ଚାଟ୍ ବ୍ୟବସାୟୀ ଙ୍କ ହୃଦଘାତ ରେ ବିୟୋଗ।
ଚାଟ୍ ବ୍ୟବସାୟୀ ଙ୍କ ହୃଦଘାତ ରେ ବିୟୋଗ।
ପାଟଣା:୦/୦୧, ପାଟଣା ବଜାରର ବହୁ ପୁରୁଣା ଚାଟ୍ ବ୍ୟବସାୟୀ ବିଶୁ ଦେବ ଚୌଧୁରୀ(୫୫) ଙ୍କ ଆଜି ଅକାଳ ବିୟୋଗ ଘଟିଛି। ସେ ପାଟଣା ବଜାରରେ ଦୀର୍ଘ ୨୫ ବର୍ଷ ଧରି ଚାଟ୍ ବ୍ୟବସାୟ କରୁଥିଲେ। ତାଙ୍କ ଚାଟ୍ ପାଟଣା ବଜାରରେ ଖୁବ ପ୍ରସିଦ୍ଧ ଥିଲା। ଗତକାଲି ସନ୍ଧ୍ୟାରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ପାଟଣା ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳ ସାଢେ ୮ ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ବିୟୋଗରେ ପାଟଣା ବ୍ୟବସାୟ ସଙ୍ଘ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆସନ୍ତା କାଲି ରବିବାର ସକାଳ ୬ ଟା ରୁ ପୂର୍ବାହ୍ନ ୧୦ ଟା ପର୍ଯ୍ୟନ୍ତ ପାଟଣା ବଜାର ବନ୍ଦ ରହିବ। ତାଙ୍କ ମରଶରୀରକୁ ପାଟଣା ବୈତରଣୀ ନଦୀ କୂଳ ସ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରାଯାଇଥିଲା। ବଡ଼ପୁଅ ସୁରଜ ଚୌଧୁରୀ ମୁଖାଗ୍ନି ଦେଇଥିଲେ।
ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।