logo

ଘଟଗାଁ ପୋଲିସ ଥାନା ସମ୍ମୁଖରେ ଥିବା ଏସବିଆଇ ଏଟିଏମ ରାତିରେ ବନ୍ଦ, ଜନସାଧାରଣ ଭୋଗୁଛନ୍ତି ଭୟଙ୍କର ଅସୁବିଧା।

ଘଟଗାଁ ପୋଲିସ ଥାନା ସମ୍ମୁଖରେ ଥିବା ଏସବିଆଇ ଏଟିଏମ ରାତିରେ ବନ୍ଦ, ଜନସାଧାରଣ ଭୋଗୁଛନ୍ତି ଭୟଙ୍କର ଅସୁବିଧା।

ଘଟଗାଁ:୧୨/୦୧, କେନ୍ଦୁଝର, ଘଟଗାଁ ପୋଲିସ ଥାନା ସମ୍ମୁଖରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ର 24×7 ATM ପ୍ରତିଦିନ ରାତି 10:30 ରୁ 11:00 ମଧ୍ୟରେ ବନ୍ଦ ରହୁଛି। ଏହି ସମସ୍ୟା ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ସତ୍ତ୍ୱେ SBI ଶାଖା ପ୍ରବନ୍ଧକଙ୍କୁ ଦିଆଯାଇଥିବା ଲିଖିତ ଅଭିଯୋଗରେ କୌଣସି ପଦକ୍ଷେପ ଅଦ୍ଯାବଧି ଗ୍ରହଣ କରାଯାଇନାହିଁ।
ସ୍ଥାନୀୟ ଲୋକମାନେ କହିଛନ୍ତି ଯେ 24×7 ATM କୁ ରାତିରେ ବନ୍ଦ କରିବା RBI ନିୟମର ବିରୋଧୀ ଏବଂ ଅବୈଧ। ପୋଲିସ ଥାନା ସମ୍ମୁଖ ଭଳି ସୁରକ୍ଷିତ ଅଞ୍ଚଳରେ ATM ବନ୍ଦ ରହିବା ଆଶ୍ଚର୍ଯ୍ୟଜନକ। ଏହାର ପରିଣାମ ସ୍ୱରୂପ ଜନସାଧାରଣ ରାତି ସମୟରେ ଟଙ୍କା ଉଠାଇବା ପାଇଁ ଦୂର ଦୂରାନ୍ତକୁ ଯିବାକୁ ବାଧ୍ୟ ହେଉଛନ୍ତି।
ଏହି ନେଇ ସ୍ଥାନୀୟ ଲୋକମାନେ ଉଚ୍ଚ ପଦାଧିକାରୀଙ୍କ ତତ୍କାଳ ହସ୍ତକ୍ଷେପ କରିବା ସଙ୍ଗେ ସଙ୍ଗେ ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି। ଏହା ସହିତ ଉକ୍ତ ଏଟିଏମ୍ ସେବା ଚବିଶ ଘଣ୍ଟା କାର୍ଯ୍ୟକ୍ଷମ କରିବା ପାଇଁ ମତବ୍ୟକ୍ତ କରିଛନ୍ତି।

ରିପୋର୍ଟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।

36
7147 views