logo

"ବିଦ୍ୟାଳୟ ପରିସରରେ ଦେଶପ୍ରେମର ଆହ୍ଵାନ ବନ୍ଦେ ମାତରମ ସଙ୍ଗୀତଗାନ"

"ବିଦ୍ୟାଳୟ ପରିସରରେ ଦେଶପ୍ରେମର ଆହ୍ଵାନ ବନ୍ଦେ ମାତରମ ସଙ୍ଗୀତଗାନ"

ଆଜି ତା ୧୨/୦୧ / ୨୦୨୬ ରିଖ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବନାଯୋଡି ସ୍ଥିତ ସାଇଆନନ୍ଦ ବିଦ୍ୟାଳୟ ସମୂହର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ "ଆନନ୍ଦାଶ୍ରମରଅନ୍ତେବାସୀ" ବିଦ୍ୟାଳୟର ଅଭିଭାବକ ଅଭିଭାବିକା ଓ ଆଇଡିଆଲ ଡେଭଲପମେଣ୍ଟ ଏଜେନ୍ସିର ସମସ୍ତ କର୍ମଚାରୀ ମିଳିତ ଭାବରେ "ସ୍ୱାମୀ ବିବେକାନନଙ୍କର ଜୟନ୍ତୀ " ଜାତୀୟ ୟୁଥ ଦିବସ ଓ ବନ୍ଦେ ମାତରମ ସଙ୍ଗୀତର ୧୫୦ ତମ ବର୍ଷ ପୂର୍ତ୍ତି ଅବସରରେ ବନ୍ଦେମାତରମ ସଙ୍ଗୀତ ଗାନ କରି ଦେଶପ୍ରେମ ର ଅନନ୍ୟ ଦୃଶ୍ୟ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ସ୍ୱାମୀ ବିବେକାନନ୍ଦଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିଶ୍ଵନାଥ ଦ୍ୱିବେଦୀ ସ୍ୱାମୀ ବିବେକାନନ୍ଦଙ୍କର ଜୀବନୀ, ଆଦର୍ଶ , ଭାତୃତ୍ବ ଭାବ, ଦେଶପ୍ରେମୀ ଉପରେ ଆଲୋକପାତ କରିଥିଲେ ଓ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା l ସର୍ବଶେଷରେ ମିଷ୍ଟାନ୍ନ ବଣ୍ଟନ କରି ସଭାଭଙ୍ଗ ହୋଇଥିଲା ।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

25
1445 views