକ୍ଷକ ସାଧୁରାମ ଭତ୍ରl, ୱାର୍ଡ ସଭ୍ୟ ଗୁରୁବାରି ପନକl,ସାମାଜସେବୀ ଖଗେଶ୍ଵର ଜାନୀ, ବରିଷ୍ଠ ସାମ୍ବାଦିକ ରବି ନାରାୟଣ ମହାନ୍ତି ପ୍ରମୁଖ ମଞ୍ଚ ଉପରେ ଉପସ୍ଥିତ ରହି ଥିବା ବେଳେ ଛାତ୍ରୀ ମାନଙ୍କ ଦ୍ଵାରା ପୁଷ୍ପ ଗୁଚ୍ଛ ଓ କ୍ରୀଡା ପୋଷାକ ପ୍ରଦାନ କରି ଚନ୍ଦନ ଲଗାଇ ଅକ୍ଷତ ପୁଷ୍ପ ଉପରେ ପକାଇ ସ୍ୱାଗତ କରିଥିଲେ l ସମସ୍ତ ଅତିଥି ଙ୍କ ଦ୍ଵାରା କ୍ରୀଡା ପତାକା ଓ କ୍ରୀଡା ମଶାଲ ଦ୍ଵାରା ଉଦଘାଟନ କରାଯାଇଥିଲା l ପରେ କ୍ରିଡା ପଡିଆ ରେ ଗ୍ରାମ ଦେବୀ ଙ୍କ ଉଦ୍ଦେଶ୍ୟରେ ନାରିକେଳ ଫୁଟାଇ କ୍ରୀଡାର ଶୁଭାରମ୍ଭ କରାଇଥିଲେ l ୧୦୦ ମିଟର,ଲମ୍ବ ଡିଆ,ଉଚ୍ଚ ଡିଆ,ସର୍ଟ ଫୁଟ, ଡିସକସ୍,କବାଡି, ଖୋ ଖୋ,ଭଲି, ମ୍ୟୁଜିକ୍ ଚେୟାର, ପଟାଟୋ ରେସ,ପୁଚି ଭଳି ବିଭିନ୍ନ ଖେଳ ଆଜି ଓ କାଲି ଭିତରେ ଶେଷ କରାଯାଇ ଅପରାହ୍ନରେ ଉଦଯାପନୀ ଉତ୍ସବ ରେ କୃତୀ ଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଦିଆଯିବ l ସମସ୍ତ କ୍ରୀଡା ବେଲଗାଁ ସରକାରୀ(ଏସ୍.ଏସ୍. ଡି)ଉଚ୍ଚ ବିଦ୍ୟାଳୟ ରୁ ଆଗତ କ୍ରିଡା ଶିକ୍ଷକ ଦିପାଂଶୁ ଶେଖର କୁଣ୍ଡୁ ଖେଳ ପରିଚାଳନା କରିଥିବା ବେଳେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ସୁରଥ ଚନ୍ଦ୍ର ମହାନ୍ତି ସହଯୋଗ କରିଥିଲେ l ଶିକ୍ଷକ ବିକାଶ ବିଶ୍ବାସ ମଞ୍ଚ ପରିଚାଳନା କରିଥିବା ବେଳେ ଦୀପକ ରଞ୍ଜନ ସାହୁ ଙ୍କ ସମେତ ଅନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ସହଯୋଗ କରି ସରସ ସୁନ୍ଦର କରିଥିଲେ l

ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ, ମୋବାଇଲ: 78947 15457

17
763 views