logo

ବିଶ୍ୱ ହିନ୍ଦୀ ଦିବସ - କବି ଡ଼ଃ ବିଦ୍ୟାଧର ମହାନ୍ତ ଙ୍କ ଦ୍ଵାରା ରଚିତ କବିତା।


।। ବିଶ୍ୱ ହିନ୍ଦୀ ଦିବସ।।

ରାଗ ।। ବଙ୍ଗଳା ଶ୍ରୀ।।

ପୂଣ୍ୟ ଭୂମି ଆମ ରଖିଛି ସୁନାମ
ଯୁଗେ ଯୁଗେ ଭାଷା ମଧ୍ୟେ,
ମନର ଭାବକୁ ଆନେ କହିବାକୁ
ବଞ୍ଚିବା ଜୀବନ ଯୁଦ୍ଧେ।୧।

ସାରା ଭାରତରେ ଆମରି ଭିତରେ
ସ୍ୱାଧୀନତା ମହୁ ସ୍ଵାଦ,
ହିନ୍ଦୀ ମାଧ୍ୟମରେ ସମ୍ଭବ ହୋଇଛି
ନାହିଁ ତାର ବିଶ୍ୱମ୍ବାଦ।୨।

ହିନ୍ଦୀ ଭାଷା ଏକ ଦେଖାଏ ଅନେକ
ଭାରତର ଦିବ୍ୟ ପଥ,
ତାର ମଧୁରତା ତାର ସ୍ଵାଧୀନତା
ଦେଖାଇଛି କେତେ ପଥ।୩।

ହିନ୍ଦୀକଥା ବାର୍ତ୍ତା ଦିଏ ଦିବ୍ୟ ସତ୍ତା
ସାହିତ୍ୟର ମିଠା ଭାଷା,
ବିଶ୍ୱ ହିନ୍ଦୀ ଭାଷା ଉନ୍ନତ ସହସା
ସାହିତ୍ୟର ଉତ୍ତମାଶା।୪।

ହିନ୍ଦୀ ମାଧ୍ୟମରେ ଚାଲିଛି ଶାସନ
ଉଚ୍ଚ ଶିକ୍ଷା ଦୀକ୍ଷା ନୀତି,
ବିଶ୍ବରେ ଆଦୃତ ଭାରତୀୟ କୃତ୍ୟ
ଉଚ୍ଚମାନ ଜ୍ଞାନ ନିତି।୫।

ବିଶ୍ୱ ହିନ୍ଦୀ ଭାଷା ଉନ୍ନତ ସହସା
ହିନ୍ଦୀ ସାହିତ୍ୟର ମିଠା,
ଆନ ଭାଷା ତାହା ସମକକ୍ଷ ନୁହେଁ
ଆନ ଲାଗେ ଖାଲି ସିଠା।୬।

ବିଶ୍ବର ବିଭିନ୍ନ ଦେଶେ'ବି ଅଭିନ୍ନ
ମୋହନ ମଧୁର ଭାଷା,
ଏକ ଶ ପଚାଶ କୋଟିର ଆତ୍ମାର
କହେ ଦିବ୍ୟ ମିଠା ଭାଷା।୭।

ବିଶ୍ୱ ହିନ୍ଦୀ ଦିବ---ସରେ ଆଜି ଆମେ
ନିଜକୁ କରୁ ଗର୍ବିତ
ଭାଷା କରେ ସଦା ଭାରତୀୟ ଜନେ
ଆନନ୍ଦରେ ବିମୋହିତ।୮।

ଯେଉଁ ଦେଶ ଭାଷା ଯେତିକି ଉନ୍ନତ
ସେ ଦେଶ ସଦା ଉନ୍ନତ,
ତା ମହତ୍ତ୍ଵ କେତେ ବୋଲାଏ ମଧୁର
ହିନ୍ଦୀ କଲା ଏକତ୍ରିତ।୯।

ଚାଲ ଆମେ ସର୍ବେ କରିବା ଗରବ
ବିଶ୍ଵ ହିନ୍ଦୀ ଦିବସରେ,
ହିନ୍ଦୀକୁ କରିବା ସଦା ଉଚ୍ଚ ତମ
ହସି ହସି ସରସରେ ।୧୦।

କବି ଡ଼ଃ ଶ୍ରୀ ବିଦ୍ୟାଧର ମହାନ୍ତ,
ତମ୍ବାହରା, ହରି ଚନ୍ଦନ ପୁର।

25
1768 views