logo

ଧର୍ମ ପରାୟଣା ମହିଳା ଯାତ୍ରୀ ବେହେରା ଙ୍କ ପରଲୋକ।

ଧର୍ମ ପରାୟଣା ମହିଳା ଯାତ୍ରୀ ବେହେରା ଙ୍କ ପରଲୋକ।

ଚମ୍ପୁଆ -୧୧/୦୧,ଚମ୍ପୁଆ ବ୍ଲକ ଭଣ୍ଡା ପଞ୍ଚାୟତ ଅନ୍ତର୍ଗତ କଂସରl (ଖ) ଗ୍ରାମର ବିଶିଷ୍ଟ ଧର୍ମ ପରାୟଣl ମହିଳା ଯାତ୍ରୀ ବେହେରା (୮୨) ଙ୍କ ଆକସ୍ମିକ ହୃଦଘାତରେ ପରଲୋକ ହୋଇଯାଇଛି l ସେ ଅତ୍ୟନ୍ତ ସ୍ନେହୀ ଓ ପରୋପକାରୀ, ଧର୍ମ ପରାୟଣl ମହିଳା ଭାବେ ଗ୍ରାମ ତଥା ଅଞ୍ଚଳରେ ସୁପରିଚିତ ଥିଲେ l ସେ ଗ୍ରାମର ବିଶିଷ୍ଟ ବ୍ୟକ୍ତି ସ୍ଵର୍ଗତ ମହେଶ୍ୱର ବେହେରାଙ୍କ ଧର୍ମପତ୍ନୀ ଥିଲେ l ତାଙ୍କ ମୃତ୍ୟୁରେ ଗ୍ରାମ ତଥା ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି l ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ବଡ଼ ପୁଅ ଅବସରପ୍ରାପ୍ତ ରେଞ୍ଜର ଅନ୍ତର୍ଯlମୀ ବେହେରା, ଅରୁଣ ବେହେରା, ଅଶୋକ ବେହେରା, ବୋହୁ -ଶିକ୍ଷୟିତ୍ରୀ ସଞ୍ଜୁଲତା ବେହେରା, ଅଞ୍ଜଳି ବେହେରା, ଶାନ୍ତିଲତା ବେହେରା, ଝିଅ ଶାନ୍ତିଲତା, ଅଆଁଳା, ଭାନୁମତୀ, ଜ୍ୱାଇଁ ଲାଲମୋହନ, ହୃଷିକେଶ, ଦୁଃଖୁନ ଙ୍କ ସହିତ ନାତି ହାପି, ସାଫି, ରଫି ଓ ନାତୁଣୀ ଲଭଲି, ଚୁମୁନୀ(ମୌସୁମୀ ), ମାହିରl, ନାତି ଜ୍ୱାଇଁ -ଲିପୁ ଙ୍କ ସହିତ ଆତ୍ମୀୟ, ସ୍ଵଜନ ଉପସ୍ଥିତ ଥିଲେ l ମେର୍ମେଦା ନଈ ଗ୍ରାମ ଶ୍ମସାନରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ କରାଯାଇ ଥିଲା ଏବଂ ତାଙ୍କ ନାତି ଆଶିଷ ବେହେରା (ସାଫି ) ମୁଖାଗ୍ନି ଦେଇଥିଲେ l ଶେଷ ଦର୍ଶନ କରିବାକୁ ଗ୍ରାମ ତଥା ଅଞ୍ଚଳରୁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସୁଅ ଛୁଟି ଥିବା ଦେଖିବାକୁ ମିଳିଥିଲା l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

12
916 views