logo

କେନ୍ଦୁଝର ଜିଲ୍ଲା କଂଗ୍ରେସ ତରଫରୁ କାମର ଅଧିକାର ପାଇଁ ଦେଶପ୍ୟାପୀ ମନରେଗା ବଞ୍ଚାଅ ସଂଗ୍ରାମ ଆରମ୍ଭ କରିବା ପାଇଁ ସାମ୍ବାଦିକ ସମ୍ମିଳିନୀ ମାଧ୍ୟମରେ ଚେତାବନୀ।

କେନ୍ଦୁଝର ଜିଲ୍ଲା କଂଗ୍ରେସ ତରଫରୁ କାମର ଅଧିକାର ପାଇଁ ଦେଶପ୍ୟାପୀ ମନରେଗା ବଞ୍ଚାଅ ସଂଗ୍ରାମ ଆରମ୍ଭ କରିବା ପାଇଁ ସାମ୍ବାଦିକ ସମ୍ମିଳିନୀ ମାଧ୍ୟମରେ ଚେତାବନୀ।


କେନ୍ଦୁଝର:୧୦/୦୧, କେନ୍ଦୁଝର ଜିଲ୍ଲା କାର୍ଯ୍ୟାଳୟରେ ଆଜି ଜିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ଜେନା ଏବଂ ରାଜୀବ ପଞ୍ଚାୟତାରାଜ ରାଜ୍ୟ ସଂଗଠନ ଓ କେନ୍ଦୁଝର ଜିଲ୍ଲା ପର୍ଯ୍ୟବେକ୍ଷକ ସୁଦର୍ଶନ ଦାସ ସମ୍ବାଦିକ ସମ୍ମିଳିନୀ କରି କହିଥିଲେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଗାନ୍ଧିଜୀ ନାମ ଉଦ୍ଦେଶ୍ଯ ମୂଳକ ଭାବରେ କାଟି ଦେବା ଯୋଜନାର ରୂପରେଖା ବିକୃତ କରିବା, ଟାଟା ପାୱାର ମନମାନି ଓ ଧାନ ସଂଗ୍ରହର ଅବ୍ୟବସ୍ଥାକୁ ନେଇ ଆଗକୁ ହେବାକୁ ଥିବା ବିଭିନ୍ନ ଆନ୍ଦୋଳନତ୍ମକ କାର୍ଯ୍ୟକୁ ମନରେଗା ବଞ୍ଚାଅ ସଂଗ୍ରାମ ଅଭିଯାନ ଆରମ୍ଭ କରି ବିଜେପି ସରକାର ବିରୋଧରେ ପ୍ରତ୍ୟେକ ଜିଲ୍ଲା ଠାରୁ ଆରମ୍ଭ କରି ରାଜ୍ୟ ବ୍ୟାପି ଏକ ଜନ ଆନ୍ଦୋଳନ ସଂକଳ୍ପ ଗ୍ରହଣ କରିଛି। ବିଜେପି ସରକାର ଆସିବା ପାଇଁ ମିଛ ପ୍ରତିଶୃତି ଦେଇ କହିଥିଲେ। ବିଜୁଳି ତିନି ଶହ ୟୁନିଟି ଛାଡ଼ କରାଯିବ, ତାହା ଦେଢ଼ ବର୍ଷ ହେଲା ପରେ ମଧ୍ୟ କିଛି କାର୍ଯ୍ୟକାରୀ ନୁହଁ ବରଂ ଡିଜିଟାଲ ମିଟର ଦ୍ୱାରା ଗ୍ରାହକଙ୍କ ଠକି ଅଧିକ ବିଲ କରି ଠକି ଲୁଟୁଛନ୍ତି। କୃଷି କ୍ଷେତ୍ରରେ ମଧ୍ୟ ବହୁତ ଅନିୟମତା ଦେଖିବାକୁ ମିଳିଛି। ଏହି ସବୁ ଜନସାଧାରଣ ସମସ୍ୟାକୁ ନେଇ କଂଗ୍ରେସ ଆନ୍ଦୋଳନ କୁ ଜୋରଦାର କରିବ। ଏଥିରେ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସାଧାରଣ ସମ୍ପାଦକ ସୁବର୍ଣ୍ଣ ନାୟକ, ସଦର ବ୍ଲକ ସଭାପତି ଉତ୍ତମ କୁମାର ସାହୁ, ଯଦୁମଣି ବାରିକ, ନିର୍ମଳ ନାୟକ, ସୁଢଳ କୁମାର ସେଠୀ, ଲଳିତ ମୋହନ ନାୟକ, ରତ୍ନାକର ଜେନା, ସୁଦର୍ଶନ ପାଇକରାଇ, ଦିନେଶ ରାଉତ, ସୁରଥ ସାହୁ, ଗୋବିନ୍ଦ ମହାନ୍ତ, ଚିତ୍ତ ରଞ୍ଜନ ରାଉତ, ରଶ୍ମିରଂଜନ ଜେନା, ଲୋକନାଥ, ଟୁଟୁ ପ୍ରଭୁତି ଯୋଗଦେଇ ଥିଲେ।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

26
2051 views