logo

ଏତିକି ମୁଁ କହିଦିଏରେ - ନୀଳମଣି ଚାନ୍ଦ ଙ୍କ ଦ୍ଵାରା ରଚିତ କବିତା।

ଏତିକି ମୁଁ କହିଦିଏରେ

ସାନ ମାଛ ହୋଇ ବଡ଼ ନଈଟିରେ
ପହଁରାପହଁରି କରୁଛି
ଆରବ୍ ତାଠାରୁ କେତେ ବଡ଼ ହୋଇ
ନଈଟିକୁ କିଆଁ ଡରୁଛି।

ନଈଟା ଗଭୀର କୁମ୍ଭୀରଟି ଥିବ
ଏ ଭୟ ନାହିଁ ତା ମନରେ
ଆଈ କହୁଥିଲେ ନଈ ଦେଖି କିଆଁ
ଆଖି ବୁଜେ ଆମ ଧନରେ ।

ନଈର ପାଣିଟି ରହିନି ଅଟକି
ଅଟକେ ପୋଖରୀ ପାଣିଟି
ସେଇଠିକି ଯାଇ ଅଭ୍ଯାସ କରିଲେ
ପହଁରାଟି ଯିବ ଜାଣିକି।

ଗାଆଁରେ ନ ରହି ସହରରେ ଥିଲେ
ସୁଇମିଙ୍ଗପୁଲ୍ କୁ ଯାଉରେ
ପହଁରା ଶିଖିବ ଅତି ସହଜରେ
ଡର ରହିବନି ଆଉରେ ।

ବୁଡ଼ିଯିବା ଭୟ ରହିବନି ଆଉ
ଭଲ କଥାଟିଏ ଇଏରେ
ବାପାମାଆ,ପିଲାଙ୍କର ଭଲ ପାଇଁ
ଏତିକି ମୁଁ କହିଦିଏରେ ।

ନୀଳମଣି ଚାନ୍ଦ
ପୁରୁଣିଆଁ, ଆନନ୍ଦପୁର
କେନ୍ଦୁଝର,ମୋ:୯୫୮୩୨୦୨୩୫୭

22
1380 views