logo

ସିଟିଜି ଶିକ୍ଷାନୁଷ୍ଠାନ ର ରୌପ୍ୟ ଜୟନ୍ତୀ ଅନୁଷ୍ଠିତ।

ସିଟିଜି ଶିକ୍ଷାନୁଷ୍ଠାନ ର ରୌପ୍ୟ ଜୟନ୍ତୀ ଅନୁଷ୍ଠିତ।

କେନ୍ଦୁଝର:୧୦/୦୧, ବହୁ ସଂଘର୍ଷ ପରେ ସିଟିଜି ଶିକ୍ଷାନୁଷ୍ଠାନ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ହୋଇପାରିଛି। ରାଜ୍ୟର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଟିଜି ର ପ୍ରତିଷ୍ଠା ଦିବସ କେନ୍ଦୁଝର ଉପକଣ୍ଠ ଡିମ୍ବ ପଂଚାୟତର ବାଇଗଣପସି ଠାରେ ୨୫ତମ ରୋପ୍ୟଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ତେଲକୋଇ, ଡକ୍ଟର ଫକୀର ମୋହନ ନାଏକ ଯୋଗଦେଇ ନିଜର ବକ୍ତବ୍ୟରେ କହିଥିଲେ ଛଟୁସାର ବହୁ କଷ୍ଟ ସ୍ୱୀକାର କରି ଶିକ୍ଷାନୁଷ୍ଠାନକୁ ଏହି ସ୍ଥାନରେ ପହଞ୍ଚାଇ ପାରିଛନ୍ତି। ଏହି ଅନୁଷ୍ଠାନରେ ପାଠପଢିବା ଏକ ସୋଭାଗ୍ୟ। ସଂଘର୍ଷ କରି ଗଢ଼ା ହୋଇଥିବା ଅନୁଷ୍ଠାନ କେବେ ବି ଅସଫଳ ହୁଏ ନାହିଁ। ପିଲାମାନେ ଉଚ୍ଚାଭିଳାଷୀ ହୁଅନ୍ତୁ ଓ ସ୍ବପ୍ନ ଦେଖନ୍ତୁ। କେନ୍ଦୁଝର ଭଳି ଜିଲ୍ଲାରେ ୨୫ବର୍ଷ ତଳେ ଗଢ଼ାଯାଇଥିବା ଶିକ୍ଷା ଅନୁଷ୍ଠାନ ଆଜି ମହାଦ୍ରୁମରେ ପରିଗଣିତ ହୋଇଛି। ଅନ୍ୟତମ ବକ୍ତା ଭାବେ କେନ୍ଦୁଝର ବନଖଣ୍ଡଅଧିକାରୀ ଧନରାଜ୍ ଏଚଡ଼ି କହିଥିଲେ ସିଟିଜି କେନ୍ଦୁଝରରେ ଏକ ମଣିଷ ତିଆରି କାରଖାନା। ଶୃଙ୍ଖଲତା ହିଁ ସଫଳତା ର ମାପ କାଠି। ସେ ଅନେକ ଶିକ୍ଷାନୁଷ୍ଠାନକୁ ଅତି ନିକଟରୁ ଦେଖିଛନ୍ତି। ଅତି ତଳସ୍ତରରୁ ଯାଇ ରାଜେନ୍ଦ୍ର ପଲେଇ ଏଭଳୀ ଶିକ୍ଷାନୁଷ୍ଠାନ ଗଢିବା ରାଜ୍ୟ ଏବଂ କେନ୍ଦୁଝର ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ହାତଗଣତି ଲୋକ ଏହି ସ୍ତରକୁ ପହଂଚି ପାରିଥାନ୍ତି ବୋଲି ଡ଼ିଏଫଓ କହିଥିଲେ। ଅନ୍ୟତମ ଅତିଥି ଭାବେ କେନ୍ଦୁଝର ମୁନିସିପାଲିଟିର ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ନିଜ ବକ୍ତବ୍ୟରେ କହିଥିଲେ ଏହି ମୁହୂର୍ତ୍ତ ତାଙ୍କ ପାଇଁ ଆନନ୍ଦ ଦାୟକ। ଏହି ଛଟୁସାରଙ୍କ ପାଖରେ ପାଠପଢ଼ି ଆଜି ସେ ସଫଳତା ଅର୍ଜନ କରିଛନ୍ତି। ପ୍ରତ୍ୟେକ ବର୍ଷ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀ ରାଜ୍ୟ ସ୍ତରରେ ଶ୍ରେଷ୍ଠ ସ୍ଥାନ ବଜାୟ ରଖିବା ଯୋଗୁ ଜିଲ୍ଲା ବାହାରୁ ମଧ୍ୟ ପିଲା ଆସି ଏହି ଶିକ୍ଷାନୁଷ୍ଠାନ ରେ ପାଠପଢୁଛନ୍ତି। ଏହି ଶିକ୍ଷାନୁଷ୍ଠାନ ପ୍ରତି ଦିନକୁ ଦିନ ଛାତ୍ର ଛାତ୍ରୀ ମାନଙ୍କର ଆସ୍ଥା ବଢ଼ିବାରେ ଲାଗିଛି। ସିଟିଜି ଶିକ୍ଷାନୁଷ୍ଠାନ ର ପ୍ରତିଷ୍ଠାତା ତଥା ସମାଜସେବି ଡକ୍ଟର ରାଜେନ୍ଦ୍ର ପଲେଇ ନିଜ ଅଭିଭାଷଣରେ ଭାବବିହ୍ବଳ ହୋଇ ମଣିଷ ତିଆରି କାରଖାନ ଗଠନ କରିବାରେ ଯେଉଁ କଷ୍ଟ ସ୍ୱୀକାର କରିଛନ୍ତି, ସେଇ ଅନୁଭବକୁ ବିସ୍ତୃତ ଭାବରେ ବର୍ଣନା କରିଥିଲେ। ମେଟ୍ରିକରେ ସେକେଣ୍ଡ କ୍ଲାସ ଓ ଯୁକ୍ତ ଦୁଇ ରେ ଅକୄତକାର୍ଯ୍ୟ ପରେ ଶିକ୍ଷାନୁଷ୍ଠାନ ଗଢିବାର ସ୍ବପ୍ନ ଦେଖୁଥିଲି। ମୁଁ, ନିମିତ୍ତ ମାତ୍ର, ଶିକ୍ଷାନୁଷ୍ଠାନ ଗଢିବା ପାଇଁ ଦେଖିଥିବା ସ୍ବପ୍ନକୁ ସଂଘର୍ଷରେ ପରିଣତ କରିପାରିଥିବାରୁ ସିଟିଜି ଏହି ସ୍ତରରେ ପହଂଚି ପାରିଛି। ଏହି ଅବସରରେ ଅର୍ଥନୀତି ବିଭାଗର ଅଧ୍ୟାପିକା ଡକ୍ଟର ପୂଜାଅର୍ଚ୍ଚନା ମିଶ୍ର ସ୍ୱାଗତ ଅଭିଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ମାନସ ରଞ୍ଜନ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଜାତୀୟସ୍ତରର ଚେସଖେଳାଳି ଦେବିପ୍ରସାଦ ନାଏକଙ୍କୁ ସିଟିଜି ରତ୍ନ ସନମାନ ପ୍ରଦାନ କରାଯାଇଥିଲା। ସହକାରୀ ପ୍ରଫେସର କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ। ଅଧ୍ୟାପିକା ସଞ୍ଜନା ତାଙ୍କୁ ସହଯୋଗ କରିଥିଲେ। ଇଂରାଜୀ ବିଭାଗ ଅଧ୍ୟାପକ ଶଶୀକାନ୍ତ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

32
1337 views