ମୁକ୍ତି ପଥ - ଭକ୍ତବନ୍ଧୁ ମହାନ୍ତ ଙ୍କ ଦ୍ଵାରା ରଚିତ କବିତା।
ମୁକ୍ତି ପଥ
***-***
- ଶ୍ରୀ ଭକ୍ତବନ୍ଧୁ ମହାନ୍ତ
ଅପହଞ୍ଚ ଦିନିଆଁ
ରେ ବଂଚିବା କଷ୍ଟ ସାଧ୍ୟ
ମୁସ୍କିଲ ର ପଥ
ଲୁହ ଜର୍ଜରିତ ଶୋଣିତ
ବୁଝିପାରେନା ପୃଥିବୀ
ଆକାଶ ମିଳନ ର ପଥ
ଅମାବାସ୍ୟା ର
ବିଷଫଳ ନର
ପିଅନ୍ତି ନିତି
ଢକ ଢକ
ବିଷଫଳ କୁ
କୋଳାଗ୍ରତ କରି
ପିଇ ଯାଉଛନ୍ତି
ନରଲୋକ
ସଢ଼ି ଯାଉଛି
ମେଦ ମାଂସ ହାଡ
ମଣିଷ ଜର୍ଜରିତ
ଜାଣିପାରୁନାହିଁ
ଭଲ କି ମନ୍ଦ
ମାୟାବୀ ମଣିଷ
ଝୁଙ୍କି ଝୁଙ୍କି
ଖାଉଛି ବିଷଫଳ
କଳ୍ପନା ବିଳାସୀ ମୁଁ
ଚାହୁଁଛି ମୁକ୍ତିପଥ
କୋହ ଯନ୍ତ୍ରଣା ରେ
ହୁଏ ଛଟପଟ
ଚିହ୍ନୁନାହିଁ
ପିତା ମାତା
କିଏ
ମାୟାଜାଲ ରେ
ବିଛାଇ ବିଷ ଫଳ
ସଂଘର୍ଷ ମୟ
ଜୀବନ ଆଉ
ପାଣି ପବନ
ମ୍ଳେଚ୍ଛମେଳାପୀ
ର ବନ୍ଧନ
କ୍ରୁର ଜର୍ଜରିତ
ହିଂସା ର ଝଡ
ବନ୍ୟା ବହୁଛି
ଜାଣିପାରୁନାହିଁ
ଦିବାନିଶି
ମୁକ୍ତି ର ପଥ
ଲୀଳା ବଢୁଛି
ଭୁତକୋଠି
ବଢ଼ି ଚାଲିଛି
ମେଲାଣି
ଦେବାର ପଥ
ବିଜ୍ଞ ହରାଉଛି
ଜ୍ଞାନ ର ଆଲୋକ
ମୁକ୍ତି ମନ୍ତ୍ର ର ପଥ
ହାଟ ସଉଦା ବେପାର
ଆ ସୁଗମ ପଥ l
*ହିନ୍ଦୀ ଶିକ୍ଷକ, ପଞ୍ଚାୟତ ହାଇସ୍କୁଲ, କାଶିପାଳ, କେନ୍ଦୁଝର -758044(ଓଡିଶା), ମୋବାଇଲ ନଂ - 9348618001