logo

ବିଶ୍ୱାସ: ଏକ ମୃତ୍ୟୁ ସଂଜୀବନୀ - ବସନ୍ତ କୁମାର ପ୍ରଧାନ ଙ୍କ ଦ୍ଵାରା ରଚିତ ବିଶେଷ ଉପସ୍ଥାପନା।

ବିଶ୍ୱାସ :ଏକ ମୃତ୍ୟୁ ସଂଜୀବନୀ
************************
ବସନ୍ତ କୁମାର ପ୍ରଧାନ

ବିଶ୍ୱାସ ଏକ ବିଷୟ ଯାହା ପ୍ରାଣରେ ଉଚ୍ଚ୍ଛ୍ୱାସ ଭରିଦିଏ lଘାତ ପ୍ରତିଘାତରେ ଆଗକୁ ବଢ଼ିବାରେ ସମର୍ଥ କରାଏ lସଂଜୀବନୀ ସଦୃଶ୍ୟ ମୃତ ଇଚ୍ଛାକୁ ଉଜ୍ଜୀବିତ କରାଏ l ବିଶ୍ୱାସରେ ଭରସା ଆସେ l ସେଥିପାଇଁ ଆମେ ନାପିତ ଆଗରେ ମୁଣ୍ଡ ନୁଆଁଇ ଦେଉ l ବିଶ୍ୱାସରେ ବିଷ ପାନ କଲେ ଅମୃତ ହୋଇଯାଏ l ଏଥିପାଇଁ ଶାସ୍ତ୍ର କହେ,- ମୂଳ ଟି ଅଟଇ ବିଶ୍ୱାସ, କହଇ ଜଗନ୍ନାଥ ଦାସ, ଏହି ସ୍ତମ୍ଭରେ ଦେଲେ ମନ, ଏହି ସ୍ତମ୍ଭରେ ଭଗବାନ, ଇତ୍ୟାଡି... ଇତ୍ୟାଡି l ବିଶ୍ୱାସ ପାଇଁ ପୁରାଣରେ ଲେଖାଥିବା ରାବଣ ର ପୁଷ୍ପକ ଯାନ କୁ ନେଇ ଆଜିର ବ୍ୟୋମଯାନ ର ଉଦ୍ଭାବନ l ଯେଉଁଠି ଅବିଶ୍ୱାସର କଳା ଛାଇ ଖେଳିଯାଏ ସେଠି ଜୀବନ ଅଣନିଃଶ୍ଵାସୀ ହୋଇଯାଏ l ସନ୍ଦେହ ର ବୀଜ ଅଙ୍କୁରିତ ହେଲେ ଜଣେ ସତୀ ଅସତୀ ହୋଇଯାଏ ଓ଼ ବିଶ୍ୱାସ ଜନ୍ମିଲେ ଜଣେ ଅସତୀ ସତୀ ହୋଇଯାଏ l ଅବିଶ୍ୱାସ ର ନୀଳ ବିଷ ଥରେ ସଞ୍ଚରି ଗଲେ ଏଠି ବଂଚିବା ଦୁର୍ବିସହ ହୋଇ ଉଠେ l ସେହି ଅବିଶ୍ୱାସର କାରଣ ପାଇଁ ଦିନେ ଔରଙ୍ଗଜେବଙ୍କ ଶାସନ ଭୁଶୁଡି ପଡ଼ିଥିଲା l ତେଣୁ ଆସ ଆମେ ବିଶ୍ୱାସ କରିବା ଓ଼ ଆଗକୁ ବଢ଼ିବା l
***********************
ହରିହରପୁର, ଛେଣ୍ଡିପଦା, ଅନୁଗୁଳ
ମୋ -7735611484

31
1232 views