ନିରାକାରପୁର ବଣିକ ସଂଘ ର ବାର୍ଷିକ ଅଧିବେଶନ
ଖୋର୍ଦ୍ଧା,୧୧.୧.୨୬(ଏ.ଆଇ.ଏମ.ଏ): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଦହିଖାଇ ଠାକୁରାଣୀଙ୍କ ପୀଠରେ ନିରାକାରପୁର ବଣିକ ସଂଘ ର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ସଭାପତି ଆର୍ତ୍ତତ୍ରାଣ ରାଉତରାୟ ଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ବାର୍ଷିକ ବୈଠକ ରେ ବ୍ୟବସାୟୀ ବନ୍ଧୁ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିବାବେଳେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ବଜାର ସୁରକ୍ଷା ନେଇ ଅନେକ ବ୍ୟବସାୟୀ ପ୍ରସଙ୍ଗ ଉଠାଇ ଥିବାବେଳେ ପାଟ୍ରୋଲିଙ୍ଗ ବ୍ୟବସ୍ଥାକୁ କଡାକଡି ପାଇଁ ପୋଲିସ ପ୍ରଶାସନକୁ ନିବେଦନ ପାଇଁ ନିଷ୍ପତି ନିଆଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ସଂଘ ଉପସଭାପତି ସନାତନ ବାରିକ, ସମ୍ପାଦକ ବଳରାମ ରାଉତରାୟ, ସହ ସମ୍ପାଦକ ଆନନ୍ଦ ବାଘସିଂହ, କୋଷାଧ୍ୟକ୍ଷ ମୁକ୍ତିକାନ୍ତ ସାହୁ, ମୁଖ୍ୟ ଉପଦେଷ୍ଟା କେଶବ ଚନ୍ଦ୍ର ରାଉତରାୟ, ଉପଦେଷ୍ଟା ମୃତ୍ୟୁଞ୍ଜୟ ସାହୁ, ନବ କିଶୋର ସାହୁ, ଦଣ୍ଡପାଣି ବଳିଆରସିଂହ, ସ୍ୱପ୍ନେଶ୍ୱର୍ ରାଉତରାୟ ଓ ଆର୍ତ୍ତତ୍ରାଣ ସାହୁ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ମତାମତ ପ୍ରଦାନ କରିଥିଲେ। ଏହି ଅଧିବେସନରେ ବଜାର ର ବହୁ ସଂଖ୍ୟରେ ବ୍ୟବସାୟୀ ମାନେ ଯୋଗଦେଇଥିଲେ।