logo

କେନ୍ଦୁଝର ଜିଲ୍ଲାରେ ମନେରଗା ଅନୁଦାନ ବାଟମାରଣା।

କେନ୍ଦୁଝର ଜିଲ୍ଲାରେ ମନେରଗା ଅନୁଦାନ ବାଟମାରଣା।

ଚମ୍ପୁଆ: ୧୧/୦୧ ( ହେମନ୍ତ କୁମାର ମହାନ୍ତ ) : ଚମ୍ପୁଆ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଓ ଚମ୍ପୁଆ ପଞ୍ଚାୟତ ସମିତି ମନେରଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଥବା ଅଭିଯୋଗ ହେଉଛି । ସରକାର ପ୍ରତି ଲୋକଙ୍କୁ ୧୦୦ଦିନର କାର୍ଯ୍ୟ ଯୋଗାଇ ଦେଇ ଦାଦନ ସମସ୍ୟାରୁ ମୁକ୍ତି ଦେବା ସହ ରୋଜଗାର କ୍ଷମ କରିବାକୁ ମନେରଗା ଯୋଜନାରେ ବର୍ଷକୁ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି । ଚମ୍ପୁଆ ଆଇଟିଡିଏ ବିଭାଗ ଓ ଚମ୍ପୁଆ ପଞ୍ଚାୟତ ସମିତି ରେ ଏହି ଅନୁଦାନ ରାଶି ବ୍ୟାପକ ବାଟମାରଣା ହେଉଛି । ବିଶେଷ କରି ଏହି ଯୋଜନା ରେ ଅଞ୍ଚଳ ର ବିଭିନ୍ନ ଜଙ୍ଗଲ ଜମିରେ ବର୍ଷା ଜଳ ସଂରକ୍ଷଣ ନିମନ୍ତେ ଖୋଳାଯାଉଥ‌ିବା ଟ୍ରେଞ୍ଚ ଓ ପୋଖରୀ ରେ ଏହି ଦୁର୍ନୀତି ସାମ୍ନାକୁ ଆସିଛି । ନାମମାତ୍ର ଶ୍ରମିକ ନିୟୋଜିତ କରାଯାଇ ମିଥ୍ୟା ମଷ୍ଟର ରୋଲ୍‌ରେ କିଛି ଶ୍ରମିକଙ୍କୁ ହାତ କରି ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରାଯାଇଥିବା ଅଭିଯୋଗ ହେଉଛି । ଅଞ୍ଚଳର ବିଭିନ୍ନ ଗ୍ରାମରେ ପୂର୍ବରୁ ପଞ୍ଚାୟତ ତରଫରୁ ହୋଇଥିବା କାର୍ଯ୍ୟର ନାମ ବଦଳାଇ ମନରେଗା ଯୋଜନା ବାବଦ ଅର୍ଥକୁ ଜାଲ୍ ଶ୍ରମିକ ମାଧ୍ୟମରେ ହରିଲୁଟ କରାଯାଇଛି । ତେବେ ଏ ନେଇ ଚମ୍ପୁଆ ଆଇଟିଡ଼ିଏ ଓ ଚମ୍ପୁଆ ପଞ୍ଚାୟତ ସମିତି ବିଭାଗର ମନରେଗା ଯୋଜନା ଦାୟିତ୍ବରେ ଥିବା ଅଧିକାରୀ ମାନଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ମତାମତ ମିଳିପାରିନାହିଁ ।

ହେମନ୍ତ କୁମାର ମହାନ୍ତ ଙ୍କ ରିପୋର୍ଟ।

18
896 views