logo

ସ୍ୱାସ୍ଥ୍ୟ ସଚେତନ ସମ୍ବନ୍ଧରେ ଜନସଚେତନତା କାର୍ଯ୍ୟକ୍ରମ।

ସ୍ୱାସ୍ଥ୍ୟ ସଚେତନ ସମ୍ବନ୍ଧରେ ଜନସଚେତନତା କାର୍ଯ୍ୟକ୍ରମ।

ଚମ୍ପୁଆ ତା୧୧/୧(ହେମନ୍ତ କୁମାର ମହାନ୍ତ) ଚମ୍ପୁଆ ସ୍ଵାଗତ ଲଜ ର ସଭାଗୃହରେ ସ୍ୱାସ୍ଥ୍ୟ ସଚେତନ ସମ୍ବନ୍ଧରେ ଏକ ସଭା ହୋଇଥିଲା । ଏଥିରେ ଆସ୍କଲେପିୟସ ୱେଲନେସ ପ୍ରାଇଭେଟ ଲିମିଟେଡ଼ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ଆୟୁର୍ବେଦ ଔଷଧଦ୍ୱାରା କିପରି ଛୋଟ ଠାରୁ ଜୀବନ ହାନିକାରକ ଭଳି ବଡବଡ ରୋଗ ଦାୟରୁ କିପରି ନିଜକୁ ସୁରକ୍ଷିତ ରଖାଯାଇପାରିବ ଏହି ସଭାରେ ସଚେତନ ବାର୍ତ୍ତା ପ୍ରଦାନ କରାଯାଇଥିଲା। ଏପରିକି ନିତ୍ୟ ବ୍ୟବହାର୍ଯ୍ୟ ଟୁଥ ପେଷ୍ଟ ସାବୁନ, ତେଲ କମ୍ପାନି ବ୍ୟବହାର ଦ୍ଵାରା ସକାରତ୍ମକ ଫଳପ୍ରଦ ତାହା ମଧ୍ୟ ଉପସ୍ଥାପନ କରାଯାଇଥିଲା। କମ୍ପାନୀର ଉତ୍ପାଦନ ହେଉଥିବା ସାମଗ୍ରୀର ସମସ୍ତ ମୂଲ୍ୟବୋଧ ପ୍ରମାଣିତ ହେଲାପରେ ଭାରତ ସରକାର ତରଫରୁ ପ୍ରମାଣପତ୍ର ଦେବା ସହିତ ସହବନ୍ଧିତ ହୋଇ ଅନୁମୋଦିତ ହୋଇପାରିଛି ତାହା ସଭାରେ ଉପସ୍ଥିତ ଥିବା ବ୍ୟକ୍ତି ସମ୍ମୁଖରେ ଦେଖାଇ ଦିଆଯାଇଥିଲା। ଡଃ ପ୍ରଦୀପ କୁମାର ମହାରଣା ବର୍ତ୍ତମାନ ଉତ୍ପାଦିତ ପନି ପରିବା, ବଜାରରେ କୁରୁକୁରେ ଭଳି ପାକେଟ ମାଧ୍ୟମରେ ପାଟିକୁ ରୁଚିକର ଭଳି ଖାଦ୍ୟ ତଥା ବ୍ରଏଲର କୁକୁଡ଼ା ରେ ବିଭିନ୍ନ କେମିକାଲ ଔଷଧ ପ୍ରୟୋଗ କରାଯାଉଛି ଯାହାକୁ ଆମେ ଖାଇବାକୁ ଆଦରି ନେଇଛୁ ମାତ୍ର ତା ଦ୍ଵାରା ଶରୀର ପାଇଁ କ୍ଷତି ଘଟାଉଛି। ସେଥିରୁ କିପରି ନିବୃତ ରହିପାରିବା ତଥା ଅନ୍ୟକୁ ନିବୃତ କରିବା ଏବଂ କମ୍ପାନୀରୁ ଉତ୍ପାଦିତ ଖାଦ୍ୟ ଖାଇ ସୁସ୍ଥ ରହିପାରିବା ସଚେତନ କରିଥିଲେ । ଏହା ସହିତ ଏଥିରୁ ରୋଜଗାର କିପରି ନିଜକୁ କରିପାରିବା ତାହା ବୁଝାଇଥିଲେ। ଏହି ସଚେତନସଭାକୁ ଅଗ୍ନୁଚରଣ ମହାନ୍ତ ଆୟୋଜନ କରିଥିବାବେଳେ ଏଥିରେ ପ୍ରାୟ ଏକ ଶହ ବ୍ୟକ୍ତି ଉପସ୍ଥିତ ଥିଲେ ।

ହେମନ୍ତ କୁମାର ମହାନ୍ତ ଙ୍କ ରିପୋର୍ଟ।

27
1477 views