logo

ମୁଁ କିଏ ? ବସନ୍ତ କୁମାର ପ୍ରଧାନ ଙ୍କ ଦ୍ଵାରା ରଚିତ କବିତା।

ମୁଁ କିଏ ?
*******
ବସନ୍ତ କୁମାର ପ୍ରଧାନ

ମୁଁ କିଏ ବୋଲି ଜାଣିଗଲେ ଜୀବ
ଜନମ କରେ ସାର୍ଥକ
ଜଗତର ସେହି ଅଟେ ଶ୍ରେଷ୍ଠ ପ୍ରଶ୍ନ
ସୁଖ ଶାନ୍ତି ପ୍ରଦାୟକ l

ମୁଁ ନୁହେଁ ଶରୀର ମାୟା ପ୍ରକୃତି
ମନ ବୁଦ୍ଧି ଅହଂକାର
ମୁଁ ଶାଶ୍ୱତ ସତ୍ତା ଅଜର ଅମର
ପରମାତ୍ମା ଜଗତର l

ମୁଁ ସର୍ବ ବ୍ୟାପକ ସର୍ବ ଶକ୍ତିମାନ
ସର୍ବଜ୍ଞ ସଚ୍ଚିଦାନନ୍ଦ
ମୁଁ ଜଗତର ଅଟେ ପରାତ୍ପର
ସାଧୁଙ୍କ ପରମାନନ୍ଦ l

ମୁଁ ନିରଞ୍ଜନ ସତ୍ୟ ସନାତନ
ଅବିନାଶୀ ମୁଁ ଅଟଇ
ନିତ୍ୟ ବିଦ୍ୟମାନ ଅବ୍ୟକ୍ତ ଅନନ୍ତ
ଇଚ୍ଛା ର ଈଶ୍ବର ମୁହିଁ l

ଅନିଳ ଉଡାଇ ପାରେ ନାହିଁ ମୋତେ
ଅନଳ ପାରେନା ଦହି
ଅମ୍ବୁ କେବେ ମୋତେ ଭିଜାଇ ପାରେନା
ଅସ୍ତ୍ରରେ ମୁଁ ଛିଣ୍ଡେ ନାହିଁ l

ସଂସାର ଭିଆଣ ନାମ ରୂପ ଗୁଣ
ସବୁ ମୋର ପାଇଁ ସୃଷ୍ଟି
ମୁଁ ଜଗତର ସର୍ବ ମୂଳାଧାର
ବିଜଦାତା ପରମେଷ୍ଠୀ l

ମୁଁ ଜଗତର ସକଳ ଭୂତରେ
ଗୁପତରେ ଥାଏ ରହି
ମୁଁ ଇଚ୍ଛାମୟ ଅଟେ ଲୀଳାମୟ
ଏକରୁ ବହୁ ହୁଅଇ l

ମୁଁ ସତ୍ତା ରୂପେ ସଦା ବିରାଜିତ
ମୋ ପାଖରେ ନାହିଁ ବ୍ୟଥା
ମୁଁ ଚାଲିଗଲେ ଜୀବ ହୁଏ ଶବ
ମୁଁ ଗତି ମୁକ୍ତି ଦାତା l

ମୁଁ ବିଶ୍ୱ ନିୟନ୍ତା ଭାଗ୍ୟ ବିଧାତା
ପରମାତ୍ମା ବିଶ୍ୱେଶ୍ଵର
ମୁଁ କୁ ଚିହ୍ନିଲେ ମିଳେ ପରିତ୍ରାଣ
ଜୀବନ ହୁଏ ସୁନ୍ଦର l
********************
ହରିହରପୁର, ଛେଣ୍ଡିପଦା, ଅନୁଗୋଳ
ମୋ -7735611484

13
1245 views