
ଭଣ୍ଡା ରେ ହିନ୍ଦୁ ସମ୍ମିଳନୀ
ହିନ୍ଦୁମାନେ ଏକତାବଦ୍ଧ ହୋଇ ସଜାଗ ହୁଅ।
ଭଣ୍ଡା ରେ ହିନ୍ଦୁ ସମ୍ମିଳନୀ
ହିନ୍ଦୁମାନେ ଏକତାବଦ୍ଧ ହୋଇ ସଜାଗ ହୁଅ।
ଚମ୍ପୁଆ - ୧୧/୦୧,ଚମ୍ପୁଆ ବ୍ଲକ ଭଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭଣ୍ଡା ପଞ୍ଚାୟତ ଖେଳ ପଡିଆ ପରିସରରେ ହିନ୍ଦୁ ସମ୍ମୀଳନୀ ଅନୁଷ୍ଠିତ ହୋଇ ଯାଇଛି l ଡାକ୍ତର ପଦ୍ମଲୋଚନ ମହାନ୍ତ ଙ୍କ ସଂଯୋଜନା ଓ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରେଣ୍ୟ ମୁଖ୍ୟଅତିଥି ଭାବେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଜେପି ଜନନେତା, ବିଜେପି କୃଷକ ମୋର୍ଚ୍ଚା ପୂର୍ବତନ ରାଜ୍ୟ ସଂଯୋଜକ ତଥା କେନ୍ଦୁଝର ଜ଼ିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଶିଷ୍ଠ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ କାହ୍ନୁ ଚରଣ ମହାନ୍ତ, ଶିକ୍ଷା ବିକାଶ ସମିତି, ଉତ୍ତର ସମ୍ଭାଗ ସଭାପତି ଗଙ୍ଗାଧର କର, କବିୟତ୍ରୀ, ଲେଖିକା ଚନ୍ଦ୍ରପ୍ରଭା ପତି, ମୁଖ୍ୟଵକ୍ତା ଭାବେ ବନବାସୀ କଲ୍ୟାଣ ଆଶ୍ରମ କେନ୍ଦୁଝରର ସମ୍ପାଦକ ଘନଶ୍ୟାମ ମହାନ୍ତ ଏବଂ ପ୍ରବଚକ ଭାବେ ଅବସରପ୍ରାପ୍ତ ସଂସ୍କୃତ ଅଧ୍ୟାପକ ପ୍ରସନ୍ନ କୁମାର ପତି ପ୍ରମୁଖ ଯୋଗଦେଇ "ହିନ୍ଦୁମାନେ ଏକତାବଦ୍ଧ ହୋଇ ସଜାଗ ହେବାକୁ ଦିଗଦର୍ଶନ ଦେଇ ସଂସ୍କୃତି ଓ ସଂସ୍କାର ହିନ୍ଦୁ ସମାଜରେ ନ ରହିଲେ ବିରାଟ ଅବକ୍ଷୟ ହୋଇଯିବ l ହିନ୍ଦୁ ସମାଜକୁ ଜାଗୃତ କରି ପ୍ରତି ପରିବାର, ଘରେ ଘରେ ପହଞ୍ଚି ଆଗାମୀ ପିଢ଼ିକୁ ଭଲବାଟ ଦେଖାଇବାକୁ ପଡିବ ବଲି ବକ୍ତବ୍ୟ ପ୍ରଦାନ କରିଥିଲେ l ପ୍ରଥମେ ବରେଣ୍ୟ ମୁଖ୍ୟ ଅତିଥିଙ୍କୁ ବନ୍ଦାପନା କରି ମଞ୍ଚକୁ ପାଛୋଟି ନିଆଯାଇ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମର୍ଦ୍ଧିତ କରାଯାଇଥିଲା l
ପୂର୍ବାହ୍ନରେ କଳସ ଶୋଯାତ୍ରା, ଯଜ୍ଞ ସଂକୀର୍ତ୍ତନ, ହନୁମାନ ଚାଳିଶା ପାଠ, ଗୋ ପୂଜନ, ବୃକ୍ଷ ପୂଜନ, ନଦୀ ପୂଜନ, କନ୍ୟା ପୂଜନ, ଶଙ୍ଖନାଦ ସହିତ ସାଧୁ ସନ୍ଥ ଓ ପୂଜ୍ୟପୂଜା ସମ୍ବର୍ଦ୍ଧନା ଆଦି କାର୍ଯ୍ୟକ୍ରମ ମାନ ହୋଇଥିଲା l ପୂଜକ ଦୟାନିଧି ମିଶ୍ର, ପୂଜାର୍ଚ୍ଚନା କରିଥିବା ବେଳେ ସଂକଳ୍ପରେ ଦିବାକର ମହାନ୍ତ, କାଞ୍ଚନବାଳା ମହାନ୍ତ, ବଳରାମ ନାଏକ, ସରୋଜିନୀ ନାଏକ ପୂଜାବିଧି ସମ୍ପର୍ଣ୍ଣ କରି ସଂକଳ୍ପ କରିଥିଲେ l ହିନ୍ଦୁ ସମ୍ମିଳନୀରେ ଗ୍ରାମ ତଥା ଅଞ୍ଚଳରୁ ସହସ୍ରାଧିକ ହିନ୍ଦୁ ଭାଇ ଭଉଣୀ, ପୁରୁଷ ମହିଳା ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ଭଣ୍ଡା ଚଣ୍ଡିଆ ବାବା ଆୟୋଜକ ସମିତିର କାର୍ଯ୍ୟକର୍ତ୍ତା କ୍ଷେତ୍ରବାସୀ ମହାନ୍ତ, ପଦ୍ମଲୋଚନ ମହାନ୍ତ, ନୀଳାନ୍ଦ୍ରିନାଥ ମହାନ୍ତ, ଲମ୍ବୋଦର ମହାନ୍ତ, ପବିତ୍ର ମହାନ୍ତ, ଦାଶରଥି ମହାକୁଡ଼, ଧ୍ରୁବଚରଣ ମହାନ୍ତ, ଯଦୁମଣି ନାୟକ, ଭୋଳାନାଥ ମହାନ୍ତ, କୁଳମଣି ମହାନ୍ତ, ବୀରେନ୍ଦ୍ର ବେହେରା, କାହ୍ନୁଚରଣ ମହାନ୍ତ ପ୍ରମୁଖଙ୍କ ଦ୍ୱାରା ପରିଚାଳିତ ହୋଇଥିଲା l
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।