logo

ବାଟୋଇ - ସୁଭାଗିନୀ ସିଂହ ଙ୍କ ଦ୍ଵାରା ରଚିତ କବିତା।


ବାଟୋଇ

ବାଟୋଇ ମୁଁ
ନାହିଁ ତ କେହି
ନାହିଁ ବି ଆଶା
ମଉନବ୍ରତେ ଚାଲିଛି ଏକା ।
ହୃଦୟେ ମୋର
ସୁଖର ନାହିଁ ଚିହ୍ନ
ଚାଲିଛି ଯେ ବହି
ବଞ୍ଚିଛି ପୁଣି ରହିରହି
ଜୀବନ ମ୍ଳାନ ମୋର
ଆଘାତ ଶତରେ
ମୁଁ ବାଟୋଇ ପଥରେ ।
ଧାଇଁ ସୁଖ ପାଇଁ
କେବଳ ଦୁଃଖ ଆଣେ
ଜୀବନେ ଅବସାଦ ତହିଁ
ରାସ୍ତା ଯେ କଣ୍ଟା ଭରା
ଛଳନା ଅପମାନ
ସବୁରି ମୂଳରେ
ବେଦନା ହତରେ
ବାଟୋଇ ପଥରେ ।
ପଶ୍ଚିମ ଆକାଶେ ଲୁଚେ ରବି
କ୍ଳାନ୍ତ ଅବସନ୍ନ
ବିକଳ ଆଖିରେ
ନିରେଖି ଦେଖେ ଛବି
ମରୁ ପଥେ ଆଜି
ହସଇ ତୃଣରାଜି
ନିଶ୍ଵ ଲାଗେ ତେବେ
ଭାବେ ବାଟୋଇ ଯେବେ।
ଆଶା ଯେ କେତେ ମୋର
ସପନ ଆଶା ଘୋର
ଭାବନା ଅନେକ
ସନ୍ଧ୍ୟା କରେ ଦୂର
ଉଦୟ ଯା ନିତି ପ୍ରଭାତରେ ।
ମୁଁ ବାଟୋଇ।
କରୁଣ ମୋର ବ୍ୟଥା
କହିବି କା ଆଗରେ
ଦୁଃଖର ଯେତେ କଥା
ଚାଲିଛୁ ଅହରହ
ମୁଁ ବାଟୋଇ ପଥର ।

ସୁଭାଗିନୀ ସିଂହ
ପର୍ଜଙ୍ଗ, ଢେଙ୍କାନାଳ
ମୋବାଇଲ: 79787 42814

13
3154 views