ବରିଷ୍ଠ ନାଗରିକ ସମ୍ମାନ ଉଦ୍ଦେଶ୍ୟରେ ରକ୍ତଦାନ ଶିବିର !
ଆଠମଲ୍ଲିକ:୧୧/୦୧ (ଧନଞ୍ଜୟ ନାୟକ) ଅନୁଗୁଳ ଜିଲ୍ଲାର ଅନ୍ତୁଳିଆ ପଞ୍ଚାୟତର ଲକ୍ଷ୍ମଣପୁର ଗ୍ରାମର ଯୁବଗୋଷ୍ଠୀଙ୍କ ସହଯୋଗରେ ଲକ୍ଷ୍ମଣପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ବରିଷ୍ଠ ନାଗରିକ ସମ୍ମାନ ଉଦ୍ଦେଶ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି !
ଏହି ଅବସରରେ ଗ୍ରାମ ପଞ୍ଚାୟତର ବରିଷ୍ଠ ନାଗରିକମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା !ରକ୍ତଦାନ ଶିବିରରେ ମୋଟ ୪୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଜଣାପଡ଼ିଛି ! ଯୁବଗୋଷ୍ଠୀ “ଜୟ ଜଗନ୍ନାଥ” ପକ୍ଷରୁ ଆଗାମୀ ଦିନରେ ଏପରି ସାମାଜିକ କାର୍ଯ୍ୟକ୍ରମ ଜାରି ରଖାଯିବ ବୋଲି କୁହାଯାଇଛି ! କାର୍ଯ୍ୟକ୍ରମରେ ଗଗନ ପ୍ରଧାନ, ଦିଲେଶ୍ୱର ପ୍ରଧାନ ଓ ପ୍ରକାଶ ପ୍ରଧାନ ଅତିଥି ଭାବେ ଯୋଗଦେଇଥିଲେ !