କୁଣ୍ଡାପିଠା ରେ ଭାଗବତ ପାରାୟଣ ପାଇଁ ଆଜ୍ଞାମାଳ।
କୁଣ୍ଡାପିଠା ରେ ଭାଗବତ ପାରାୟଣ ପାଇଁ ଆଜ୍ଞାମାଳ।
ଘଟଗାଁ,୧୨/୧ : ସ୍ଥାନୀୟ ଘଟଗାଁ ବ୍ଲକ୍ ଅନ୍ତର୍ଗତ କୁଣ୍ଡାପିଠା ଗ୍ରାମର ଭାଗବତ ଟୁଙ୍ଗି ତରଫରୁ ସପ୍ତାହବ୍ୟାପୀ ଭାଗବତ ପାରାୟଣ ଅନୁଷ୍ଠିତ କରିବା ନିମନ୍ତେ ଖୁଣ୍ଟାପଡାସ୍ଥିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପ୍ରାପ୍ତ ହୋଇଅଛି।
ସ୍ଥାନୀୟ ଖୁଣ୍ଟାପଡା ଶ୍ରୀମନ୍ଦିର ପରିସରରେ ଘଟଗାଁ ବ୍ଲକ ଭାଗବତ ପ୍ରଚାର ଓ ପ୍ରସାର ସମିତିର ସଭାପତି ଶ୍ରୀଯୁକ୍ତ ଜୟଦେବ ପଣ୍ଡାଙ୍କ ପୌରୋହିତ୍ୟରେ ସଂପାଦକ ମାୟାଧର ବାରିକ ସମେତ କୁଣ୍ଡାପିଠା ଭାଗବତ ଟୁଙ୍ଗିର ସଭାପତି ପଦ୍ମନାଭ ପଲେଇ, ପ୍ରଭାରୀ ଶିବପ୍ରସାଦ ମହାକୁଡ଼ ଏବଂ ରାଧାକୃଷ୍ଣ ବିଦ୍ୟାପୀଠ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାବୁଲାଲ ପଲେଇ ଯୋଗଦେଇ ଆଲୋଚନା ଓ ତର୍ଜମା ପରେ କୁଣ୍ଡାପିଠା ଗ୍ରାମରେ ଭାଗବତ ପାରାୟଣ କରିବା ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ପ୍ରଦାନ କରାଯାଇଅଛି। ଚଳିତ ମାସ ଶେଷସୁଦ୍ଧା ଗ୍ରାମବାସୀଙ୍କ ସହ ଆଲୋଚନା କରାଯାଇ ଦିନ ଧାର୍ଯ୍ୟ କରାଯିବ ବୋଲିି ସଭାପତି ଶ୍ରୀଯୁକ୍ତ ପଲେଇ ଜଣାଇଛନ୍ତି।
ବାବୁଲାଲ ପଲେଇ ଙ୍କ ରିପୋର୍ଟ।